Advertisment

କୋଲକାତାକୁ ହରାଇଲା ମୁମ୍ବାଇ, ରୋହିତ ପ୍ଲେୟର ଅଫ୍‌ ଦି ମ୍ୟାଚ୍‌

ନୂଆଦିଲ୍ଲୀ: କୋଲକାତା ନାଇଟ୍‌ ରାଇଡର୍ସକୁ ହରାଇବା ସହ ୟୁଏଇରେ ଖେଳାଯାଉଥିବା ଆଇପିଏଲରେ ପ୍ରଥମ ଥର ପାଇଁ ବିଜୟ ଖାତାରେ ନାଁ ଲେଖାଇଛି ମୁମ୍ବାଇ ଇଣ୍ଡିଆନ୍ସ। କୋଲକାତା ଆଗରେ ୧୯୬ର ଟାର୍ଗେଟ୍‌ ରଖିଥିବା ମୁମ୍ବାଇ ବୋଲିଂରେ ମଧ୍ୟ ଦକ୍ଷତା ଦେଖାଇ ପାରିଛି। That's that from Match 5 as the Mumbai Indians win by 49 runs. Scorecard – https://t.co/xDQdI54h5N #KKRvMI pic.twitter.com/j58dPCYVQl — IndianPremierLeague (@IPL) September 23, 2020 ମୁମ୍ବାଇ ଇନିଂସ୍‌ […]

author-image
Subrat Kumar Nayak
ଅଦ୍ୟତନ ହୋଇଛି
କୋଲକାତାକୁ ହରାଇଲା ମୁମ୍ବାଇ, ରୋହିତ ପ୍ଲେୟର ଅଫ୍‌ ଦି ମ୍ୟାଚ୍‌

RG-Sharma

ନୂଆଦିଲ୍ଲୀ: କୋଲକାତା ନାଇଟ୍‌ ରାଇଡର୍ସକୁ ହରାଇବା ସହ ୟୁଏଇରେ ଖେଳାଯାଉଥିବା ଆଇପିଏଲରେ ପ୍ରଥମ ଥର ପାଇଁ ବିଜୟ ଖାତାରେ ନାଁ ଲେଖାଇଛି ମୁମ୍ବାଇ ଇଣ୍ଡିଆନ୍ସ। କୋଲକାତା ଆଗରେ ୧୯୬ର ଟାର୍ଗେଟ୍‌ ରଖିଥିବା ମୁମ୍ବାଇ ବୋଲିଂରେ ମଧ୍ୟ ଦକ୍ଷତା ଦେଖାଇ ପାରିଛି।
https://twitter.com/IPL/status/1308831806033203202?s=20
ମୁମ୍ବାଇ ଇନିଂସ୍‌ ଆରମ୍ଭରୁ କ୍ୱିଣ୍ଟନ୍‌ ଡି’କକ୍‌ଙ୍କୁ ହରାଇ ବସିଥିଲା। ଏହାପରେ କିନ୍ତୁ ଚାପଗ୍ରସ୍ତ ନହୋଇ ଅଧିନାୟକ ରୋହିତ ଶର୍ମା ଇନିଂସ୍‌କୁ ଆଗେଇ ନେଇଥିଲେ। ତାଙ୍କୁ ଜବରଦସ୍ତ ସାଥ୍‌ ଦେଇଥିଲେ ସୂର୍ଯ୍ୟକୁମାର ଯାଦବ। ରୋହିତ ୫୪ ବଲ୍‌ରୁ ବେଶ କିଛି ବିସ୍ଫୋରକ ଶଟ୍‌ ସହ ୮୦ ରନ୍‌ କରିପାରିଥିଲେ। ଯାଦବ ୨୮ ବଲ୍‌ରୁ ୪୭ ରନ୍‌ କରିପାରିଥିଲେ। ତାଙ୍କ ପରେ ସୌରଭ ତିୱାରୀ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ କିଛି ରନ୍‌ ଯୋଡ଼ିବାରେ ସମର୍ଥ ହୋଇଥିଲେ, ଯାହାକି ୧୯୫ ରନ୍‌ର ବିଶାଳ ସ୍କୋରକୁ ସହାୟକ ହୋଇଥିଲା।
https://twitter.com/IPL/status/1308845402070880263?s=20

Advertisment

କୋଲକାତା ପକ୍ଷରୁ ବୋଲିଂରେ ଶିବମ ମାୱି ୨ଟି ୱିକେଟ୍‌ ନେଇଥିବାବେଳେ ନାରିନ୍‌ ଏବଂ ରସେଲ୍‌ ଗୋଟିଏ ଲେଖାଏ ୱିକେଟ୍‌ ନେଇଥିଲେ।

୧୯୬ ରନ୍‌ର ଟାର୍ଗେଟ୍‌ର ଚାପରେ ଖେଳୁଥିବା କୋଲକାତା ୨ ଓପନରଙ୍କୁ ସଅଳ ହରାଇଥିଲା। ଶୁବମାନ ଗିଲ୍‌ ଏବଂ ନାରିନ୍‌ ଯଥାକ୍ରମେ ୭ ଏବଂ ୯ ରନ୍‌ରେ ଆଉଟ୍‌ ହୋଇଥିଲେ। ଏହାପରେ ଅଧିନାୟକ ଦିନେଶ କାର୍ତ୍ତିକ ୩୦ ଏବଂ ନୀତୀଶ ରାଣା ୨୪ ରନ୍‌ ଯୋଡ଼ିଥିଲେ। ସେହିଭଳି କ୍ୟୁମିନ୍ସ ୩୩ ରନ୍‌ କରିପାରିଥିଲେ। ଅନ୍ୟ କାହା ବ୍ୟାଟ୍‌ରୁ ବିଶେଷ ରନ୍‌ ଆସିନଥିଲେ। ୨୦ ଓଭର ଶେଷ ସୁଦ୍ଧା କୋଲକାତା ୧୪୬ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ଏହି ମ୍ୟାଚ୍‌ରେ ରୋହିତ ପ୍ଲେୟର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଥିଲେ।
https://twitter.com/IPL/status/1308837272935161859?s=20

Advertisment
Ipl 2020