Advertisment

ଭାରତୀୟ ଫୁଟବଲ୍ ଲିଜେଣ୍ଡ ମହମ୍ମଦ ହବିବଙ୍କ ପରଲୋକ

ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ହୋଇଥିଲା। ବେଶ୍ କିଛି ବର୍ଷ ହେବ ସେ ପାରକିନସନ୍ ସହିତ ଅନ୍ୟାନ୍ୟ ରୋଗରେ ପୀଡ଼ିତ ଥିଲେ।

Mohammed Habib

Mohammed Habib

Advertisment

ଭାରତୀୟ ଫୁଟବଲ୍ ଲିଜେଣ୍ଡ ମହମ୍ମଦ ହବିବଙ୍କର ମଙ୍ଗଳବାର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ହୋଇଥିଲା। ବେଶ୍ କିଛି ବର୍ଷ ହେବ ସେ ପାରକିନସନ୍ ସହିତ ଅନ୍ୟାନ୍ୟ ରୋଗରେ ପୀଡ଼ିତ ଥିଲେ। ଆଉ ଆଜି ତାଙ୍କ ଜନ୍ମମାଟି ହାଇଦ୍ରାବାଦରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କର ପତ୍ନୀ ଓ ତିନି ଝିଅ ଅଛନ୍ତି।

Advertisment

୧୯୭୦ରେ ବ୍ୟାଙ୍କକରେ ଅନୁଷ୍ଠିତର ଏସିଆନ ଗେମ୍ସରେ ସୟିଦ ନୟୀମୁଦ୍ଦିନଙ୍କ ନେତୃତ୍ୱରେ ଭାରତୀୟ ଫୁଟବଲ ଦଳ ବ୍ରୋଞ୍ଜ ପଦକ ହାସଲ କରିଥିବା ବେଳେ ଏହି ଦଳରେ ମହମ୍ମଦ ହବିବ ମଧ୍ୟ ଥିଲେ।

ହବିବ ମୋହନ ବାଗାନ, ଇଷ୍ଟ ବେଙ୍ଗାଲ ଓ ମୋହମ୍ମଡନ ସ୍ପୋର୍ଟିଂ କ୍ଳବ୍ ତରଫରୁ ଖେଳିଥିଲେ। ଏକ ସଫଳ କ୍ୟାରିୟର ପାଇଁ ତାଙ୍କୁ ଲିଜେଣ୍ଡ୍ରୀ ଷ୍ଟାଟସ ମିଳିଥିଲା। ତାଙ୍କୁ ଦେଶର ପ୍ରଥମ ପ୍ରଫେସନାଲ ଫୁଟବଲର କୁହାଯାଏ। କାରଣ ସେ ଅନେକ ଚାକିରି ଅଫର ପାଇଥିଲେ ବି ସେଗୁଡ଼ିକୁ ପ୍ରତ୍ୟାଖ୍ୟାନ କରି ଦେଇଥିଲେ। ସେ ଟାଟା ଫୁଟବଲ ଆକେଡେମୀର କୋଚ୍ ଭାବେ କାର୍ଯ୍ୟ କରିଥିଲେ। ସେ ହଳଦିଆ ସ୍ଥିତ ଭାରତୀୟ ଫୁଟବଲ ଆସୋସିଏସନ୍ ଆକାଡେମୀରେ ମୁଖ୍ୟ କୋଚ୍ ଭାବେ ଦାୟିତ୍ୱ ତୁଲାଇଥିଲେ।

Advertisment

୧୯୭୭ ମସିହାରେ ଥରେ ସେ ମୋହନ ବାଗାନ ପକ୍ଷରୁ କସମସ କ୍ଲବ ବିପକ୍ଷରେ ଏକ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍ ଖେଳିଥିଲେ, ଯେଉଁଥିରେ ମହାନ ଫୁଟବଲ ଖେଳାଳି ପେଲେ ଥିଲେ। କସମସ କ୍ଲବ ପକ୍ଷରୁ ପେଲେ, କାର୍ଲୋସ ଆଲବର୍ଟ ଭଳି ଖେଳାଳି ଖେଳୁଥିଲେ ହେଁ ମୋହନ ବାଗାନ ମ୍ୟାଚ୍‌କୁ ୨-୨ରେ ଡ୍ର’ ରଖିବାକୁ ସଫଳ ହୋଇଥିଲା। ମୋହନ ବାଗାନ ତରଫରୁ ମହମ୍ମଦ ହବିବ ଗୋଟିଏ ଗୋଲ କରିଥିଲେ। ତାଙ୍କ ଖେଳ ପେଲେଙ୍କ ମନକୁ ପାଇଥିଲା।

Football Mohammed Habib
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe