Advertisment

ନୀରଜଙ୍କ ବଡ଼ ଖୁଲାସା: ଭଙ୍ଗା ଆଙ୍ଗୁଠିରେ ଖେଳିଥିଲେ ଡାଇମଣ୍ଡ ଲିଗ ଫାଇନାଲ୍‌

ନୀରଜ ଫାଇନାଲ ଶେଷ ହେବା ପରେ ସୋଶାଲ ମିଡିଆରେ ତାଙ୍କ ବାମ ହାତର ଏକ୍ସ-ରେ ଫଟୋ ପୋଷ୍ଟ କରିଛନ୍ତି।

ଅଦ୍ୟତନ ହୋଇଛି
Neeraj

Neeraj

Advertisment

ଭାରତର ଜାଭେଲିନ ଷ୍ଟାର ନୀରଜ ଚୋପ୍ରା ବଡ଼ ଖୁଲାସା କରିଛନ୍ତି। ଶନିବାର ରାତିରେ ଡାଇମଣ୍ତ ଲିଗ୍‌ ଫାଇନାଲ ଖେଳିଥିବା ନୀରଜ କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ଦ୍ୱିତୀୟ ସ୍ଥାନରେ ରହିଥିଲେ। ତେବେ ସେ ଏହି ଫାଇନାଲ ମ୍ୟାଚ୍‌ ଭଙ୍ଗା ଆଙ୍ଗୁଠିରେ ଖେଳିଥିଲେ ବୋଲି ସୂଚନା ଦେଇଛନ୍ତି।

Advertisment

ଏକ୍ସରେ ଗୋଟିଏ ପୋଷ୍ଟ କରି ନୀରଜ ବ୍ରୁସେଲ୍ସରେ ଖେଳା ଯାଇଥିବା ଫାଇନାଲରେ କେମିତି ସଂଘର୍ଷ କରିଥିଲେ, ସେକଥା ସୂଚନା ଦେଇଛନ୍ତି। ଫାଇନାଲରେ ସେ ୮୭.୮୬ ମିଟର ଦୂରକୁ ଜାଭେଲିନ ଫିଙ୍ଗି ଦ୍ୱିତୀୟରେ ରହିଥିଲେ।

ଗ୍ରେନେଡାର ଆଣ୍ଡରସନ ପିଟର୍ସ ୮୭.୮୭ ମିଟର ଦୂରତାକୁ ଜାଭେଲିନ ଫିଙ୍ଗି ଡାଇମଣ୍ଡ ଲିଗ ଟ୍ରଫି କବଜା କରିଥିଲେ। ନୀରଜ ମାତ୍ର ଗୋଟିଏ ସେଣ୍ଟିମିଟର ପାଇଁ ଚାମ୍ପିୟନ ହୋଇ ପାରି ନଥିଲେ। ସେହିପରି ଜର୍ମାନୀର ଜୁଲିଆନ ୱେବର ୮୫.୯୭ ମିଟର ଦୂରତାକୁ ଜାଭେଲିନ ଫିଙ୍ଗି ତୃତୀୟ ସ୍ଥାନରେ ରହିଛନ୍ତି।

Advertisment

ନୀରଜ ଫାଇନାଲ ଶେଷ ହେବା ପରେ ସୋଶାଲ ମିଡିଆରେ ତାଙ୍କ ବାମ ହାତର ଏକ୍ସ-ରେ ଫଟୋ ପୋଷ୍ଟ କରିଛନ୍ତି। ତାଙ୍କ ରିଙ୍ଗ ବା ଅନାମିକା ଆଙ୍ଗୁଠି ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି। ଅର୍ଥାତ ସେ ଭଙ୍ଗା ଆଙ୍ଗୁଳିରେ ଫାଇନାଲ ଖେଳିବା ସହ ଭାରତ ପାଇଁ ରୌପ୍ୟ ପଦକ ଜିତିବାକୁ ସକ୍ଷମ ହୋଇଛନ୍ତି।

ଗତକାଲି ଫାଇନାଲରେ ମଧ୍ୟ ନୀରଜ ପ୍ରତିଟି ଥ୍ରୋ ବେଳେ ଚିନ୍ତିତ ଥିବା ଭଳି ଲାଗୁ ଥିଲେ। ସେ ନିଜକୁ ଅଧିକ ପୁଶ କରୁ ନଥିଲେ। ପ୍ୟାରିସ ଅଲିମ୍ପିକ୍ସରେ ରୌପ୍ୟ ଜିତିଥିବା ନୀରଜ କହିଛନ୍ତି ଯେ ଆହତ ସମସ୍ୟା ସତ୍ତ୍ୱେ ସେ ଚଳିତ ଋତୁର ଶେଷ ପ୍ରତିଯୋଗିତା ଖେଳିବାକୁ ପ୍ରତିବଦ୍ଧ ଥିଲେ। ଯଦିଓ ସେ ବ୍ୟକ୍ତିଗତ ଆଶା ଅନୁସାରେ ପ୍ରଦର୍ଶନ କରି ପାରିନାହାନ୍ତି, ତଥାପି ଏହି ଅଭିଜ୍ଞତା ତାଙ୍କୁ ମୂଲ୍ୟବାନ ଶିକ୍ଷା ଦେଇଛି।

ନୀରଜ କହିଛନ୍ତି, “୨୦୨୪ ଋତୁ ସରିଥିବା ବେଳେ ମୁଁ ବର୍ଷତମାମ ଶିକ୍ଷା ଲାଭ କରିଥିବା ସବୁ କିଛିକୁ ବୁଲି ଦେଖିଛି। ମୋର ଉନ୍ନତି, ପରାଜୟ, ମାନସିକତା ଓ ବହୁତ କିଛିକୁ ମୁଁ ସମୀକ୍ଷା କରିଛି। ସୋମବାର ଅଭ୍ୟାସ ବେଳେ ଆହତ ହୋଇଥିଲି। ମୋର ବାମ ହାତର ଅନାମିକା ଆଙ୍ଗୁଠି ଭାଙ୍ଗି ଯାଇଥିବା ଏକ୍ସ-ରେରୁ ଜଣାପଡ଼ିଥିଲା।

ଏହା ମୋ ପାଇଁ ଆଉ ଏକ ଯନ୍ତ୍ରଣାଦାୟକ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା। କିନ୍ତୁ ମୋ ଟିମର ସହାୟତାରେ ମୁଁ ବ୍ରୁସେଲ୍ସରେ ଭାଗ ନେଇ ପାରିଥିଲି। ଏହା ଚଳିତ ବର୍ଷର ଶେଷ ପ୍ରତିଯୋଗିତା ଥିଲା। ମୁଁ ମୋର ସିଜିନ ଟ୍ରାକରେ ଶେଷ କରିବାକୁ ଚାହୁଁଥିଲି। ଯଦିଓ ମୁଁ ମୋର ବ୍ୟକ୍ତିଗତ ଆଶା ଅନୁସାରେ ପ୍ରଦର୍ଶନ କରିପାରି ନାହିଁ, ତଥାପି ଏଇଟା ଏମିତି ଗୋଟିଏ ସିଜିନ ଥିଲା ଯେଉଁଠି ମୁଁ ଅନେକ କିଛି ଶିଖିଛି।

ମୁଁ ଫେରିବା ପାଇଁ ପ୍ରତିଶ୍ରୁତିବଦ୍ଧ। ପୂରା ଫିଟ ଓ ରେଡି ହୋଇ ଫେରିବି। ଆପଣମାନଙ୍କ ଉତ୍ସାହ ପାଇଁ ଧନ୍ୟବାଦ। ୨୦୨୪ ମୋତେ ଜଣେ ଭଲ ଆଥଲେଟ ଓ ବ୍ୟକ୍ତି କରିଛି। ୨୦୨୫ରେ ଦେଖାହବ।”

ପ୍ୟାରିସ୍ ଅଲିମ୍ପିକ୍ସ ଚାମ୍ପିଅନ ଅର୍ଶଦ ନଦୀମ ଓ ଗତ ବର୍ଷର ଡାଇମଣ୍ଡ ଟ୍ରଫି ବିଜେତା ଜାକ୍ୟୁବ ଭଡଲେଜ ବ୍ରୁସେଲ୍ସ ଡାଇମଣ୍ଡ ଲିଗ୍ ଫାଇନାଲରେ ଭାଗ ନେଇ ନଥିଲେ। ଭାରତର ଷ୍ଟାର୍ ନୀରଜ କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ଡାଇମଣ୍ଡ ଲିଗର ରନର୍ ଅପ୍ ହୋଇଛନ୍ତି।

ସେ ୨୦୨୨ ଡାଇମଣ୍ଡ ଲିଗରେ ସ୍ୱର୍ଣ୍ଣ ଜିତି ଥିବାବେଳେ ୨୦୨୩ରେ ସିଲଭର୍ ବିଜେତା ହୋଇଥିଲେ।

Neeraj Chopra Javelin Throw
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe