Advertisment

ଆଖିର ଲୁହକୁ ରୋକିପାରିଲେନି ମହମ୍ମଦ ସିରାଜ୍

ସିଡନୀ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାରିମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ତୃତୀୟ ମ୍ୟାଚ୍ ଆଜିଠାରୁ ଆରମ୍ଭ ହୋଇଛି। ଏହି ମ୍ୟାଚରେ ଯୁବ ପେସ୍ ବୋଲର ମହମ୍ମଦ ସିରାଜଙ୍କ ଏକ କ୍ଲିକ୍ ଖୁବ୍ ଭାଇରାଲ୍ ହୋଇଛି। ତୃତୀୟ ଟେଷ୍ଟ ଆରମ୍ଭ ହେବା ପୂର୍ବରୁ ଯେତେବେଳେ ଜାତୀୟ ସଂଗୀତ ପରିବେଷଣ ହେଲା, ସେହି ସମୟରେ ସିରାଜ୍ ଖୁବ୍ ଭାବବିହ୍ୱଳ ହୋଇପଡ଼ିଥିଲେ। ତାଙ୍କ ଆଖିରୁ ଧାର ଧାର ଲୁହ ବୋହିଯାଉଥିବାର ଦେଖିବାକୁ ମିଳିଥିଲା। କ୍ରିକେଟ୍ ଅଷ୍ଟ୍ରେଲିଆ ସିରାଜଙ୍କର ଏହି ଛୋଟିଆ […]

ଅଦ୍ୟତନ ହୋଇଛି
ଆଖିର ଲୁହକୁ ରୋକିପାରିଲେନି ମହମ୍ମଦ ସିରାଜ୍

siraj

Advertisment

ସିଡନୀ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାରିମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ତୃତୀୟ ମ୍ୟାଚ୍ ଆଜିଠାରୁ ଆରମ୍ଭ ହୋଇଛି। ଏହି ମ୍ୟାଚରେ ଯୁବ ପେସ୍ ବୋଲର ମହମ୍ମଦ ସିରାଜଙ୍କ ଏକ କ୍ଲିକ୍ ଖୁବ୍ ଭାଇରାଲ୍ ହୋଇଛି। ତୃତୀୟ ଟେଷ୍ଟ ଆରମ୍ଭ ହେବା ପୂର୍ବରୁ ଯେତେବେଳେ ଜାତୀୟ ସଂଗୀତ ପରିବେଷଣ ହେଲା, ସେହି ସମୟରେ ସିରାଜ୍ ଖୁବ୍ ଭାବବିହ୍ୱଳ ହୋଇପଡ଼ିଥିଲେ। ତାଙ୍କ ଆଖିରୁ ଧାର ଧାର ଲୁହ ବୋହିଯାଉଥିବାର ଦେଖିବାକୁ ମିଳିଥିଲା। କ୍ରିକେଟ୍ ଅଷ୍ଟ୍ରେଲିଆ ସିରାଜଙ୍କର ଏହି ଛୋଟିଆ ଝଲକକୁ ତା'ର ଅଫିସିଆଲ୍ ଟୁଇଟର୍ ଆକାଉଣ୍ଟରେ ଶେଆର୍ କରିଛି। ତାଙ୍କର ଏହି ଭାବାତ୍ମକ ମୁହୂର୍ତ୍ତକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ପୂର୍ବତନ କ୍ରିକେଟର୍ ମହମ୍ମଦ କୈଫ୍ ଓ ୱାସିମ୍ ଜାଫର।

Advertisment

https://twitter.com/cricketcomau/status/1346965075051962374?s=20

ଅଷ୍ଟ୍ରେଲିଆ ଗସ୍ତରେ ଥିବା ବେଳେ ସିରାଜଙ୍କର ପିତାଙ୍କର ଦେହାନ୍ତ ହୋଇଥିଲା। କିନ୍ତୁ ତାଙ୍କ ପିତା ସର୍ବଦା ନିଜ ପୁଅକୁ ଦେଶ ପାଇଁ ଖେଳୁଥିବାର ଦେଖିବାକୁ ଚାହୁଁଥିଲେ। ଫଳରେ ସିରାଜ ନିଜ ପିତାଙ୍କର ଅନ୍ତିମ ସଂସ୍କାରକୁ ଯାଇପାରିନଥିଲେ। ଜାତୀୟ ସଂଗୀତ ବେଳେ ନିଜ ପିତାଙ୍କୁ ମନେ ପକାଇ ଭାବବିହ୍ୱଳ ହୋଇପଡ଼ିଥିବା କହିଛନ୍ତି ସିରାଜ୍। ସିରାଜ୍ କହିଛନ୍ତି, ମୋ ବାପା ମୋତେ ଟେଷ୍ଟ କ୍ରିକେଟ୍ ଖେଳୁଥିବାର ଦେଖିବାକୁ ଚାହୁଁଥିଲେ। କିନ୍ତୁ ଆଜି ସେ ଦୁନିଆରେ ନାହାନ୍ତି। ତାଙ୍କ ଅନୁପସ୍ଥିତିକୁ ମନେ ପକାଇ ମୁଁ ଖୁବ୍ ଭାବବିହ୍ୱଳ ହୋଇପଡ଼ିଥିଲି।

https://twitter.com/BCCI/status/1347121794264678400?s=20

ସିରାଜଙ୍କ ଏହି ଭାବାତ୍ମକ ମୁହୂର୍ତ୍ତକୁ ନେଇ କୈଫ୍ ଟୁଇଟ୍ କରି କହିଛନ୍ତି, ମୁଁ କିଛି ଲୋକଙ୍କୁ କହିବାକୁ ଚାହୁଁଛି ଯେ ଏହି ଫଟୋକୁ ଭଲଭାବେ ମନେ ରଖନ୍ତୁ। ଏ ହେଉଛନ୍ତି ମହମ୍ମଦ ସିରାଜ ଏବଂ ତାଙ୍କ ପାଇଁ ଏହା ହିଁ ହେଉଛି ଜାତୀୟ ସଂଗୀତର ଅର୍ଥ।

Advertisment

https://twitter.com/MohammadKaif/status/1347071717630377984?s=20

ଅନ୍ୟପକ୍ଷରେ ୱାସିମ୍ ଜାଫର କହିଛନ୍ତି, ଦେଶ ପାଇଁ ଖେଳିବା ସବୁଠାରୁ ବଡ଼ ପ୍ରେରଣା। ଯଦି ମଇଦାନରେ ଆପଣଙ୍କ ମନୋବଳ ବଢ଼ାଇବା ପାଇଁ କୌଣସି ଦର୍ଶକ ଉପସ୍ଥିତ ନାହାନ୍ତି, ତଥାପି ଭାରତ ପାଇଁ ଖେଳିବାଠାରୁ ବଡ଼ ପ୍ରେରଣା ଆଉ କିଛି ହୋଇପାରିବ ନାହିଁ। ଜଣେ ମହାନ୍ ବ୍ୟକ୍ତି କହିଥିଲେ, ଆପଣ ଦର୍ଶକଙ୍କ ପାଇଁ ଖେଳୁନାହାନ୍ତି, ଆପଣ ନିଜ ଦେଶ ପାଇଁ ଖେଳୁଛନ୍ତି।

https://twitter.com/WasimJaffer14/status/1346980790974877696?s=20

ସିରାଜ୍ ମେଲବର୍ଣ୍ଣରେ ବକ୍ସିଂ ଡେ' ଟେଷ୍ଟରେ ପଦାର୍ପଣ କରିଥିଲେ। ସିଡନୀରେ ଖେଳାଯାଉଥିବା ତୃତୀୟ ଟେଷ୍ଟରେ ସିରାଜ୍ ଘରୋଇ ଦଳର ଓପନିଂ ବ୍ୟାଟ୍ସମ୍ୟାନ୍ ଡେଭିଡ୍ ୱାର୍ଣ୍ଣରଙ୍କୁ ପ୍ୟାଭିଲିୟନ୍ ପଠାଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe