Advertisment

Lionel Messi: ମେସିଙ୍କୁ ଦେଖିବାକୁ ତାତିଲେ ଲୋକେ, ଷ୍ଟାଡିୟରରେ ବ୍ୟାପକ ଭଙ୍ଗାରୁଜା

ମେସି ମାତ୍ର ୧୦ ମିନିଟ୍‌ ପାଇଁ ଆସିଥିବା ବେଳେ ତାଙ୍କୁ ନେତା ଓ ମନ୍ତ୍ରୀ ଘେରି ଯାଇଥିଲେ। ଆୟୋଜକ କହିଥିଲେ ବଲିଉଡ୍‌ ଷ୍ଟାର ଶାହରୁଖ ଖାନ୍‌ ଆସିବେ। କିନ୍ତୁ ସେ ମଧ୍ୟ ଆସିଲେ ନାହିଁ। ୧୨ ହଜାର ଟଙ୍କାର ଟିକେଟ୍‌ ଓ ଘଣ୍ଟା ଘଣ୍ଟା ଅପେକ୍ଷାକୁ ନେଇ ଶେଷରେ ତାତିଛନ୍ତି ଫ୍ୟାନ୍ସ।

Messi

ମେସି

Advertisment

ଆର୍ଜେଣ୍ଟିନା ଫୁଟବଲ ସୁପର ଷ୍ଟାର ଲିଓନେଲ ମେସିଙ୍କ ପାଇଁ ହଙ୍ଗାମା। ମେସି କୋଲକାତା ଆସିଥିବା ବେଳେ ଷ୍ଟାଡିୟମରେ ଦେଖିବାକୁ ମିଳିଛି ବ୍ୟାପକ ଭଙ୍ଗା ରୁଜା। ଫୁଟବଲର ଐତିହାସିକ ଉତ୍ସବ କୁହାଯାଉଥିବା ଏହି କାର୍ଯ୍ୟକ୍ରମରେ ଘଟିଛି ବିଶୃଙ୍ଖଳା। ମେସିଙ୍କୁ ଦେଖିବାକୁ ଚାହୁଁଥିବା ଲୋକମାନେ ବିବେକାନନ୍ଦ ଯୁବ ଭାରତୀ ସଲ୍ଟ ଲେକ ଷ୍ଟାଡିୟମରେ ବ୍ୟାପକ ଭଙ୍ଗାରୁଜା କରିଛନ୍ତି।

Advertisment

ମେସିଙ୍କ ଭାରତ ଗସ୍ତକୁ ନେଇ ସୃଷ୍ଟି ହୋଇଥିବା ଆନନ୍ଦ ଏବେ ବିବାଦର ରୂପ ନେଇଛି। ମେସିଙ୍କୁ ଦେଖିବାକୁ ବଞ୍ଚିତ ହୋଇଥିବା ଲୋକମାନେ ପଡ଼ିଆ ଭିତରକୁ ପାଣି ଭୋତଲ ମାଡ଼ କରିବା ସହ ହୋର୍ଡିଂ ଚିରିଛନ୍ତି। ମେସିଙ୍କ ସହ ସାକ୍ଷାତ ସେଲ୍‌ଫି ନେବାରୁ ଫ୍ୟାନ୍ସ ବିଫଳ ହେବାରୁ ନିଜର ଅସନ୍ତୋଷ ଝାଡ଼ିଛନ୍ତି।

ମେସି ମାତ୍ର ୧୦ ମିନିଟ୍‌ ପାଇଁ ଆସିଥିବା ବେଳେ ତାଙ୍କୁ ନେତା ଓ ମନ୍ତ୍ରୀ ଘେରି ଯାଇଥିଲେ। ଆୟୋଜକ କହିଥିଲେ ବଲିଉଡ୍‌ ଷ୍ଟାର ଶାହରୁଖ ଖାନ୍‌ ଆସିବେ। କିନ୍ତୁ ସେ ମଧ୍ୟ ଆସିଲେ ନାହିଁ। ୧୨ ହଜାର ଟଙ୍କାର ଟିକେଟ୍‌ ଓ ଘଣ୍ଟା ଘଣ୍ଟା ଅପେକ୍ଷାକୁ ନେଇ ଶେଷରେ ତାତିଛନ୍ତି ଫ୍ୟାନ୍ସ। 

Advertisment


ମେସି ୧୦ ମିନିଟ ମଧ୍ୟରେ ପଡ଼ିଆ ଛାଡ଼ି ଦେବାରୁ ଲୋକମାନେ ଆୟୋଜକଙ୍କ ଉପରେ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି। ପୂରା ହଙ୍ଗାମା ପାଇଁ ସେମାନେ ଆୟୋଜକଙ୍କୁ ଦାୟୀ କରିଛନ୍ତି। ଲୋକମାନେ ବ୍ୟାପକ ହଙ୍ଗାମା କରିବାରୁ ପୁଲିସ୍‌ ଲାଠି ଚାଳନା ମଧ୍ୟ କରିଥିବା ଜଣାପଡ଼ିଛି। ମେସି ଷ୍ଟାଡିୟମରୁ ବାହାରି ଏୟାରପୋର୍ଟ ଚାଲି ଯାଇଥିଲେ ହେଁ ହଙ୍ଗାମା ଏଯାଏ ବନ୍ଦ ହୋଇନାହିଁ।

ଷ୍ଟାଡିୟମ ଭିତରେ ଥିବା ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା କଥା ଯେ ଦୁର୍ବଳ ଭିଡ଼ ନିୟନ୍ତ୍ରଣ ବ୍ୟବସ୍ଥା ଓ ବ୍ୟାପକ କଟକଣା ଯୋଗୁ ଏପରି ବିଶୃଙ୍ଖଳା ଦେଖିବାକୁ ମିଳିଛି। ମେସି ଉପସ୍ଥିତ ସ୍ଥାନକୁ ଯିବା ତଥା ତାଙ୍କୁ ଦେଖିବା ପାଇଁ ଲାଗୁ ହୋଇଥିବା କଟକଣା ଅସହ୍ୟ ବୋଲି ଫ୍ୟାନ୍ସ ଜାଣିବା ପରେ ହଙ୍ଗାମା ଆରମ୍ଭ କରିଥିଲେ। ଫ୍ୟାନ୍ସ ଷ୍ଟାଡିୟମର ଷ୍ଟାଣ୍ଡ ଗୁଡ଼ିକ ଭାଙ୍ଗିଥିଲେ ଓ ଏହାରେ ସ୍ଥିତି ଅଚାନକ ବିଗିଡ଼ି ଯାଇଥିଲା। ସ୍ଥିତି ଅସମ୍ଭାଳ ହେବାରୁ ସୁରକ୍ଷା ଅଧିକାରୀ ଭିଡ଼ ନିୟନ୍ତ୍ରଣ କରିବାକୁ ଲାଠି ମାଡ଼ କରିଥିଲେ। 

ହଙ୍ଗାମା ଯୋଗୁ ମେସିଙ୍କ ଗସ୍ତ ସୂଚୀ ସମୟକୁ କାଟଛାଣ୍ଟ କରାଯାଇଥିଲା। ବିଶ୍ୱକପ ବିଜେତା ମାତ୍ର ୧୦ ମିନିଟ ଷ୍ଟାଡିୟମ ଭିତରେ ରହିବା ପରେ ଅନ୍ୟ ଭିଭିଆଇପିଙ୍କ ସହ ସେଠାରୁ ଚାଲି ଯିବାକୁ ବାଧ୍ୟ ହୋଇଥିଲେ। ମେସିଙ୍କ ଏହି ସ୍ୱଳ୍ପ ରହଣୀଙ୍କୁ ସକାଳୁ ତାଙ୍କୁ ଦେଖିବା ପାଇଁ ଅପେକ୍ଷା କରିଥିବା ଲୋକଙ୍କୁ ବେଶ ବାଧିଛି। ଅନେକ ଲୋକ ସକାଳୁ ମେସିଙ୍କ ଟିକିଏ ଝଲକ ପାଇଁ ଅପେକ୍ଷା କରିଥିଲେ ହେଁ ଶେଷରେ ନିରାଶ ହୋଇ ଘରକୁ ଫେରିଛନ୍ତି। 


ଅନେକ କହିଛନ୍ତି ଯେ ସେମାନେ ମାସାଧିକ କାଳ ଏହି କାର୍ଯ୍ୟକ୍ରମକୁ ଅପେକ୍ଷା କରି ରହିଥିଲେ। କିନ୍ତୁ ଏବେ ସେମାନଙ୍କୁ କେବଳ ବିଶୃଙ୍ଖଳାକୁ ସାମ୍ନା କରିବାକୁ ପଡ଼ିଛି। ଜଣେ ଫ୍ୟାନ କହିଛନ୍ତି, “କେବଳ ନେତା ଓ ଅଭିନେତାମାନେ ମେସିଙ୍କୁ ଘେରି ରହିଥିଲେ। ଯଦି ଏମିତି ହେବାର ଥିଲା, ତା’ହେଲେ ସେମାନେ ଆମକୁ କାହିଁକି ଡାକୁଥିଲେ? ଆମେ ୧୨ ହଜାର ଟଙ୍କା ଦେଇ ଗୋଟିଏ ଟିକେଟି କିଣିଥିଲୁ। କିନ୍ତୁ ମେସିଙ୍କ ମୁହଁ ଦେଖିବାକୁ ମଧ୍ୟ ସକ୍ଷମ ହୋଇନାହୁଁ।” ଅନେକ ଲୋକ ସମାନ ଅଭିଯୋଗ କରିଛନ୍ତି। ସାମ୍ନାକୁ ମଧ୍ୟ ଭଙ୍ଗାରୁଜା କରିବାର ଭିଡିଓ ଓ ଫଟୋ ସାମ୍ନାକୁ ଆସିଛି। 

ଆଜି ସକାଳୁ ବିଭିନ୍ନ ପୋଷ୍ଟର ଓ କାର୍ଯ୍ୟକ୍ରମ ଦ୍ୱାରା ମେସିଙ୍କୁ ସ୍ୱାଗତ କରିଥିଲା କୋଲକାତା। କିନ୍ତୁ ମଧ୍ୟାହ୍ନ ବେଳକୁ ଏହି କାର୍ଯ୍ୟକ୍ରମ ବିଶୃଙ୍ଖଳାର ରୂପ ନେଇଛି। ମେସି ଆଜି ଠାରୁ ୩ ଦିନିଆ ଭାରତ ଗସ୍ତରେ ଆସିଛନ୍ତି।

ସେ ମଧ୍ୟରାତ୍ରରେ ଏୟାରପୋର୍ଟରେ ପହଞ୍ଚିବା ପରଠାରୁ ଫ୍ୟାନ୍ସଙ୍କ ଭିଡ଼ ଦେଖିବାକୁ ମିଳିଛି। ଆଜି ସେ କୋଲକାତା ଆସିଥିବା ବେଳେ ପରବର୍ତ୍ତୀ ଅବସ୍ଥାରେ ହାଇଦ୍ରାବାଦ, ମୁମ୍ବାଇ ଓ ଦିଲ୍ଲୀରେ ଯାଇ ଫ୍ୟାନ୍ସଙ୍କୁ ଭେଟିବେ। 

କୋଲକାତାରେ ସେ ନିଜର ୭୦ ଫୁଟ ଉଚ୍ଚ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିଛନ୍ତି। କୋଲକାତାର ଲେକ୍ ଟାଉନରେ ଥିବା ଶ୍ରୀଭୂମି ସ୍ପୋର୍ଟିଂ କ୍ଲବରେ ନିର୍ମିତ ଏହି ମୂର୍ତ୍ତିକୁ ଭିଡିଓ କନଫରେନ୍ସିଂ ଜରିଆରେ ମେସି ଉନ୍ମୋଚନ କରିଥିଲେ।।

Lionel Messi Kolkata
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe