Advertisment

ଏସିଆ କପ ବିବାଦ: ବଡ଼ ବୟାନ ଦେଲେ ପାକିସ୍ତାନ କ୍ରିକେଟ ବୋର୍ଡ ମୁଖ୍ୟ

ବିସିସିଆଇ ସମ୍ପାଦକ ଜୟ ଶାହ ଏସିଆକ କପ ଖେଳିବାକୁ ଭାରତୀୟ ଟିମ୍‌ ପାକିସ୍ତାନ ଯିବନାହିଁ କହିବା ପରେ ପାକିସ୍ତାନ କ୍ରିକେଟ ବୋର୍ଡ ବା ପିସିବି ଆପତ୍ତି ଉଠାଇଥିଲା।

Najam Sethi

Najam Sethi

Advertisment

ଏସିଆ କପ୍‌ ୨୦୨୩ର ହୋଷ୍ଟିଂ ଦାୟିତ୍ୱ ପାକିସ୍ତାନ ପାଇବା ପରଠାରୁ ବିସିସିଆଇ ସହ ତିକ୍ତତା ଆରମ୍ଭ ହୋଇଛି। ବିଶେଷ କରି ବିସିସିଆଇ ସମ୍ପାଦକ ଜୟ ଶାହ ଏସିଆକ କପ ଖେଳିବାକୁ ଭାରତୀୟ ଟିମ୍‌ ପାକିସ୍ତାନ ଯିବନାହିଁ କହିବା ପରେ ପାକିସ୍ତାନ କ୍ରିକେଟ ବୋର୍ଡ ବା ପିସିବି ଆପତ୍ତି ଉଠାଇଥିଲା। ପିସିବିର ପୂର୍ବତନ ଅଧ୍ୟକ୍ଷ ରମିଜ ରାଜା ଏହି ପ୍ରସଙ୍ଗକୁ ନେଇ ଭାରତକୁ ସିଧାସଳଖ ଧମକ ଦେଇଥିଲେ।

Advertisment

ଏଥିସହ ଭାରତ ଏସିଆ କପ ଖେଳିବାକୁ ନ ଆସିଲେ, ପାକିସ୍ତାନ ମଧ୍ୟ ଦିନିକିଆ ବିଶ୍ୱକପ ଖେଳିବାକୁ ଭାରତ ଆସିବ ନାହିଁ ବୋଲି କହିଥିଲେ। ଏହାକୁ ନେଇ ବିବାଦ ତୀବ୍ର ହୋଇଥିବା ବେଳେ ରମିଜ ରାଜା ପିସିବି ମୁଖ୍ୟ ପଦରୁ ବିଦା ହୋଇଥିଲେ। ତାଙ୍କ ସ୍ଥାନରେ ନଜମ ସେଠୀ ପିସିବି ଅଧ୍ୟକ୍ଷ ହୋଇଛନ୍ତି। ଏବେ ସେ ଏସିଆ କପକୁ ନେଇ ଚାଲିଥିବା ବିବାଦ ସମ୍ପର୍କରେ ବଡ଼ ବୟାନ ଦେଇଛନ୍ତି।

ସେ କହିଛନ୍ତି, “ଶେଷରେ ପୂରା ଘଟଣା ସମ୍ପର୍କରେ ଆଲୋଚନା ପାଇଁ ତାରିଖ ସ୍ଥିର ହୋଇଛି। ଏସିଆନ କ୍ରିକେଟ କାଉନସିଲର ବୈଠକ ହେବ। ବାହାରିନ୍‌ରେରେ ଫେବୃଆରୀ ୪ରେ ହେବାକୁ ଥିବା ଏସିସି ମିଟିଂରେ ମୁଁ ଯୋଗଦେବି। ମୁଁ ଆମର ଆଭିମୁଖ୍ୟ ସମ୍ପର୍କରେ ନିଶ୍ଚିତ ନୁହେଁ। ମୁଁ ଏହାକୁ ମୋ ହୃଦୟ ପାଖରେ ରଖିଛି। ମିଟିଂରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। କିନ୍ତୁ ମୁଁ ଆପଣମାନଙ୍କୁ ନିଶ୍ଚିତ କରିବାକୁ ଚାହୁଁଛି ଯେ ପାକିସ୍ତାନ କ୍ରିକେଟର ଭଲ ପାଇଁ ସବୁ କିଛି କରାଯିବ।”

Advertisment

ସେଠୀ ଆହୁରି କହିଛି ଯେ ବିସିସିଆଇ ଦିନିକିଆ ବଶ୍ୱକପରେ ପାକିସ୍ତାନକୁ ଆଥିତ୍ୟ ଦେବାକୁ ରାଜି ଅଛି। କିନ୍ତୁ ସେମାନେ ଏସିଆ କପ୍‌ ପାଇଁ ପାକିସ୍ତାନ ଆସିବାକୁ ଚାହୁଁନାହାନ୍ତି। ଏହା ଆମ ପାଇଁ କିଛି ନୂଆ ନୁହେଁ ବୋଲି ସେ କହିଛନ୍ତି।

Bcci Asia Cup Cricket
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe