Advertisment

ନଦୀମଙ୍କୁ ମିଳିଲା ଅଲିମ୍ପିକ୍ସ ନମ୍ବର ପ୍ଲେଟ କାର୍‌ ସହ ୧୦ କୋଟି ପାକିସ୍ତାନ ମୁଦ୍ରା

ପଞ୍ଜାବ ପ୍ରଦେଶର ଗ୍ରାମୀଣ ଖାନେୱାଲରେ ରହୁଥିବା ନଦୀମଙ୍କ ପାଖରେ ଏକଦା ଟ୍ରେନିଂ ଓ ବିଦେଶ ଯାତ୍ରା ପାଇଁ ଟଙ୍କା ନଥିଲା।

Maryam Nawaz Sharif

Maryam Nawaz Sharif

Advertisment

ପ୍ୟାରିସ ଅଲିମ୍ପିକ୍ସର ଜାଭେଲିନ ଇଭେଣ୍ଟରେ ସ୍ୱର୍ଣ୍ଣ ଜିତିଥିବା ପାକିସ୍ତାନର ଆଥଲେଟ ଅର୍ଶନ ନଦୀମଙ୍କ ଉପରେ ପୁରସ୍କାର ବର୍ଷା ହେବାରେ ଲାଗିଛି। ବର୍ତ୍ତମାନ ସେ ପାକିସ୍ତାନର ସବୁଠାରୁ ଲୋକପ୍ରିୟ କ୍ରୀଡ଼ାବିତ। ସେ ପ୍ୟାରିସ ଅଲିମ୍ପିକ୍ସରେ ପାକିସ୍ତାନ ପାଇଁ କୌଣସି ବ୍ୟକ୍ତିଗତ ଇଭେଣ୍ଟରେ ସ୍ୱର୍ଣ୍ଣ ଜିତିବାକୁ ସକ୍ଷମ ହୋଇଛନ୍ତି। ସେ ଅଲିମ୍ପିକ୍ସ ରେକର୍ଡ ୯୨.୯୭ ମିଟର ଦୂରତାକୁ ଜାଭେଲିନ ଫିଙ୍ଗି ଏପରି କୀର୍ତ୍ତିମାନ ହାସଲ କରିଛନ୍ତି।

Advertisment

ପଞ୍ଜାବ ପ୍ରଦେଶର ଗ୍ରାମୀଣ ଖାନେୱାଲରେ ରହୁଥିବା ନଦୀମଙ୍କ ପାଖରେ ଏକଦା ଟ୍ରେନିଂ ଓ ବିଦେଶ ଯାତ୍ରା ପାଇଁ ଟଙ୍କା ନଥିଲା। ଗାଁ ଲୋକ ଓ ସମ୍ପର୍କୀୟମାନେ ଦାନ କରୁଥିବା ଟଙ୍କାରେ ସେ ବିଦେଶ ଯାତ୍ରା କରୁଥିଲେ।

Advertisment

ହେଲେ ଏବେ ତାଙ୍କ ଭାଗ୍ୟ ବଦଳି ଯାଇଛି। ପ୍ୟାରିସରେ ସ୍ୱର୍ଣ୍ଣ ଜିତିବା ପରେ ତାଙ୍କ ଉପରେ ଟଙ୍କା ବର୍ଷା ହେଉଛି। ଆଜି ପାକିସ୍ତାନର ପଞ୍ଜାବ ପ୍ରଦେଶ ମୁଖ୍ୟମନ୍ତ୍ରୀ ମରୟମ ନୱାଜ ଶରିଫ ନିଜେ ମିଆଁ ଚାନ୍ନୁ ଅଞ୍ଚଳକୁ ଯାଇ ନଦୀମଙ୍କୁ ଭେଟିଛନ୍ତି। 

ସେ ତାଙ୍କୁ ପଦକ ଜିତିବା ପାଇଁ ୧୦ କୋଟି ଟଙ୍କାର ପାକିସ୍ତାନ ମୁଦ୍ରା ଦେଇଛନ୍ତି। ଏଥିସହ ମରୟମଙ୍କୁ ପକ୍ଷରୁ ତାଙ୍କୁ ଗୋଟିଏ ହୁଣ୍ଡା ସିଭିକ କାର ଉପହାରରେ ଦିଆଯାଇଛି। ଏହି ଗାଡ଼ି ପାଇଁ ସ୍ୱତନ୍ତ୍ର ନମ୍ବର ପ୍ଲେଟ କରାଯାଇଛି। ଗାଡ଼ିର ନମ୍ବର ହେଉଛି ପାକ୍‌ ୯୨.୯୭। ଅଲିମ୍ପିକ୍ସରେ ନଦୀମ ୯୨.୯୭ ମିଟର ଦୂରକୁ ଜାଭେଲିନ ଫିଙ୍ଗି ସ୍ୱର୍ଣ୍ଣ ଜିତିଥିବାରୁ ତାଙ୍କ ଗାଡ଼ିର ନମ୍ବର ପ୍ଲେଟ ମଧ୍ୟ ସେହି ଅନୁସାରେ ତିଆରି କରାଯାଇଛି। ନଦୀମଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ଗୋଟିଏ ସ୍ୱତନ୍ତ୍ର ଓ ବିଶାଳ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। 

କେବଳ ମାରୟମ ନୁହନ୍ତି, ପାକିସ୍ତାନର ଅନେକ ବିଶିଷ୍ଟ ବ୍ୟକ୍ତି ନଦୀମଙ୍କୁ ଟଙ୍କା ସହ ବିଭିନ୍ନ ପୁରସ୍କାର ଦେଉଛନ୍ତି। ନଦୀମଙ୍କ ଶ୍ୱଶୁର ତାଙ୍କୁ ଗୋଟିଏ ବିରାଟ ମଇଁଷି ଉପହାର ଆକାରରେ ଦେବା ମଧ୍ୟ ଖବର ସାମ୍ନାକୁ ଆସିଛି। ପାକିସ୍ତାର ଜଣେ ସିଙ୍ଗର ଉପହାରରେ ଆକାରରେ ନଦୀମଙ୍କୁ ଗୋଟିଏ ଅଲ୍ଟୋ କାର ଦେଇଛନ୍ତି।

Pakistan Javelin Throw Paris Olympics 2024 Arshad Nadeem
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe