Advertisment

କ୍ରିକେଟର ମହମ୍ମଦ ଶାମିଙ୍କ ସମେତ ୨୬ କ୍ରୀଡାବିତ ପାଇଲେ ଅର୍ଜୁନ ପୁରସ୍କାର

ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ସେମିଫାଇନାଲ ମ୍ୟାଚରେ ଆଶ୍ଚର୍ଯ୍ୟକର ଭାବେ ୭ଟି ୱିକେଟ୍ ନେଇ ରେକର୍ଡ କରିଥିଲେ ଶାମି।

author-image
Debibandita Barick
ଅଦ୍ୟତନ ହୋଇଛି
President & Md Shami

President & Md Shami

ଭାରତୀୟ ଷ୍ଟାର ବୋଲର ମହମ୍ମଦ ଶାମି ପାଇଲେ ଅର୍ଜୁନ ପୁରସ୍କାର। କ୍ରୀଡା ଜଗତରେ ଏହି ସମ୍ମାନସ୍ପଦ ପୁରସ୍କାରରେ ଭୂଷିତ ହୋଇଛନ୍ତି ଶାମି। ଆଜି ରାଷ୍ଟ୍ରପତି ଦୌପଦୀ ମୁର୍ମୁ ତାଙ୍କୁ ଅର୍ଜୁନ ପୁରସ୍କାର ପ୍ରଦାନ କରିଛନ୍ତି। ଶାମିଙ୍କ ସମେତ ୨୬ ଜଣ କ୍ରୀଡାବିତଙ୍କୁ ଅର୍ଜୁନ ପୁରସ୍କାର ଦିଆଯାଇଛି। 

Advertisment

ଦିନିକିଆ ବିଶ୍ୱକପ ୨୦୨୩ରେ ଉଚ୍ଚକୋଟୀର ପ୍ରଦର୍ଶନ ପାଇଁ ଶାମିଙ୍କୁ ଅର୍ଜୁନ ପୁରସ୍କାର ପ୍ରଦାନ କରାଯାଇଛି। ସେ ବିଶ୍ୱକପରେ ସର୍ବାଧିକ ୱିକେଟ ନେଇଥିଲେ। କେବଳ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ସେମିଫାଇନାଲ ମ୍ୟାଚରେ ଆଶ୍ଚର୍ଯ୍ୟକର ଭାବେ ୭ଟି ୱିକେଟ୍ ନେଇ ରେକର୍ଡ କରିଥିଲେ। ପୂରା ବିଶ୍ୱକପ ଯାତ୍ରାରେ ମୋଟ ୭ଟି ମ୍ୟାଚରେ ୨୪ ୱିକେଟ୍ ନେଇଥିଲେ ଶାମି। କ୍ରୀଡା ଜଗତରେ ଏହି ଉତ୍କୃଷ୍ଠତା ପାଇଁ ତାଙ୍କୁ ଅର୍ଜୁନ ପୁରସ୍କାର ପ୍ରଦାନ କରାଯାଇଛି।

Advertisment

ମହମ୍ମଦ ଶାମିଙ୍କୁ ଯେତେବେଳେ ଅର୍ଜୁନ ପୁରସ୍କାର ବାବଦରେ ପଚରା ଯାଇଥିଲା, ସେ କହିଥିଲେ, "ଏହି ପୁରସ୍କାର ଏକ ସ୍ୱପ୍ନ, ବହୁ ବର୍ଷର ପ୍ରଚେଷ୍ଟା ସତ୍ତ୍ୱେ ଅର୍ଜୁନ ପୁରସ୍କାର ପାଇବା ସହଜ ହୁଏନି। ମୁଁ ଖୁସି ଯେ ମୋତେ ଏହି ପୁରସ୍କାର ପାଇଁ ମନୋନୀତ କରାଯାଇଛି।"

ମହମ୍ମଦ ଶାମି ୨୦୧୩ରେ ଭାରତ ପାଇଁ ଡେବ୍ୟୁ କରିଥିଲେ। ସେବେଠାରୁ ଦ୍ରୁତ ବୋଲର୍ ଭାବେ ଟିମ୍ ଇଣ୍ଡିଆରେ ରହିଆସିଛନ୍ତି। ବର୍ତ୍ତମାନ ସୁଦ୍ଧା ସେ ୬୪ଟି ଟେଷ୍ଟ ମ୍ୟାଚରେ ୨୨୯ ୱିକେଟ୍, ୧୦୧ଟି ଦିନିକିଆରେ ୧୯୫ ୱିକେଟ୍ ଏବଂ ୨୩ ଟି-୨୦ ମ୍ୟାଚରେ ୨୪ ୱିକେଟ୍ ନେଇଛନ୍ତି।

କ୍ରିକେଟର ମହମ୍ମଦ ଶାମି, ତୀରନ୍ଦାଜୀ ଓଜାସ୍ ପ୍ରବୀଣ ଦେଓତାଲେ, ଶୀତଲ ଦେବୀ ଏବଂ ଆଦିତ୍ୟ ଗୋପୀଚାନ୍ଦ ସ୍ୱାମୀ ଏବଂ ରେସଲର ଅନ୍ତିମ ପଙ୍ଘଲଙ୍କ ସମେତ ୨୬ ଜଣ ଖେଳାଳି ପଦ୍ମଶ୍ରୀ ପୁରସ୍କାର ପାଇଛନ୍ତି। 

President Mohammed Shami Arjuna Award Sports Award