ମୋହାଲିରେ ଏହି ସବୁ ଭୁଲ୍ କାରଣରୁ ହାରିଲା ଭାରତ

ମୋହାଲି: ଅଷ୍ଟ୍ରେଲିଆ ବିପକ୍ଷ ଚତୁର୍ଥ ଦିନିକିଆରେ ଭାରତୀୟ ଟିମକୁ ପରାଜୟର ସାମ୍ନା କରିବାକୁ ପଡ଼ିଛି । ରବିବାର ମୋହାଲିରେ ଖେଳାଯାଇଥିବା ଏହି ମୁକାବିଲାରେ ଭାରତର ୩୫୮/୯ ସ୍କୋରକୁ ଅଷ୍ଟ୍ରେଲିଆ ୬ ୱିକେଟ୍ ହରାଇ ହାସଲ କରିନେଇଥିଲା । ଭାରତୀୟ ଟିମ୍ ଏହି ମ୍ୟାଚ୍ରେ ଅଷ୍ଟ୍ରେଲିଆକୁ ଅନେକ ସୁଯୋଗ ଦେଇଥିଲା । ଭାରତ ଷ୍ଟମ୍ପିଂ ଛାଡ଼ିବା ସହ କିଛି କ୍ୟାଚ୍ ମଧ୍ୟ ଧରିବାରେ ବିଫଳ ହୋଇଥିଲା । ଏହିସବୁ ଭୁଲ ଭାରତ ପାଇଁ ବହୁତ ମହଙ୍ଗା ସାବ୍ୟସ୍ତ ହୋଇଥିଲା […]

india

Subhransu Sekhar
  • Published: Monday, 11 March 2019
  • , Updated: 11 March 2019, 07:15 PM IST

ମୋହାଲି: ଅଷ୍ଟ୍ରେଲିଆ ବିପକ୍ଷ ଚତୁର୍ଥ ଦିନିକିଆରେ ଭାରତୀୟ ଟିମକୁ ପରାଜୟର ସାମ୍ନା କରିବାକୁ ପଡ଼ିଛି । ରବିବାର ମୋହାଲିରେ ଖେଳାଯାଇଥିବା ଏହି ମୁକାବିଲାରେ ଭାରତର ୩୫୮/୯ ସ୍କୋରକୁ ଅଷ୍ଟ୍ରେଲିଆ ୬ ୱିକେଟ୍ ହରାଇ ହାସଲ କରିନେଇଥିଲା । ଭାରତୀୟ ଟିମ୍ ଏହି ମ୍ୟାଚ୍ରେ ଅଷ୍ଟ୍ରେଲିଆକୁ ଅନେକ ସୁଯୋଗ ଦେଇଥିଲା । ଭାରତ ଷ୍ଟମ୍ପିଂ ଛାଡ଼ିବା ସହ କିଛି କ୍ୟାଚ୍ ମଧ୍ୟ ଧରିବାରେ ବିଫଳ ହୋଇଥିଲା । ଏହିସବୁ ଭୁଲ ଭାରତ ପାଇଁ ବହୁତ ମହଙ୍ଗା ସାବ୍ୟସ୍ତ ହୋଇଥିଲା । ଆସନ୍ତୁ ଜାଣିବା ଭାରତ ପରାଜୟର ପ୍ରମୁଖ କାରଣ ।

୩୮.୫ ଓଭର: ଚାଇନାମ୍ୟାନ୍ ବୋଲର କୁଲଦୀପ ଯାଦବ ପିଟର ହ୍ୟାଣ୍ଡସ୍କମ୍ବଙ୍କୁ ବୋଲିଂ କରୁଥିଲେ । ହ୍ୟାଣ୍ଡସ୍କମ୍ବ ଆଗକୁ ଷ୍ଟେପ୍ ଆଉଟ୍ କରି ବଲକୁ ମାରିବାକୁ ପ୍ରୟାସ କରିଥିଲେ । କୁଲଦୀପ ବ୍ୟାଟ୍ସମ୍ୟାନଙ୍କ ମନକୁ ପଢିପାରି ଚତୁରତାର ସହ ବଲ ପକାଇଥିଲେ ଏବଂ ବଲଟି ୱିକେଟକିପର ଋଷଭ ପନ୍ତଙ୍କ ପାଖକୁ ଯାଇଥିଲା, କିନ୍ତୁ ସେ ଏହାକୁ ଧରିବାରେ ବିଫଳ ହୋଇଥିଲେ । ଏହି ସମୟରେ ହ୍ୟାଣ୍ଡସ୍କମ୍ବ ବାହାରେ ଥିଲେ । ଯଦି ପନ୍ତ ବଲ ଧରିବାରେ ସଫଳ ହୋଇଥାନ୍ତେ, ତାହେଲେ ହ୍ୟାଣ୍ଡସ୍କମ୍ବ ଷ୍ଟମ୍ପ୍ ଆଉଟ୍ ହୋଇଥାନ୍ତେ । ଭାରତ ଏହି ବଡ଼ ସୁଯୋଗ ହାତଛଡ଼ା କରିଥିଲା ।

୪୩.୧ ଓଭର: ଲେଗ୍ ସ୍ପିନର ୟୁଜବେନ୍ଦ୍ର ଚହଲଙ୍କ ପାଇଁ ରବିବାର ଆଦୌ ଭଲ ନଥିଲା । ସିରିଜରେ ପ୍ରଥମଥର ଖେଳୁଥିବା ଚହଲ ବହୁତ ମହଙ୍ଗା ସାବ୍ୟସ୍ତ ହୋଇଥିଲେ । କିନ୍ତୁ ଏହି ବଲରେ ସେ ଏକ ୱିକେଟ୍ ନେବାରୁ ବଞ୍ôଚତ ହୋଇଥିଲେ । ଅଷ୍ଟ୍ରେଲିଆ ପାଇଁ ମ୍ୟାଚ୍ ବିଜୟୀ ଇନିଂସ୍ ଖେଳିଥିବା ଅଷ୍ଟନ ଟର୍ଣ୍ଣର ବ୍ୟାଟ୍ସମ୍ୟାନ୍ ଏଣ୍ଡରେ ଥିଲେ । ଚହଲଙ୍କ ଏହି ବଲ ଲେଗ୍ ଷ୍ଟମ୍ପ ବାହାରେ ଥିଲା, କିନ୍ତୁ ଏହାକୁ ମଧ୍ୟ ପନ୍ତ ଧରିପାରି ନଥିଲେ । ଯଦି ସେ ଏହାକୁ ଧରିଥାନ୍ତେ, ତାହେଲେ ମ୍ୟାଚ୍ର ଫଳାଫଳ ଭିନ୍ନ ହୋଇଥାନ୍ତା । ଟର୍ଣ୍ଣର ୪୩ ବଲରେ ୮୪ ରନ୍ର ଇନିଂସ୍ ଖେଳି ଅଷ୍ଟ୍ରେଲିଆ ବିଜୟରେ ପ୍ରମୁଖ ଭୂମିକା ବହନ କରିଥିଲେ ।

 

୪୬.୨ ଓଭର: ଭୁବନେଶ୍ୱର କୁମାର ଟର୍ଣ୍ଣରଙ୍କୁ ବୋଲିଂ କରୁଥିଲେ । କେଦାର ଯାଦବ ମିଡ୍ ୱିକେଟ୍ରେ ଏକ କଷ୍ଟସାଧ୍ୟ କ୍ୟାଚ୍ ଛାଡ଼ିଥିଲେ । ଭୁବିଙ୍କ ଶଟ୍ ବଲ୍ରେ ଟର୍ଣ୍ଣର ପୁଲ୍ ଶଟ୍ ଖେଳିଥିଲେ । ବଲଟି ଠିକ୍ ଭାବେ ଟାଇମିଂ ହୋଇନଥିଲା । କେଦାର ବଲର ଉଚ୍ଚତାକୁ ପରଖି ପାରିନଥିଲେ ଏବଂ ପ୍ରତିକ୍ରିୟା ଦେବାରେ ବିଳମ୍ବ କରିଥିଲେ । ସେ ଦୌଡ଼ିକି ଡାଇଭ୍ ମାରିଥିଲେ, କିନ୍ତୁ ବଲ୍ ପର୍ଯ୍ୟନ୍ତ ପହଞ୍ôଚପାରିନଥିଲେ । ଏହି ବଲରେ ୨ ରନ୍ ହୋଇଥିଲା ।

 

୪୬.୪ ଓଭର: ଭୁବନେଶ୍ୱର ଟର୍ଣ୍ଣରଙ୍କୁ ବଲ୍ ପକାଇଥିଲେ । ଟର୍ଣ୍ଣର ଶଟ୍ ଖେଳିଥିଲେ, ବଲ୍ ସିଧା ମିଡ୍ଅଫ୍ରେ ଫିଲ୍ଡିଂ କରୁଥିବା ଶିଖର ଧୱନଙ୍କୁ ପାଖକୁ ଯାଇଥିଲା । ଧୱନଙ୍କ ପାଇଁ ଏହା ସହଜ କ୍ୟାଚ୍ ଥିଲା, କିନ୍ତୁ ଏହାକୁ ଧରିପାରି ନଥିଲେ । କିନ୍ତୁ ସେତେବେଳକୁ ମ୍ୟାଚ୍ ଭାରତ ହାତରୁ ଖସିଯାଇଥିଲା ।

Related story