Advertisment

ପ୍ୟାରିସରୁ ଭାରତ ନ ଆସି ଜର୍ମାନୀ ଗଲେ ନୀରଜ ଚୋପ୍ରା, ଜାଣନ୍ତୁ କାରଣ

ପ୍ୟାରିସ ଅଲିମ୍ପିକ୍ସରେ ଦେଶ ପାଇଁ ଜାଭେଲିନରେ ରୌପ୍ୟ ଜିତିଥିବା ନୀରଜ ସେଠାରୁ ଭାରତ ଆସିବା ପରିବର୍ତ୍ତେ ଜର୍ମାନୀ ଚାଲି ଯାଇଛନ୍ତି।

Neeraj Chopra

Neeraj Chopra

Advertisment

ଭାରତର ଡବଲ ଅଲିମ୍ପିକ୍ସ ପଦକ ବିଜେତା ନୀରଜ ଚୋପ୍ରାଙ୍କ ଘର ବାହୁଡ଼ା ବିଳମ୍ବ ହୋଇଛି। ପ୍ୟାରିସ ଅଲିମ୍ପିକ୍ସରେ ଦେଶ ପାଇଁ ଜାଭେଲିନରେ ରୌପ୍ୟ ଜିତିଥିବା ନୀରଜ ସେଠାରୁ ଭାରତ ଆସିବା ପରିବର୍ତ୍ତେ ଜର୍ମାନୀ ଚାଲି ଯାଇଛନ୍ତି। ଦୀର୍ଘଦିନ ଧରି ଜଙ୍ଘରେ ଆହତ ଜନିତ ସମସ୍ୟା ଦେଇ ଗତି କରୁଥିବା ନୀରଜ ଜର୍ମାନୀରେ ଡାକ୍ତରଙ୍କ ପରାମର୍ଶ ଯାଇଛନ୍ତି।

Advertisment

ଜର୍ମାନୀରେ ନୀରଜ ପ୍ରାୟ ଏକମାସ ଧରି ରହିବେ। ନିଜର ଆହତ ସମସ୍ୟା କେତେ ଗୁରୁତର ତା’ର ଯାଞ୍ଚ କରିବେ। ଡାକ୍ତରଙ୍କ ପରାମର୍ଶ ପରେ ସେ ଡାଇମଣ୍ଡ ଲିଗ ସମେତ ବାକି ବଡ଼ ଇଭେଣ୍ଟରେ ଭାଗ ନେବେ କି ନାହିଁ, ସେକଥା ଘୋଷଣା କରିବେ।

ନୀରଜ ଚୋପ୍ରାଙ୍କ ଦାଦା ଭୀମ ଚୋପ୍ରା କହିଛନ୍ତି, ନୀରଜ ପ୍ୟାରିସରୁ ଜର୍ମାନୀ ଯାଇଛନ୍ତି। ସେଠାରେ ସେ ସର୍ଜରୀ ହେବ କି ନାହିଁ ସେନେଇ ଡାକ୍ତରଙ୍କ ସହ ଆଲୋଚନା କରିବେ। ତାଙ୍କ ଆହତ ସମସ୍ୟାର ସର୍ଜରୀ ୧୨ ମାସ ହେଲା ବିଳମ୍ବିତ ହୋଇ ଚାଲିଛି।

Advertisment

ଏଥର ସେ ଡାକ୍ତରଙ୍କ ସହ ବିସ୍ତୃତ ଭାବେ ସର୍ଜରୀ ସମ୍ପର୍କରେ ଆଲୋଚନା କରିବେ। ସେଠାରେ ସେ ଗୋଟିଏ ମାସରୁ ଅଧିକ ଦିନ ରହିବେ। ନୀରଜ ବେଶ କିଛି ଦିନ ହେରନିଆ ସହ ସଂଘର୍ଷ କରୁଛନ୍ତି। ଏଥିପାଇଁ ସେ ଜଙ୍ଘରେ ମଧ୍ୟ ସମସ୍ୟା ଅନୁଭବ କରୁଛନ୍ତି।

ନୀରଜ ଚୋପ୍ରା ୮୯.୪୫ ମିଟର ଦୂରତାକୁ ପ୍ୟାରିସ ଅଲିମ୍ପିକ୍ସରେ ଜାଭେଲିନ ଫିଙ୍ଗି ରୌପ୍ୟ ଜିତି ଥିବା ବେଳେ ପାକିସ୍ତାନର ଅର୍ଶଦ ନଦମୀ ରେକର୍ଡ ୯୨.୯୭ ମିଟର ଦୂରତାକୁ ଜାଭେଲିନ ଫିଙ୍ଗି ସ୍ୱର୍ଣ୍ଣ ଜିତିଥିଲେ।

ଫାଇନାଲ ପରେ ନୀରଜ ନିଜର ଆହତ ସମସ୍ୟା ସମ୍ପର୍କରେ ସୂଚନା ଦେଇଥିଲେ। ଅଲିମ୍ପିକ୍ସ ପାଇଁ ସେ ତାଙ୍କ ସର୍ଜରୀରେ ମଧ୍ୟ ବିଳମ୍ବ କରିଥିବା କଥା କହିଥିଲେ। ଅଲିମ୍ପିକ୍ସ ପୂର୍ବରୁ ସେ ଜର୍ମାନୀରେ ମଧ୍ୟ ଅଭ୍ୟାସ କରୁଥିଲେ।

Neeraj Chopra Paris Olympics 2024 Olympics 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe