ଧୋନିଙ୍କୁ ନେଇ ବାହାରିଲା ରାପ୍‌ ଗୀତ, ଭାଇରାଲ୍‌ ହେଉଛି ଭିଡିଓ

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବ ଅଧିନାୟକ ମହେନ୍ଦ୍ର ସିଂ ଧୋନି କେବଳ ଦେଶରେ ନୁହେଁ, ବିଦେଶରେ ମଧ୍ୟ ଲୋକପ୍ରିୟ। ଅନେକ ସମୟରେ ଧୋନିଙ୍କ ପାଇଁ ଫ୍ୟାନ୍ସଙ୍କ ମଧ୍ୟରେ ପାଗଳାମି ଦେଖିବାକୁ ମିଳିଥାଏ। ଏବେ ଧୋନିଙ୍କର ଜଣେ ଫ୍ୟାନ୍‌ ଧୋନିଙ୍କୁ ନେଇ ଏକ ରାପ୍‌ ସଙ୍ଗ୍‌ ତିଆରି କରିଛନ୍ତି। ଯାହା ସୋଶାଲ ମିଡିଆରେ ଭାଇରାଲ୍‌ ଖୁବ୍‌ ହେଉଛି। ଦର୍ଶକ ମଧ୍ୟ ଏହି ରାପ୍‌ ଗୀତକୁ ବେଶ୍‌ ପସନ୍ଦ କରୁଛନ୍ତି। ଏହି ଗୀତରେ ଧୋନିଙ୍କର ପୂରା କ୍ୟାରିଅର୍‌କୁ […]

dhoni

Puspanjali Panda
  • Published: Saturday, 25 January 2020
  • , Updated: 25 January 2020, 04:31 PM IST

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବ ଅଧିନାୟକ ମହେନ୍ଦ୍ର ସିଂ ଧୋନି କେବଳ ଦେଶରେ ନୁହେଁ, ବିଦେଶରେ ମଧ୍ୟ ଲୋକପ୍ରିୟ। ଅନେକ ସମୟରେ ଧୋନିଙ୍କ ପାଇଁ ଫ୍ୟାନ୍ସଙ୍କ ମଧ୍ୟରେ ପାଗଳାମି ଦେଖିବାକୁ ମିଳିଥାଏ। ଏବେ ଧୋନିଙ୍କର ଜଣେ ଫ୍ୟାନ୍‌ ଧୋନିଙ୍କୁ ନେଇ ଏକ ରାପ୍‌ ସଙ୍ଗ୍‌ ତିଆରି କରିଛନ୍ତି। ଯାହା ସୋଶାଲ ମିଡିଆରେ ଭାଇରାଲ୍‌ ଖୁବ୍‌ ହେଉଛି। ଦର୍ଶକ ମଧ୍ୟ ଏହି ରାପ୍‌ ଗୀତକୁ ବେଶ୍‌ ପସନ୍ଦ କରୁଛନ୍ତି। ଏହି ଗୀତରେ ଧୋନିଙ୍କର ପୂରା କ୍ୟାରିଅର୍‌କୁ ଦେଖାଯାଇଛି।

ଏହି ଗୀତଟିକୁ ଏମ୍‌ଏସ୍‌ ଧୋନି ରାପ୍ ସଙ୍ଗ୍‌ ନାମରେ ଟିମ୍‌ ଷ୍ଟାରଡମ୍‌ ଏମ୍ପାୟାର୍‌ ୟୁଟ୍ୟୁବ୍‌ ଚ୍ୟାନେଲ୍‌ରେ ଅପଲୋଡ୍‌ କରାଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଗୀତଟିକୁ ୨୦ ଲକ୍ଷରୁ ଅଧିକ ୟୁଜର ଦେଖିସାରିଛନ୍ତି।

ସୂଚନାଯୋଗ୍ୟ, ଧୋନି ୨୦୧୯ ବିଶ୍ୱ କପ୍‌ ସେମିଫାଇନାଲ୍‌ ମ୍ୟାଚ୍‌ ପରେ ବର୍ତ୍ତମାନ ପର୍ଯ୍ୟନ୍ତ ଅନ୍ୟ କୌଣସି ଅନ୍ତଃରାଷ୍ଟ୍ରୀୟ ମ୍ୟାଚ୍‌ ଖେଳି ନାହାନ୍ତି। ନିକଟରେ ବିସିସିଆଇର ବର୍ଷିକିଆ କେନ୍ଦ୍ରୀୟ ଚୁକ୍ତିରୁ ବି ସେ ବାଦ୍ ପଡ଼ିଛନ୍ତି। ବିସିସିଆଇର ଏହି ନିଷ୍ପତ୍ତି ପରେ ଧୋନିଙ୍କର ଫ୍ୟାନ୍ସ ନିରାଶ ଥିବା ଜଣାପଡ଼ିଛି। ତାଙ୍କ ଅନ୍ତଃରାଷ୍ଟ୍ରୀୟ କ୍ୟାରିଅର୍‌ ଶେଷ ହୋଇଯିବା ପରେ ଏହାକୁ ନେଇ ସୋଶାଲ ମିଡିଆରେ ଝଡ଼ ମଧ୍ୟ ଦେଖିବାକୁ ମିଳିଥିଲା। ଏହାର କିଛିଦିନ ପରେ ଧୋନି ଝାଡ଼ଖଣ୍ଡ ରଣଜୀ ଟିମ୍‌ ସହିକ ନେଟ୍ ପ୍ରାକ୍ଟିସ୍‌ କରୁଥିବା ଦେଖାଯାଇଥିଲା। ଆଇପିଏଲ୍‌ ପାଇଁ ସେ ପ୍ରସ୍ତୁତି କରୁଥିବା ଶୁଣିବାକୁ ମିଳିଛି।

 

https://youtu.be/8zndGhQW31g

Related story