ମହମ୍ମଦ ମୁସ୍ତାକ ଅହମ୍ମଦ ହେଲେ ହକି ଇଣ୍ଡିଆର ନୂଆ ଅଧ୍ୟକ୍ଷ

ନୂଆଦିଲ୍ଲୀ: ମହମ୍ମଦ ମୁସ୍ତାଫ ଅହମ୍ମଦ ହକି ଇଣ୍ଡିଆର ନୂଆ ଅଧ୍ୟକ୍ଷ ହୋଇଛନ୍ତି। ହକି ଇଣ୍ଡିଆର ୮ମ ସମ୍ମିଳନୀ ଓ ନିର୍ବାଚନ ଅବସରରେ ମୁସ୍ତାକଙ୍କୁ ସର୍ବସମ୍ମତି କ୍ରମେ ଅଧ୍ୟକ୍ଷ ଭାବେ ଚୟନ କରାଯାଇଛି। ହକି ଇଣ୍ଡିଆର ପୂର୍ବ ମହାସଚିବ ମହମ୍ମଦ ରାଜିନ୍ଦର ସିଂହଙ୍କ ସ୍ଥାନରେ ସେ କାମ କରିବେ। ମଣିପୁରର ଜ୍ଞାନେନ୍ଦ୍ର ନିଙ୍ଗୋମବାମ୍‌ ସିନିୟର ଉପାଧ୍ୟକ୍ଷ ହୋଇଥିବା ବେଳେ ଜମ୍ମୁ-କାଶ୍ମୀର ହକିର ଅସିମ ଅଲ୍ଲୀ ଏବଂ ହକି ଝାଡ଼ଖଣ୍ଡର ଭୋଳାନାଥ ସିଂହ ଉପାଧ୍ୟକ୍ଷ ହୋଇଛନ୍ତି। ଭାରତୀୟ ମହିଳା ଟିମ୍‌ର […]

HOCKY

Rakesh Mallick
  • Published: Tuesday, 02 October 2018
  • , Updated: 02 October 2018, 02:53 PM IST

ନୂଆଦିଲ୍ଲୀ: ମହମ୍ମଦ ମୁସ୍ତାଫ ଅହମ୍ମଦ ହକି ଇଣ୍ଡିଆର ନୂଆ ଅଧ୍ୟକ୍ଷ ହୋଇଛନ୍ତି। ହକି ଇଣ୍ଡିଆର ୮ମ ସମ୍ମିଳନୀ ଓ ନିର୍ବାଚନ ଅବସରରେ ମୁସ୍ତାକଙ୍କୁ ସର୍ବସମ୍ମତି କ୍ରମେ ଅଧ୍ୟକ୍ଷ ଭାବେ ଚୟନ କରାଯାଇଛି। ହକି ଇଣ୍ଡିଆର ପୂର୍ବ ମହାସଚିବ ମହମ୍ମଦ ରାଜିନ୍ଦର ସିଂହଙ୍କ ସ୍ଥାନରେ ସେ କାମ କରିବେ।
ମଣିପୁରର ଜ୍ଞାନେନ୍ଦ୍ର ନିଙ୍ଗୋମବାମ୍‌ ସିନିୟର ଉପାଧ୍ୟକ୍ଷ ହୋଇଥିବା ବେଳେ ଜମ୍ମୁ-କାଶ୍ମୀର ହକିର ଅସିମ ଅଲ୍ଲୀ ଏବଂ ହକି ଝାଡ଼ଖଣ୍ଡର ଭୋଳାନାଥ ସିଂହ ଉପାଧ୍ୟକ୍ଷ ହୋଇଛନ୍ତି।

ଭାରତୀୟ ମହିଳା ଟିମ୍‌ର ପୂର୍ବତନ ଅଧିନାୟକ ଆସୁନ୍ଥା ଲାକଡ଼ା ଏବଂ ଛତିଶଗଡ଼ କହିର ଫିରୋଜ ଅନ୍‌ସାରୀ ଯୁଗ୍ମ ସଚିବ ହୋଇଛନ୍ତି।
ସେହିପରି ହକି ରାଜସ୍ଥାନର ଆରତୀ ସିଂହ, ହକି ତାମିଲନାଡୁର ଏମ୍‌ ରେଣୁକା ଲକ୍ଷ୍ମୀ ଏବଂ ଏସ୍‌ବିଏସ୍‌ ସୁବ୍ରମଣ୍ୟମ୍‌ ଗୁପ୍ତା କାର୍ଯ୍ୟକାରୀ ସଦସ୍ୟ ଭାବେ ଚୟନ ହୋଇଛନ୍ତି। ଆରପି ସିଂହ ଏବଂ ଜୟଦୀପ କୋର୍‌ ଖେଳାଳିଙ୍କ ପ୍ରତିନିଧି ରହିବେ।
ସୂଚନାଯୋଗ୍ୟ, ରାଜିନ୍ଦର ସିଂହ, ମରିୟମ୍ମା କୋଶିଙ୍କ ଅବସର ନେବା ପରେ ପଦ ସମ୍ଭାଳି ଥିଲେ। ତାଙ୍କୁ ନୂଆ ମହାସଚିବ ଓ ହକି ଆସାମର ତପନ କୁମାର ଦାସଙ୍କୁ କୋଷାଧ୍ୟକ୍ଷ ଭାବେ ଚୟନ କରାଯାଇଥିଲା।

Related story