Pankhuri Sharma, Hardik pandya & their sons
ଭାରତୀୟ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ପତ୍ନୀ ନତାଶା ଷ୍ଟାନକୋଭିକଙ୍କ ଛାଡ଼ପତ୍ର ପରେ ଏକ ନୂଆ ଖବର ସାମ୍ନାକୁ ଆସିଛି। ସେମାନଙ୍କ ପୁଅ ଅଗସ୍ତ୍ୟ ଏବେ ମୁମ୍ବାଇରେ ଥିବା ଜଣାପଡିଛି। ଛାଡପତ୍ର ପରେ ନତାଶା ପୁଅକୁ ନେଇ ସର୍ବିଆ ପଳାଇଥିଲେ।
କିନ୍ତୁ ପରେ ସେ ମୁମ୍ବାଇର ହାର୍ଦ୍ଦିକଙ୍କ ଘରେ ଅଗସ୍ତ୍ୟାକୁ ଛାଡିଥିବା ଡଣାପଡିଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭାଇ କୁନାଲ ପାଣ୍ଡ୍ୟାଙ୍କ ପତ୍ନୀ ପଂଖୁଡ଼ି ଶର୍ମା ଅଗସ୍ତ୍ୟର ଫଟୋ ଶେଆର କରିବା ପରେ ଏହା ସ୍ପଷ୍ଟ ହୋଇଛି।
ପଂଖୁଡ଼ି ଇନଷ୍ଟାଗ୍ରାମରେ ଅଗସ୍ତ୍ୟ ଏବଂ ନିଜ ପୁଅ କବୀରଙ୍କ ସହ ଏକ କ୍ୟୁଟ୍ ଭିଡିଓ ଶେଆର କରିଛନ୍ତି। ସର୍ବିଆ ନେଇ ଯାଇଥିବା ଅଗସ୍ତ୍ୟଙ୍କୁ ନତାଶା ସୋମବାର ମୁମ୍ବାଇରେ ଛାଡ଼ି ଯାଇଥିବା କୁହାଯାଉଛି। କିନ୍ତୁ ନତାଶା ମୁମ୍ବାଇରେ ଅଛନ୍ତି ନା ସର୍ବିଆ ଚାଲି ଯାଇଛନ୍ତି, ତାହା ସ୍ପଷ୍ଟ ହୋଇନାହିଁ।
2020ରେ ହାର୍ଦ୍ଦିକ ଓ ନତାଶା ବିବାହ କରିଥିଲେ। ଏହାପରେ 2023ରେ ପୁଣି ପାରମ୍ପରିକ ରୀତିନୀତି ଅନୁସାରେ ପୁନର୍ବାର ବିବାହ କରିଥିଲେ। ଛାଡ଼ପତ୍ରକୁ ନେଇ ଚାଲିଥିବା ଚର୍ଚ୍ଚା ମଧ୍ୟରେ ଚଳିତ ବର୍ଷ ଜୁଲାଇରେ ଉଭୟ ଅଲଗା ହୋଇଥିଲେ। ଏହାପରେ ନତାଶା ଅଗସ୍ତ୍ୟଙ୍କୁ ନେଇ ସର୍ବିଆ ଚାଲି ଯାଇଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us