Advertisment

ପ୍ୟାରିସ୍‌ ପାରାଅଲିମ୍ପିକ୍ସ: ଭାରତକୁ ଆଉ ଏକ ସ୍ୱର୍ଣ୍ଣ

ପୂର୍ବରୁ ସ୍ୱର୍ଣ୍ଣ ଜିତିଥିବା ଇରାନର ସାଦେଘ ବେତ୍ ସୟାହ ଡିସକ୍ୱାଲିଫାଏ ହେବା ପରେ ନବଦୀପଙ୍କୁ ଗୋଲ୍ଡ ମେଡାଲ ମିଳିଛି।

author-image
Madhupriya Mistry
ଅଦ୍ୟତନ ହୋଇଛି
Navdeep Singh

Navdeep Singh

ପ୍ୟାରିସ ପାରାଅଲିମ୍ପିକ୍ସରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ ପଦକ। ଜାଭେଲିନରେ ନବଦୀପ ସିଂହଙ୍କ ସିଲଭର୍ ଗୋଲ୍ଡ ମେଡାଲ୍‌ରେ ବଦଳିଛି। ଡିସକ୍ୱାଲିଫାଏ ହେଲେ ପୂର୍ବରୁ ସ୍ୱର୍ଣ୍ଣ ଜିତିଥିବା ଇରାନର ସାଦେଘ ବେତ୍ ସୟାହ। ବିବାଦୀୟ ପତାକା ପ୍ରଦର୍ଶନ କରିବାରୁ ଅଯୋଗ୍ୟ ଘୋଷିତ ହୋଇଛନ୍ତି ସାଦେଘ।

Advertisment

ଏହାପରେ ପୁରୁଷ ଜାଭେଲିନ୍ ଥ୍ରୋ F41 ଫାଇନାଲରେ ୨ୟ ସ୍ଥାନରେ ଥିବା ନବଦୀପଙ୍କ ରୌପ୍ୟ ପଦକ ସ୍ୱର୍ଣ୍ଣକୁ ପରିବର୍ତ୍ତିତ ହୋଇଛି। ଫାଇନାଲରେ ତୃତୀୟ ଥ୍ରୋରେ ବ୍ୟକ୍ତିଗତ ସର୍ବଶ୍ରେଷ୍ଠ ୪୭.୩୨ ମିଟର ହାସଲ କରିଥିଲେ ନବଦୀପ।

ଜାଭେଲିନ୍ ଥ୍ରୋ F41ରେ ଭାରତକୁ ସର୍ବପ୍ରଥମ ସ୍ୱର୍ଣ୍ଣ ପଦକ ଦେଇ ଇତିହାସ ରଚିଛନ୍ତି ସେ। ଏହି ସଫଳତା ସହ ପ୍ୟାରିସ ପାରାଅଲିମ୍ପିକ୍ସରେ ଭାରତକୁ ୭ଟି ଗୋଲ୍ଡ ସହ ମୋଟ ୨୯ ମେଡାଲ୍ ମିଳିଛି।

Advertisment
Javelin Throw Paris Paralympics 2024 Navdeep Singh India Gold Medal