Advertisment

ଫେରିଲେ ରୁପା ଝିଅ ମୀରାବାଈ ଚାନୁ, 'ଭାରତ ମାତା କି ଜୟ'ରେ କମ୍ପିଲା ଏୟାରପୋର୍ଟ

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ଭାରତ ପାଇଁ ରୌପ୍ୟ ପଦକ ଜିତିଥିବା ଭାରୋତ୍ତୋଳକ ମୀରାବାଈ ଚାନୁ ସ୍ୱଦେଶ ଫେରିଛନ୍ତି। ଏଠାରେ ପହଞ୍ଚିବା ପରେ ଏୟାରପୋର୍ଟରେ ତାଙ୍କୁ ଜୋରଦାର ସ୍ୱାଗତ କରାଯାଇଛି। ଭାରୋତ୍ତୋଳକ ମୀରାବାଈ ଚାନୁ ଏହି ଭବ୍ୟ ସ୍ୱାଗତ ପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ୨୭ ବର୍ଷୀୟା ମୀରାବାଈ ଏଠାରେ ପହଞ୍ଚିବା ପରେ ‘ଭାରତ ମାତା କି ଜୟ’ ଧ୍ୱନିରେ କମ୍ପି ଉଠିଥିଲା। #WATCH | Olympic silver medallist Mirabai Chanu receives a warm welcome […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ଫେରିଲେ ରୁପା ଝିଅ ମୀରାବାଈ ଚାନୁ, 'ଭାରତ ମାତା କି ଜୟ'ରେ କମ୍ପିଲା ଏୟାରପୋର୍ଟ

mirabai-chanu

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ଭାରତ ପାଇଁ ରୌପ୍ୟ ପଦକ ଜିତିଥିବା ଭାରୋତ୍ତୋଳକ ମୀରାବାଈ ଚାନୁ ସ୍ୱଦେଶ ଫେରିଛନ୍ତି। ଏଠାରେ ପହଞ୍ଚିବା ପରେ ଏୟାରପୋର୍ଟରେ ତାଙ୍କୁ ଜୋରଦାର ସ୍ୱାଗତ କରାଯାଇଛି। ଭାରୋତ୍ତୋଳକ ମୀରାବାଈ ଚାନୁ ଏହି ଭବ୍ୟ ସ୍ୱାଗତ ପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ୨୭ ବର୍ଷୀୟା ମୀରାବାଈ ଏଠାରେ ପହଞ୍ଚିବା ପରେ 'ଭାରତ ମାତା କି ଜୟ' ଧ୍ୱନିରେ କମ୍ପି ଉଠିଥିଲା।

Advertisment

https://twitter.com/ANI/status/1419616592552370178?s=20

https://twitter.com/ANI/status/1419612525201485827?s=20

ଏଠାରେ ପହଞ୍ଚିବା ପରେ ମୀରାବାଈ ସର୍ବପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଥିଲେ। ମୀରାବାଈ କହିଛନ୍ତି, ଆମର ଏକ ଟିମ୍ ଆମେରିକା ଯାଇଥାନ୍ତୁ। କିନ୍ତୁ ଏଥିପାଇଁ ଭିସାର ବନ୍ଦୋବସ୍ତ ହୋଇନଥିଲା। କିନ୍ତୁ ଶେଷ ମୁହୂର୍ତ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କ୍ରୀଡ଼ା ମନ୍ତ୍ରୀ ଘଣ୍ଟାଏ ଭିତରେ ଆମକୁ ଟିକେଟ୍ ଦେଇଥିଲେ। ଏହା ଦ୍ୱାରା ଆମକୁ ବହୁତ ସାହାଯ୍ୟ ମିଳିଥିଲା। ଏହାଛଡ଼ା ପ୍ରଧାନମନ୍ତ୍ରୀ ଓ କ୍ରୀଡ଼ା ମନ୍ତ୍ରୀ ଆମକୁ ଟ୍ରେନିଂ ପାଇଁ ସବୁ ପ୍ରକାରର ସହାୟତା କରିଛନ୍ତି। ସେଥିପାଇଁ ଆମେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଉଛୁ।

https://twitter.com/DDNewslive/status/1419623840053964801?s=20

ଟୋକିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତି ଚାନୁ ଇତିହାସ ରଚିଥିଲେ। ମୀରାବାଈ ପ୍ରଥମ ଭାରତୀୟ ଆଥଲେଟ୍, ଯିଏ ପ୍ରଥମ ଦିନରେ ହିଁ ଭାରତକୁ ପଦକ ଜିତାଇଥିଲେ। ସେ ମଧ୍ୟ ଦ୍ୱିତୀୟ ଭାରତୀୟ ଭାରୋତ୍ତୋଳକ ଭାବେ ଭାରୋତ୍ତୋଳନରେ ପଦକ ଜିତିଛନ୍ତି। ଏହା ପୂର୍ବରୁ ୨୦୦୦ ମସିହାରେ ସିଡନୀ ଗେମ୍ସରେ କର୍ଣ୍ଣମ ମାଲେଶ୍ୱରୀ ବ୍ରୋଞ୍ଜ ପଦକ ଜିତିଥିଲେ।

Advertisment

https://twitter.com/mirabai_chanu/status/1419618724047310848?s=20

ମଣିପୁରର ଆଥଲେଟ୍ ମୀରାବାଈ ଆଜି କଡ଼ା ସୁରକ୍ଷା ମଧ୍ୟରେ ଏୟାରପୋର୍ଟରେ ପହଞ୍ଚିଥିଲେ। ସେ ଭାରର୍ୟୀ ଟ୍ରେନିଂ ଜର୍ସି ପିନ୍ଧିଥିଲେ, କିନ୍ତୁ ବେକରେ ମେଡାଲ୍ ପକାଇନଥିଲେ। ତାଙ୍କୁ ଏୟାରପୋର୍ଟର ସବୁ କର୍ମଚାରୀ ତାଳି ମାରି ଭବ୍ୟ ସ୍ୱାଗତ ଜଣାଇଥିଲେ।

Tokyo Olympics