/odisha-reporter/media/post_attachments/uploads/2020/10/mi-1.jpg)
mi
ଅବୁଧାବି: ମୁମ୍ବାଇ ଇଣ୍ଡିଆନ୍ସକୁ ମିଳିଛି ଆଉ ଏକ ବିଜୟ। ଅନ୍ୟପକ୍ଷରେ ରାଜସ୍ଥାନ ରୟାଲ୍ସକୁ ନିରାଶ ହେବାକୁ ପଡ଼ିଛି। ସୂର୍ଯ୍ୟ କୁମାର ଯାଦବଙ୍କ ଦମଦାର ଅର୍ଦ୍ଧଶତକ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପାୱାର ହିଟିଂ ବଳରେ ମୁମ୍ବାଇ ଇଣ୍ଡିଆନ୍ସ ନିର୍ଦ୍ଧାରିତ ୨୦ ଓଭର୍ରେ ୪ ୱିକେଟ ହରାଇ ୧୯୩ ରନ୍ କରିଥିଲା। ତେବେ ୧୯୪ ରନ୍ର ଟାର୍ଗେଟ୍ ପାଇଁ ଖେଳିବାକୁ ଯାଇ ରାଜସ୍ଥାନ ୧୩୬ ରନ୍ରେ ସୀମିତ ରହିଥିଲା। ମୁମ୍ବାଇ ପକ୍ଷରୁ ସୂର୍ଯ୍ୟ କୁମାର ଯାଦବ ସର୍ବାଧିକ ୭୯ ରନ୍ କରିଥିବା ବେଳେ ରୋହିତ ଶର୍ମା ୩୫ ଓ ହାର୍ଦ୍ଦିକ ପାଣ୍ଡ୍ୟା ଶେଷ ଭାଗରେ ୩୦ ରନ୍ର ବିସ୍ଫୋରକ ଇନିଂସ ଖେଳିଥିଲେ। ଏହି ବିଜୟ ସହ ତାଲିକାର ଶୀର୍ଷ ସ୍ଥାନକୁ ପୁଣି ଫେରିଛି ମୁମ୍ବାଇ ଇଣ୍ଡିଆନ୍ସ।
https://twitter.com/IPL/status/1313553966148448256?s=20
ଅନ୍ୟପକ୍ଷରେ ୧୯୪ ରନ୍ର ବିଶାଳ ଟାର୍ଗେଟ୍ ପାଇଁ ଖେଳୁଥିବା ରାଜସ୍ଥାନ ଆରମ୍ଭରୁ ଜୟସ୍ୱାଲଙ୍କୁ ହରାଇଥିଲା। ତେବେ ବଟଲର କିଛି ମାତ୍ରାରେ ଇନିଂସ୍ ସମ୍ଭାଳି ନେଇଥିଲେ। ସେ ୪୪ ବଲ୍ରୁ ୭୦ ରନ୍ କରିପାରିଥିଲେ। ତାଙ୍କ ବ୍ୟତୀତ ଆର୍ଚର ୨୪ ରନ୍ କରିଥିଲେ। କିନ୍ତୁ ଆଉ କାହା ବ୍ୟାଟ୍ରୁ ବିଶେଷ ରନ୍ ଆସିନଥିଲା। ମୁମ୍ବାଇର ବୁମ୍ରା ସର୍ବାଧିକ ୪ଟି ୱିକେଟ୍ ପାଇଥିଲେ। ଅନ୍ୟପକ୍ଷରେ ବୋଲ୍ଟ ଏବଂ ପାଟିନ୍ସନ୍ ୨ଟି ଲେଖାଏ ୱିକେଟ୍ ନେଇଥିଲେ। ସେହିଭଳି ଚହର ଏବଂ ପୋଲାର୍ଡଙ୍କୁ ଗୋଟିଏ ୱିକେଟ୍ ମିଳିଥିଲା।
https://twitter.com/RaviShastriOfc/status/1313543309650923520?s=20
ଟସ୍ ଜିତି ମୁମ୍ବାଇ ଅଧିନାୟକ ରୋହିତ ଶର୍ମା ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ଦଳର ଦୁଇ ଓପନର ରୋହିତ ଓ କ୍ୱିଣ୍ଟନ ଡି’କକ ଦମଦାର ବ୍ୟାଟିଂ କରି ୪.୫ ଓଭରରେ ଦଳୀୟ ସ୍କୋରକୁ ୪୯ରେ ପହଞ୍ଚାଇ ଦେଇଥିଲେ। କିନ୍ତୁ ଆଜି ଆଇପିଏଲରେ ଡେବ୍ୟୁ କରିଥିବା ଅଙ୍କିତ ତ୍ୟାଗୀ ତାଙ୍କ ପ୍ରଥମ ଓଭର୍ରେ ଡି’କକ(୨୩)ଙ୍କୁ ଆଉଟ କରି ମୁମ୍ବାଇକୁ ପ୍ରଥମ ଝଟକା ଦେଇଥିଲେ।
ରୋହିତ ଶର୍ମା ଓ ସୂର୍ଯ୍ୟ କୁମାର ଯାଦବ ସ୍ଥିତି ସମ୍ଭାଳିବା ସହ ଦଳୀୟ ସ୍କୋରକୁ ୮୮ରେ ପହଞ୍ଚାଇଥିଲେ। ବଡ଼ ଶଟ ଖେଳିବା ଲୋଭରେ ରୋହିତ ଶର୍ମା(୨୩ ବଲରେ ୩୫) ଶ୍ରେୟସ ଗୋପାଲଙ୍କ ବଲରେ ଆଉଟ ହୋଇଯାଇଥିଲା। ଏହାର ପରବର୍ତ୍ତୀ ବଲରେ ଖାତା ଖୋଲିବା ପୂର୍ବରୁ ଇଶାନ କିଶନ ପ୍ୟାଭିଲିୟନ ଫେରିଥିଲେ।
ଦୁଇଟି ବଲରେ ଦୁଇଟି ୱିକେଟ ହରାଇ ସଙ୍କଟରେ ପଡ଼ିଥିବା ମୁମ୍ବାଇ ପାଇଁ ସଙ୍କଟମୋଚକ ସାଜିଥିଲେ କୃନାଲ ପାଣ୍ଡ୍ୟା ଓ ସୂର୍ଯ୍ୟ କୁମାର ଯାଦବ। ତେବେ ୧୪ ଓଭର୍ରେ ଦଳୀୟ ସ୍କୋର ୧୧୭ ଥିବା ବେଳେ କୃନାଲ (୧୨) ଆର୍ଚରଙ୍କ ବଲରେ ଆଉଟ ହୋଇଯାଇଥିଲେ। କିନ୍ତୁ ସୂର୍ଯ୍ୟ କୁମାର ଦମଦାର ଶଟ୍ ଖେଳି ନିଜର ଅର୍ଦ୍ଧଶତକ ହାସଲ କରିଥିଲେ।
ଅର୍ଦ୍ଧଶତକ ହାସଲ କରିବା ପରେ ସେ ଆହୁରି ଆକ୍ରମଣାତ୍କମ ଶଟ ଖେଳିବା ଆରମ୍ଭ କରିଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ବିସ୍ଫୋରକ ବ୍ୟାଟିଂ କରିଥିଲେ। ଉଭୟ ୫ମ ୱିକେଟ ପାଇଁ ଅବିଭାଜିତ ୭୬ ରନ୍ ଯୋଡ଼ିଥିଲେ। ଶେଷ ଓଭର୍ରେ ମୁମ୍ବାଇ ୭୬ ରନ୍ କରିବାରୁ ଦଳ ୧୯୩ରେ ପହଞ୍ଚିଥିଲା। ସୂର୍ଯ୍ୟ କୁମାର ଯାଦବ ଶେଷ ଯାଏ ୪୭ ବଲରେ ୭୯ ଓ ପାଣ୍ଡ୍ୟା ୧୯ ବଲରେ ୩୦ ରନ୍ କରିଥିଲେ।
https://twitter.com/IPL/status/1313543089135341579?s=20
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
