Advertisment

ମ୍ୟାଚ୍‌ ବେଳେ ମୁଣ୍ଡରେ ବଲ୍‌ ବାଜି ଟଳି ପଡ଼ିଲେ କ୍ରିକେଟର୍‌

ଫିଲ୍ଡିଂ କରୁଥିବା ବେଳେ ଅନ୍ୟ ଏକ ମ୍ୟାଚ୍‌ର ବଲ୍‌ ବାଜି ଜଣେ କ୍ରିକେଟର୍‌ଙ୍କ ମୃତ୍ୟୁ ହୋଇଛି।

ଅଦ୍ୟତନ ହୋଇଛି
cricket

cricket

Advertisment

କ୍ରିକେଟ ମ୍ୟାଚ୍‌ ବେଳେ ଅଘଟଣ। ବଲ୍‌ ବାଜି ଟଳି ପଡିଲେ କ୍ରିକେଟର୍‌। ଫିଲ୍ଡିଂ କରୁଥିବା ବେଳେ ଅନ୍ୟ ଏକ ମ୍ୟାଚ୍‌ର ବଲ୍‌ ବାଜି ଜଣେ ୫୨ ବର୍ଷୀୟ କ୍ରିକେଟର୍‌ଙ୍କ ମୃତ୍ୟୁ ହୋଇଛି। ମୁମ୍ବାଇର ମାଟୁଙ୍ଗା ସ୍ଥିତ ଦାଦକର ଖେଳ ପଡିଆରେ ଘଟିଛି ଏଭଳି କିଛି ଘଟଣା।

Advertisment

ସୋମବାର ଅପରାହ୍ଣରେ ମହାରାଷ୍ଟ୍ରର ମଟୁଙ୍ଗାରେ ଥିବା ଦାଦ୍‌କର୍‌ ମୈଦାନରେ ଦୁଇଟି କ୍ରିକେଟ୍‌ ମ୍ୟାଚ୍‌ ଚାଲିଥିଲା। ସେଥିରୁ ଗୋଟିଏ ମ୍ୟାଚ୍‌ରୁ ବଲ୍‌ ଆସି ଆଉ ଗୋଟିଏ ମ୍ୟାଚ୍‌ରେ ଫିଲ୍ଡିଂ କରୁଥିବା ଜଣେ ୫୨ ବର୍ଷୀୟ ଖେଳାଳିଙ୍କ ମୁଣ୍ଡରେ ଆସି ବାଜିଥିଲା। ଫଳରେ ଘଟଣାସ୍ଥଳରେ ହିଁ ସେ ଟଳି ପଡିଥିଲେ। ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି।

ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ମୁତାବକ, ମୃତକ ଜଣକ ହେଲେ ଜୟେଶ ସାଓ୍ୱଲା। ସେ ମୁମ୍ବାଇର ଜଣେ କ୍ରିକେଟର୍‌। ସୋମବାର ସେ କ୍ରିକେଟ ମ୍ୟାଚ୍‌ ଖେଳୁଥିଲେ। ମ୍ୟାଚ୍‌ରେ ସେ ଫିଲ୍ଡିଂ କରୁଥିଲେ। ଏତିକି ବେଳେ ନିକଟରେ ଥିବା ଦାଦର୍‌ ପାର୍ସି କଲୋନି ସ୍ପୋର୍ଟିଂ କ୍ଲବ ଗ୍ରାଉଣ୍ଡରେ ବି ମ୍ୟାଚ୍‌ ଚାଲିଥିଲା। ସେଠାକାର ଜଣେ ବ୍ୟାଟ୍‌ସ୍‌ମ୍ୟାନ୍‌ଙ୍କ ମାଡ଼ରେ ବଲ୍‌ ଉଡ଼ି ଆସି ପଛପଟୁ ଜୟେସଙ୍କ କାନମୁଣ୍ଡାରେ ମାଡ଼ ହେଇଥିଲା। ଫଳରେ ସେ ଘଟଣାସ୍ଥଳରେ ହିଁ କଚାଡ଼ି ହୋଇ ପଡ଼ିଥିଲେ। ତୁରନ୍ତ ତାଙ୍କୁ ହସ୍ପିଟାଲ ନିଆ ଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ।

Advertisment

ପୁଲିସ ଏହି ଏହାକୁ ଦୁର୍ଘଟଣାଜନିତ ମୃତ୍ୟୁ ଉଲ୍ଲେଖ କରି ରିପୋର୍ଟ ଫାଇଲ୍‌ କରିଛି। ଶବ ବ୍ୟବଚ୍ଛେଦ କରାଯିବା ପରେ ଏହା ହତ୍ୟାକାଣ୍ଡ ନୁହେଁ ବୋଲି ସ୍ପଷ୍ଟ ହୋଇଛି। ପରେ ଜୟେଶଙ୍କ ମୃତଦେହକୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।

ସୂଚନା ମୁତାବକ, ଉଭୟ ମ୍ୟାଚ୍‌ ଗୋଟିଏ ହିଁ ଟି-୨୦ ଟୁର୍ଣ୍ଣାମେଣ୍ଟର ଥିଲା। ୫୦ ବର୍ଷ ବୟସରୁ ଉର୍ଦ୍ଧ୍ୱ ଖେଳାଳିଙ୍କ ପାଇଁ କୁଟଚି ଭିସା ଓସଓ୍ୱଲ ବିକାଶ ଲିଜେଣ୍ଡ କପ୍‌ର ଆୟୋଜନ କରାଯାଇଥିଲା। ମୁମ୍ବାଇରେ ସ୍ଥାନ ଅଭାବରୁ ଗୋଟିଏ ଗ୍ରାଉଣ୍ଡରେ ହିଁ ଏକା ସମୟରେ ଏକାଧିକ ମ୍ୟାଚ୍‌ ଖେଳାଯିବା ସାଧାରଣ କଥା। ପୂର୍ବରୁ ମଧ୍ୟ ମ୍ୟାଚ୍‌ ବେଳେ ଖେଳାଳି ଆହତ ହେବା ଖବର ସାମ୍ନାକୁ ଆସିସାରିଛି, କିନ୍ତୁ କୌଣସି ଖେଳିଳଙ୍କ ମୃତ୍ୟୁ ହେବା ପ୍ରଥମ ଘଟଣା ବୋଲି କୁହାଯାଉଛି।

Mumbai Cricket Sports News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe