Advertisment

ବୁମ୍ରାଙ୍କ ପରେ ଶାମି ଦେଲେ ଇଂଲଣ୍ଡକୁ ଝଟକା

ଆଜି ଲକ୍ଷ୍ନୌରେ ଖେଳାଯାଇଥିବା ମ୍ୟାଚ୍‌ରେ ୨୩୦ ରନ୍‌ର ଟାର୍ଗେଟ ନେଇ ପଡ଼ିଆକୁ ଓହ୍ଲାଇଥିଲା ଇଂଲଣ୍ଡ। ଜବରଦସ୍ତ ବୋଲିଂ କରିଥିଲେ ବୁମ୍ରା। ତୃତୀୟ ଓଭରରେ ବୁମ୍ରା ଲଗାତାର ଦୁଇଟି ୱିକେଟ୍‌ ନେଇଥିଲେ।

ଅଦ୍ୟତନ ହୋଇଛି
Mohammed Shami

Mohammed Shami

Advertisment

ବିଶ୍ୱକପ୍ କ୍ରିକେଟରେ ଯଶପ୍ରୀତ ବୁମ୍ରାଙ୍କ ପରେ ମହମ୍ମଦ ଶାମି ଦେଲେ ଜବରଦସ୍ତ ଝଟକା। ଇଂଲଣ୍ଡର ଧୂଆଁଧାର ବ୍ୟାଟ୍ସମ୍ୟାନ୍‌ ବେନ ଷ୍ଟୋକ୍ସ ଓ ଓପ୍‌ନର ଜନ୍ନି ବେୟାରଷ୍ଟୋଙ୍କୁ ବୋଲ୍‌ଡ କରିଛନ୍ତି। ଶାମି ବ୍ୟକ୍ତିଗତ ଭାବେ ନିଜର ଦ୍ୱିତୀୟ ଓଭରରେ ବେନ୍‌ ଷ୍ଟୋକ୍ସ ବେୟାରଷ୍ଟୋଙ୍କୁ ଓ ତୃତୀୟ ଓଭରରେ ଜନ୍ନି ବେୟାରଷ୍ଟୋଙ୍କୁ କ୍ଲିନ୍‌ ବୋଲ୍‌ଡ କରିଛନ୍ତି।

Advertisment

ଆଜି ଲକ୍ଷ୍ନୌରେ ଖେଳାଯାଇଥିବା ମ୍ୟାଚ୍‌ରେ ୨୩୦ ରନ୍‌ର ଟାର୍ଗେଟ ନେଇ ପଡ଼ିଆକୁ ଓହ୍ଲାଇଥିଲା ଇଂଲଣ୍ଡ। ଭାରତ ପକ୍ଷରୁ ଜବରଦସ୍ତ ବୋଲିଂ କରିଥିଲେ ବୁମ୍ରା। ତୃତୀୟ ଓଭରରେ ବୁମ୍ରା ଲଗାତାର ଦୁଇଟି ୱିକେଟ୍‌ ନେଇଥିଲେ। ଓପ୍‌ନର ଡାୱିଡ ମଲାନଙ୍କୁ ବୋଲ୍‌ଡ କରିଥିବା ବେଳେ ଜୋ ରୁଟଙ୍କୁ LBW କରିଥିଲେ। ୧୦ ଓଭରରେ ଇଂଲଣ୍ଡ ୪ ୱିକେଟ୍‌ ହରାଇ ୪୦ ରନ୍‌ କରିଛି।

ଇଂଲଣ୍ଡ ଟସ୍‌ ଜିତି ଭାରତକୁ ବ୍ୟାଟିଂ କରିବାକୁ ଦେଇଥିଲା। ଭାରତ ପକ୍ଷରୁ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିଲେ ରୋହିତ ଶର୍ମା ଓ ଶୁବମନ ଗିଲ। ବ୍ୟକ୍ତିଗତ ଭାବେ ୯ ରନ୍‌ କରିଥିବା ବେଳେ କ୍ରିକ୍ସ ୱକ୍ସଙ୍କ ବଲ୍‌ରେ ବୋଲ୍‌ଡ ହୋଇଥିଲେ ଗିଲ୍‌। ତାଙ୍କ ପରେ ବ୍ୟାଟିଂ କରିବାକୁ ଆସିଥିଲେ ବିରାଟ୍‌ କୋହଲି। ସେ ବେଶୀ ସମୟ କ୍ରିଜ୍‌ରେ ତିଷ୍ଠି ପାରିନଥିଲେ। ୯ଟି ବଲ୍‌ ଖଳି ଖାତା ଖୋଲିନପାରି ଡାଭିଡ ୱିଲୀଙ୍କ ବଲ୍‌ରେ କ୍ୟାଚ ଆଉଟ୍‌ ହୋଇଥିଲେ।

Advertisment

ତା’ପରେ ବ୍ୟାଟିଂ କରିବାକୁ ଆସିଥିଲେ ଶ୍ରେୟସ ଆୟର। ସେ ମାତ୍ର ୪ ରନ୍‌ କରି କ୍ରିକ୍ସ ୱକ୍ସଙ୍କ ବଲ୍‌ରେ ଆଉଟ୍‌ ହୋଇଥିଲେ। ପରେ ବ୍ୟାଟିଂ କରିବାକୁ ଆସିଥିଲେ କେ.ଏଲ୍‌ ରାହୁଲ୍‌। କ୍ୟାପ୍‌ଟେନ୍‌ ରୋହିତ ଶର୍ମାଙ୍କ ସହ ମିଶି ସେ ଧର୍ଯ୍ୟପୂର୍ଣ୍ଣ ଭାବେ ବ୍ୟାଟିଂ କରିଥିଲେ। ଉଭୟ କିଛି ସମୟ ପାଳି ସମ୍ଭାଳି ଥିଲେ। ବ୍ୟକ୍ତିଗତ ଭାବେ ୩୯ ରନ୍‌ କରିଥିବା ବେଳେ ଡାଭିଡ ୱିଲୀଙ୍କ ବଲ୍‌ରେ ଆଉଟ୍‌ ହୋଇଥିଲେ ରାହୁଲ୍‌। ତା’ପରେ ରୋହିତ ୮୭, ସୂର୍ଯ୍ୟକାନ୍ତ ଯାଦବ ୪୯, ରବୀନ୍ଦ୍ର ଜାଡେଜା ୮, ମହମ୍ମଦ ଶାମି ୧ ଓ ଯଶପ୍ରୀତ ବୁମ୍ରା ୧୬ ରନ୍‌ କରି ଆଉଟ୍‌ ହୋଇଥିଲେ। କୁଲଦୀପ ଯାଦବ ୯ ରନ୍‌ କରି ନଟ୍‌ ଆଉଟ୍‌ ଥିଲେ। ଭାରତ ୯ ୱିକେଟ୍‌ ହରାଇ ୨୨୯ ରନ୍‌ କରିଥିଲା। ଇଂଲଣ୍ଡକୁ ୨୩୦ ରନ୍‌ର ଟାର୍ଗେଟ ଦେଇଥିଲା ଭାରତ।

India Vs England ICC Men’s Cricket World Cup 2023
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe