Advertisment

ଟୋକିଓରେ ଦୂତୀ, ଜନ୍ମକଲା ମା’ ଜାଣିନାହାନ୍ତି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବାଜି ସାରିଛି ଟୋକିଓ ଅଲିମ୍ପିକ୍ସ ବିଗୁଲ। ଭାରତୀୟ ଆଥଲେଟ୍ ଟୋକିଓରେ ପହଞ୍ଚି ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଭାରତୀୟ ମହିଳା ସ୍ପ୍ରିଣ୍ଟର୍ ଦୂତୀ ଚାନ୍ଦ କ୍ରମାଗତ ଦ୍ୱିତୀୟଥର ଲାଗି ଅଲିମ୍ପିକ୍ସକୁ କ୍ୱାଲିଫାଏ କରିଛନ୍ତି। ଅଲିମ୍ପିକ୍ସକୁ ଯୋଗ୍ୟତା ଅର୍ଜନ କରି ଦୂତୀ ନା କେବଳ ରାଜ୍ୟ ବରଂ ଦେଶ ପାଇଁ ଗୌରବ ଆଣିଛନ୍ତି। କିନ୍ତୁ ଦୂତୀଙ୍କ ଏହି ଗୌରବର ଭାଗିଦାରୀ ହୋଇନାହାନ୍ତି ତାଙ୍କ ଜନ୍ମକଲା ମା’। କହିବାର ତାତ୍ପର୍ଯ୍ୟ ହେଉଛି, ଦୂତୀ ଅଲିମ୍ପିକ୍ସକୁ ଯାଇଛନ୍ତି, ହେଲେ […]

ଅଦ୍ୟତନ ହୋଇଛି
ଟୋକିଓରେ ଦୂତୀ, ଜନ୍ମକଲା ମା’ ଜାଣିନାହାନ୍ତି

dutee-chand-and-her-mother

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବାଜି ସାରିଛି ଟୋକିଓ ଅଲିମ୍ପିକ୍ସ ବିଗୁଲ। ଭାରତୀୟ ଆଥଲେଟ୍ ଟୋକିଓରେ ପହଞ୍ଚି ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଭାରତୀୟ ମହିଳା ସ୍ପ୍ରିଣ୍ଟର୍ ଦୂତୀ ଚାନ୍ଦ କ୍ରମାଗତ ଦ୍ୱିତୀୟଥର ଲାଗି ଅଲିମ୍ପିକ୍ସକୁ କ୍ୱାଲିଫାଏ କରିଛନ୍ତି। ଅଲିମ୍ପିକ୍ସକୁ ଯୋଗ୍ୟତା ଅର୍ଜନ କରି ଦୂତୀ ନା କେବଳ ରାଜ୍ୟ ବରଂ ଦେଶ ପାଇଁ ଗୌରବ ଆଣିଛନ୍ତି। କିନ୍ତୁ ଦୂତୀଙ୍କ ଏହି ଗୌରବର ଭାଗିଦାରୀ ହୋଇନାହାନ୍ତି ତାଙ୍କ ଜନ୍ମକଲା ମା’। କହିବାର ତାତ୍ପର୍ଯ୍ୟ ହେଉଛି, ଦୂତୀ ଅଲିମ୍ପିକ୍ସକୁ ଯାଇଛନ୍ତି, ହେଲେ ତାଙ୍କ ମା’ ଏକଥା ଆଦୌ ଜାଣିନାହାନ୍ତି। ଏହା ଆମେ କହୁନୁ, କହିଛନ୍ତି ଖୋଦ୍ ତାଙ୍କ ମା’ ଅଖାଜି ଚାନ୍ଦ।

Advertisment

ଦୂତୀଙ୍କ ମା’ କହିଛନ୍ତି, ଦୂତୀ ଚାନ୍ଦ ଅଲିମ୍ପିକ୍ସ ଯାଉଛି। ଏକଥା ମୁଁ ଦୂତୀ ଠାରୁ ଶୁଣିନି। ମୁଁ ଗଣମାଧ୍ୟମ ଠାରୁ ଏକଥା ଜାଣିବାକୁ ପାଇଛି। ସେ ଯଦି ଅଲିମ୍ପିକ୍ସ ଯାଇଛି, ତାହେଲେ ମୁଁ ବହୁତ ଖୁସି। ଠାକୁରଙ୍କୁ ଡାକି ପ୍ରାର୍ଥନା କରୁଛି ସେ ଖେଳରେ ଗୋଟିଏ ମେଡାଲ୍ ଜିତୁ। ସ୍ୱର୍ଣ୍ଣ ପଦକ ଆଣି ଏ ଦେଶକୁ ଦେଉ। ଇତିହାସରେ ତା’ ନାଁ ରହୁ। ଯେଉଁ ହକି ଖେଳାଳିମାନେ ଅଲିମ୍ପିକ୍ସ ଯାଇଛନ୍ତି, ସେମାନଙ୍କୁ ମଧ୍ୟ ମୁଁ ଆଶୀର୍ବାଦ କରୁଛି ଯେ ସେମାନେ ୪୦ ବର୍ଷ ପରେ ସ୍ୱର୍ଣ୍ଣ ପଦକ ଜିତି ଆମ ଜାତୀୟ ପତାକା ଉଡ଼ାଇ ଖୁସିରେ ଫେରନ୍ତୁ।

ଚଳିତ ମାସ ୫ ତାରିଖରେ ଦୂତୀ ଚାନ୍ଦଙ୍କୁ ଅଲମ୍ପିକ ଟିକେଟ୍ ମିଳିଥିଲା। ୱାର୍ଲଡ ରାଙ୍କିଙ୍ଗ ଆଧାରରେ ଦୂତୀ ଅଲିମ୍ପିକ୍ସକୁ ଯୋଗ୍ୟତା ଅର୍ଜନ କରିଛନ୍ତି। ଦୂତୀ ୧୦୦ ଓ ୨୦୦ ମିଟର ଇଭେଣ୍ଟ ପାଇଁ କ୍ୱାଲିଫାଏ କରିଛନ୍ତି।

Advertisment
Tokyo Olympics
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe