Advertisment

ଶାଢ଼ି ପିନ୍ଧି ବ୍ୟାଟିଂ କଲେ, ଟିମ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଲେ ମିତାଲି ରାଜ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ୨୦୧୭ ମହିଳା ଦିନିକିଆ ବିଶ୍ୱକପରେ ଭାରତକୁ ଫାଇନାଲ ନେଇଥିବା ଭାରତୀୟ ମହିଳା ଦଳର ଅଧିନାୟକ ମିତାଲି ରାଜ ନୂଆ ଅବତାରରେ ସାମ୍ନାକୁ ଆସିଛନ୍ତି। ଟି-୨୦ରୁ ଅବସର ନେଇଥିଲେ ହେଁ ମିତାଲି ଭାରତ ପାଇଁ ଦିନିକିଆ ଖେଳୁଛନ୍ତି। ଆସନ୍ତାକାଲି ମହିଳା ଦିବସ ଓ ଭାରତୀୟ ମହିଳା ଟିମ ଟି-୨୦ ବିଶ୍ୱକପ ଫାଇନାଲ ଖେଳିବ। ଏହାପୂର୍ବରୁ ମିତାଲି ଦଳକୁ ଶୁଭେଚ୍ଛା ଜଣାଇବା ପାଇଁ ଏକ ଭିଡିଓ ଜାରି କରିଛନ୍ତି। ଏହି ଭିଡିଓରେ ସେ ଶାଢ଼ି ପିନ୍ଧିଥିବା ଦେଖିବାକୁ ମଳୁଛି। […]

ଶାଢ଼ି ପିନ୍ଧି ବ୍ୟାଟିଂ କଲେ, ଟିମ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଲେ ମିତାଲି ରାଜ, ଭିଡିଓ ଭାଇରାଲ

nb

Advertisment

ନୂଆଦିଲ୍ଲୀ: ୨୦୧୭ ମହିଳା ଦିନିକିଆ ବିଶ୍ୱକପରେ ଭାରତକୁ ଫାଇନାଲ ନେଇଥିବା ଭାରତୀୟ ମହିଳା ଦଳର ଅଧିନାୟକ ମିତାଲି ରାଜ ନୂଆ ଅବତାରରେ ସାମ୍ନାକୁ ଆସିଛନ୍ତି। ଟି-୨୦ରୁ ଅବସର ନେଇଥିଲେ ହେଁ ମିତାଲି ଭାରତ ପାଇଁ ଦିନିକିଆ ଖେଳୁଛନ୍ତି।

Advertisment

ଆସନ୍ତାକାଲି ମହିଳା ଦିବସ ଓ ଭାରତୀୟ ମହିଳା ଟିମ ଟି-୨୦ ବିଶ୍ୱକପ ଫାଇନାଲ ଖେଳିବ। ଏହାପୂର୍ବରୁ ମିତାଲି ଦଳକୁ ଶୁଭେଚ୍ଛା ଜଣାଇବା ପାଇଁ ଏକ ଭିଡିଓ ଜାରି କରିଛନ୍ତି। ଏହି ଭିଡିଓରେ ସେ ଶାଢ଼ି ପିନ୍ଧିଥିବା ଦେଖିବାକୁ ମଳୁଛି। ଶାଢ଼ି ପିନ୍ଧିବା ସହ ସେ ହାତରେ ବ୍ୟାଟ ଓ ମୁଣ୍ଡରେ ହେଲମେଟ ପିନ୍ଧିଛନ୍ତି।

ଏହାପରେ କ୍ରିକେଟ ପିଡ଼ିଆରଆ ଶାଢ଼ି ପିନ୍ଧି ଶଟ୍‌ ପରେ ଶଟ୍‌ ମାରିବାରେ ଲାଗିଛନ୍ତି। ପାରମ୍ପରିକ ଭାରତୀୟ ସଂସ୍କୃତି ଅନୁଯାୟୀ, ଶାଢ଼ି ଓ ବିନ୍ଦି ଲଗାଇଥିବା ମିତାଲି ମହିଳା ଦିବସ ପାଇଁ ଏଭଳି ଅବତାରରେ ନଜର ଆସିଛନ୍ତି।

Advertisment

ସେ ମହିଳା ଟିମ୍‌କୁ ଶୁଭେଚ୍ଛା ଜଣାଇ କହିଛନ୍ତି ଯେ “ଆମେ ମଧ୍ୟ ସବୁ କିଛି କରିପାରିବୁ ବୋଲି ବିଶ୍ୱକପକୁ ଜଣାଇ ଦିଅ। କମ ଅନ୍‌ ଟିମ ଇଣ୍ଡିଆ। ଏବେ ଟ୍ରଫି ଘରକୁ ଆଣ।”


ଭିଡିଓରେ ମଧ୍ୟ କିଛି କଥା ଉଲ୍ଲେଖ କରାଯାଇଛି। ଏହି ଭିଡିଓର ଶୀର୍ଷକ ‘ବି ଏ ଲେଡି, ଦେ ସେଡ୍‌’ ରହିଛି। ଏଥିରେ କୁହାଯାଇଛି ଯେ “ପ୍ରତିଟି ଶାଢ଼ି ଆପଣମାନଙ୍କ ଠାରୁ ବହୁତ କିଛି କୁହେ। ମୁଁ ଜାଣିଛି। ଏହା କେବେ ହେଲେ ଆପଣଙ୍କୁ ଏହା ମଧ୍ୟରେ ଫିଟ୍‌ ହେବାକୁ କହେନାହିଁ। ଏହା ଆପଣଙ୍କୁ ଛିଡ଼ା କରାଏ। ଏହି ମହିଳା ଦିବସରେ କିଛି ବଡ଼ କରିବା। ବିଶ୍ୱକୁ ଦେଖାନ୍ତୁ ଯେ ଆମେ ମଧ୍ୟ ଏହା କରିପାରିବା।”

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe