/odisha-reporter/media/post_attachments/uploads/2020/10/fv-3.jpg)
fv
ଅବୁଧାବି: ଆଇପିଏଲରେ ଇତିହାସ ରଚିଛନ୍ତି ମହେନ୍ଦ୍ର ସିଂହ ଧୋନି। ସେ ପ୍ରଥମ ଖେଳାଳି ଭାବେ ଆଇପିଏଲରେ ୨୦୦ତମ ମ୍ୟାଚ୍ ଖେଳିବାର କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ଆଜି ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚ୍ ଖେଳିବାକୁ ଧୋନି ପଡ଼ିଆକୁ ଓହ୍ଲାଇବା କ୍ଷଣି ତାଙ୍କ ନାଁରେ ଏହି ରେକର୍ଡ ଯୋଡ଼ି ହୋଇଯାଇଛି।
ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପୂର୍ବରୁ ଆଇପିଏଲରେ ସବୁଠାରୁ ଅଧିକ ମ୍ୟାଚ୍ ଖେଳିବାର ରେକର୍ଡ ସୁରେଶ ରାଇନାଙ୍କ ନାଁରେ ରହିଥିଲା। ହେଲେ ଆଇପିଏଲର ୧୩ତମ ସଂସ୍କରଣରୁ ରାଇନା ନିଜକୁ ଦୂରେଇ ନେବାରୁ ଧୋନି ଏବେ ଅଧିକ ମ୍ୟାଚ୍ ଖେଳିବାର ରେକର୍ଡ ନିଜ ନାଁରେ କରିଛନ୍ତି।
ଧୋନିଙ୍କ ପୂର୍ବରୁ ରୋହିତ ଶର୍ମା ଗତକାଲି ତାଙ୍କ ଆଇପିଏଲ କ୍ୟାରିୟରର ୧୯୭ତମ ମ୍ୟାଚ୍ ପଞ୍ଜାବ ବିପକ୍ଷରେ ଖେଳିଥିଲେ। ସେହିପରି ସୁରେଶ ରାଇନା ୧୯୩, ଦୀନେଶ କାର୍ତ୍ତିକ ୧୯୧ ଓ ବିରାଟ କୋହଲି ୧୮୬ଟି ମ୍ୟାଚ୍ ଖେଳିଛନ୍ତି।
ଧୋନି ଅଧିନାକୟ ଭାବେ ସବୁଠାରୁ ଅଧିକ ମ୍ୟାଚ୍ ଚେନ୍ନାଇ ସୁପର କିଙ୍ଗସ ପାଇଁ ଖେଳିଛନ୍ତି। ସେ ଦଳ ପାଇଁ ୧୮୪ଟି ମ୍ୟାଚ୍ରେ କ୍ୟାପ୍ଟେନଶିପ କରିଛନ୍ତି। ଅନ୍ୟପକ୍ଷରେ ଧୋନି ଆଜି ଚେନ୍ନାଇ ପାଇଁ ୪୦୦୦ ରନ୍ ସଂଗ୍ରହ କରିବାର ରେକର୍ଡ ମଧ୍ୟ କରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
