Advertisment

ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇଲା ଆରସିବି

ମୁମ୍ବାଇ: ଆଜି ଏଠାରେ ଖେଳା ଯାଇଥିବା ଆଇପିଏଲର ଏକ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ୩୯ ରନରେ ରୋୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଠାରୁ ହାରି ଯାଇଛି। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା ରୋୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର। ଦଳ ପକ୍ଷରୁ ଓପନିଂ କରିବାକୁ ଆସିଥିଲେ କ୍ରୀସ୍ ଗେଲ୍ ଓ ବିରାଟ କୋହଲି। ଗେଲ୍ ମାତ୍ର ୧୩ ରନ୍ କରି ଆଉଟ୍ ହୋଇଯାଇଥିଲେ। କିନ୍ତୁ ପରେ କୋହଲି ଓ ଏବି ଡି ଭିଲିୟର୍ସଙ୍କ ଯୋଡ଼ି ମିଶି ଦଳୀୟ ସ୍କୋରକୁ ୨୦ […]

ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇଲା ଆରସିବି

ab d

Advertisment

ମୁମ୍ବାଇ: ଆଜି ଏଠାରେ ଖେଳା ଯାଇଥିବା ଆଇପିଏଲର ଏକ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ୩୯ ରନରେ ରୋୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଠାରୁ ହାରି ଯାଇଛି।

Advertisment

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା ରୋୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର। ଦଳ ପକ୍ଷରୁ ଓପନିଂ କରିବାକୁ ଆସିଥିଲେ କ୍ରୀସ୍ ଗେଲ୍ ଓ ବିରାଟ କୋହଲି। ଗେଲ୍ ମାତ୍ର ୧୩ ରନ୍ କରି ଆଉଟ୍ ହୋଇଯାଇଥିଲେ। କିନ୍ତୁ ପରେ କୋହଲି ଓ ଏବି ଡି ଭିଲିୟର୍ସଙ୍କ ଯୋଡ଼ି ମିଶି ଦଳୀୟ ସ୍କୋରକୁ ୨୦ ଓଭରରେ ୨୩୫ ରନରେ ପହଞ୍ଚାଇ ଦେଇଥିଲେ। କୋହଲି ୫୦ଟି ବଲରୁ ୬ଟି ଚୌକା ଓ ୪ଟି ଛକା ମାଧ୍ୟମରେ ୮୨ ରନ୍ କରିଥିଲେ। ଅପରପକ୍ଷରେ ଏବି ଡି ଭିଲିୟର୍ସ ୫୯ଟି ବଲରୁ ୧୯ଟି ଚୌକା ସ ୪ଟି ଛକା ବଳରେ ୧୩୩ ରନ୍ କରିଥିଲେ।  ଏବି ଡି ଭିଲିୟର୍ସ ମ୍ୟାନ୍ ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଥିଲେ। ଏହି ବିଜୟ ସହିତ ଆରସିବି ପଏଣ୍ଟ ତାଲିକାର ୪ର୍ଥ ସ୍ଥାନରେ ରହିଛି।

ଅନ୍ୟପକ୍ଷରେ ୨୩୬ ରନର ପିଛା କରି ମୁମ୍ବାଇ ଟିମ୍ ୧୯୭୬ ରନରେ ଅଟକି ଯାଇଥିଲା। ୨୦ ଓଭରରେ ୭ଟି ୱିକେଟ ହରାଇ ଦଳ ଏହି ରନ୍ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ସର୍ବଧିକ ରନ୍ କରିଥିଲେ ସିମୋନ। ସେ ୬୮ ରନ୍ କରିଥିଲେ। ସେହିଭଳି ପୋଲାର୍ଡ ୪୯ ରନ୍ ସଂଗ୍ରହ କରିଥିଲେ।

Advertisment

ଏହି ପରାଜୟ ସହିତ ମୁମ୍ବାଇ ଇଣ୍ଡିଆନ୍ସ ପୁଣି ଥରେ ୬ଷ୍ଠ ସ୍ଥାନକୁ ଖସି ଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe