Advertisment

ବାଂଲାଦେଶ ପାଇଁ ଫିଲ୍ଡିଂ ସଜାଇଲେ ଧୋନି, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଖେଳ ପଡ଼ିଆରେ ଟିମ୍‌ ଇଣ୍ଡିଆର ଅଭିଜ୍ଞ କ୍ରିକେଟର ମହେନ୍ଦ୍ର ସିଂହ ଧୋନିଙ୍କ ଚତୁର ଖେଳୁଆଡ଼ ମନୋଭାବ ସମଗ୍ର ବିଶ୍ୱରେ ଚର୍ଚ୍ଚାର ବିଷୟ ହୋଇଛି। ଧୋନିଙ୍କ ଆଉ ଏକ ଖେଳୁଆଡ଼ ମନୋଭାବ ବାଂଲାଦେଶ ବିପକ୍ଷ ବିଶ୍ୱକପ୍‌ ଅଭ୍ୟାସ ମ୍ୟାଚ୍‌ରେ ଦେଖିବାକୁ ମିଳିଛି। ଗତକାଲି ବାଂଲାଦେଶ ବିପକ୍ଷ ଅଭ୍ୟାସ୍‌ ମ୍ୟାଚ୍‌ରେ ଧୋନି ବିସ୍ଫୋରକ ୧୧୩ର ଇନିଂସ ଖେଳିଛନ୍ତି। ତେବେ ବାଂଲାଦେଶର ବୋଲିଂ ବେଳେ ଧୋନି ଫିଲ୍ଡିଂ ସଜାଇବା ଦୃଶ୍ୟ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭାରତୀୟ […]

ବାଂଲାଦେଶ ପାଇଁ ଫିଲ୍ଡିଂ ସଜାଇଲେ ଧୋନି, ଦେଖନ୍ତୁ ଭିଡିଓ

o

Advertisment

ନୂଆଦିଲ୍ଲୀ: ଖେଳ ପଡ଼ିଆରେ ଟିମ୍‌ ଇଣ୍ଡିଆର ଅଭିଜ୍ଞ କ୍ରିକେଟର ମହେନ୍ଦ୍ର ସିଂହ ଧୋନିଙ୍କ ଚତୁର ଖେଳୁଆଡ଼ ମନୋଭାବ ସମଗ୍ର ବିଶ୍ୱରେ ଚର୍ଚ୍ଚାର ବିଷୟ ହୋଇଛି। ଧୋନିଙ୍କ ଆଉ ଏକ ଖେଳୁଆଡ଼ ମନୋଭାବ ବାଂଲାଦେଶ ବିପକ୍ଷ ବିଶ୍ୱକପ୍‌ ଅଭ୍ୟାସ ମ୍ୟାଚ୍‌ରେ ଦେଖିବାକୁ ମିଳିଛି।

Advertisment

ଗତକାଲି ବାଂଲାଦେଶ ବିପକ୍ଷ ଅଭ୍ୟାସ୍‌ ମ୍ୟାଚ୍‌ରେ ଧୋନି ବିସ୍ଫୋରକ ୧୧୩ର ଇନିଂସ ଖେଳିଛନ୍ତି। ତେବେ ବାଂଲାଦେଶର ବୋଲିଂ ବେଳେ ଧୋନି ଫିଲ୍ଡିଂ ସଜାଇବା ଦୃଶ୍ୟ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଭାରତୀୟ ଇନିଂସର ୪୦ତମ ଓଭର୍‌ରେ ଏହି ଘଟଣା ଘଟିଥିଲା। ଧୋନି ବ୍ୟାଟିଂ କରୁଥିବା ବେଳେ ବାଂଲାଦେଶ ପକ୍ଷରୁ ସବିର ରେହମାନ ବୋଲିଂ କରିବାକୁ ପ୍ରସ୍ତୁତ ହେଉଥିଲେ। ସବିର ବୋଲିଂ କରିବାକୁ ଉଦ୍ୟମ କରୁଥିବା ବେଳେ ଧୋନି ତାଙ୍କୁ ଅଟକାଇ ଦେଇଥିଲେ। ସ୍କୋୟାର ଲେଗ୍‌ର ବହୁତ ପଛରେ ଫିଲ୍ଡିଂ କରିଥିବା ଜଣେ ଖେଳାଳିଙ୍କୁ ଧୋନି ସେଠାରେ ନ ଫିଲ୍ଡିଂ ନ କରି ଆଉ ଟିକିଏ ପାଖକୁ ଆସିବାକୁ କହିଥିଲେ। ସବିର ମଧ୍ୟ ତୁରନ୍ତ ଧୋନିଙ୍କ କଥା ମାନି ଫିଲ୍ଡିଂ ବଦଳାଇଥିଲେ।

Advertisment

ଏହାର ଭିଡିଓ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି।

ଦେଖନ୍ତୁ ଭିଡିଓ
https://twitter.com/i/status/1133631270636777472

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe