Advertisment

ଏସୀୟ କ୍ରୀଡ଼ା: ତୀରନ୍ଦାଜୀରେ ଭାରତ ପାଇଲା ବ୍ରୋଞ୍ଜ ମେଡାଲ

ଭିଏତନାମକୁ ୬-୨ରେ ହରାଇ ମହିଳା ରିକର୍ଭ ଟିମ୍‌ ଇଭେଣ୍ଟରେ ଭାରତକୁ ମିଳିଛି ଏହି ପଦକ । ଅଙ୍କିତା, ଭଜନ କୌର ଓ ସିମରନ୍‌ଜିତ୍‌ଙ୍କୁ ମିଳିଛି ସଫଳତା ।

ଅଦ୍ୟତନ ହୋଇଛି
Ankita Bhakat

Ankita Bhakat

Advertisment

ଚୀନର ହାଙ୍ଗଝୌରେ ଚାଲିଥିବା ଏସୀୟ କ୍ରୀଡ଼ା (Asian Games)ରେ ଭାରତକୁ ମିଳିଛି ଆଉ ଏକ ବ୍ରୋଞ୍ଜ ପଦକ । ତୀରନ୍ଦାଜୀରେ ଭାରତ ହାସଲ କରିଛି ଏହି ପଦକ ।

Advertisment

ଭିଏତନାମକୁ ୬-୨ରେ ହରାଇ ମହିଳା ରିକର୍ଭ ଟିମ୍‌ ଇଭେଣ୍ଟରେ ଭାରତକୁ ମିଳିଛି ଏହି ପଦକ । ଅଙ୍କିତା, ଭଜନ କୌର ଓ ସିମରନ୍‌ଜିତ୍‌ଙ୍କୁ ମିଳିଛି ସଫଳତା ।

ଚଳିତ ଏସୀୟ କ୍ରୀଡ଼ାରେ ଏ ଯାବତ ଭାରତ ସମୁଦାୟ ୨୧ଟି ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ୩୨ଟି ରୌପ୍ୟ, ୩୪ ବ୍ରୋଞ୍ଜ ପଦକ ହାସଲ କରିଛି। ଭାରତ ଏ ଯାବତ ମୋଟ ୮୭ ପଦକ ଜିତି ସାରିଲାଣି।

Advertisment

ଗତକାଲି ତୀରନ୍ଦାଜୀର ପୁରୁଷ କମ୍ପାଉଣ୍ଡ ଟିମ୍ ଇଭେଣ୍ଟରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିଲେ ଅଭିଷେକ ବର୍ମା, ଓଜସ ପ୍ରବୀଣ ଦେଓତାଲେ ଓ ପ୍ରଥମେଶ ଜାୱକର। ଦକ୍ଷିଣ କୋରିଆକୁ ୨୩୫-୨୩୦ରେ ହରାଇ ସେମାନେ ଏହି ପଦକ ଜିତିଥିଲେ।

Asia Cup 2023
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe