Advertisment

ବିଶ୍ୱ ବିଜେତା ପରେ କେତେ ଟଙ୍କା ପାଇଲେ ନୀରଜ ଚୋପ୍ରା

ରବିବାର ରାତିରେ ଖେଳା ଯାଇଥିବା ଫାଇନାଲରେ ସେ ୮୮.୧୭ ମିଟର ଦୂରତାକୁ ଜାଭେଲିନ ଫିଙ୍ଗି ସ୍ୱର୍ଣ୍ଣିମ ଅଧ୍ୟାୟରେ ନିଜ ନାଁ ଲେଖିଛନ୍ତି।

Neeraj

Neeraj

Advertisment

ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ୍‌ରେ ଭାରତ ପାଇଁ ଐତିହାସିକ ସ୍ୱର୍ଣ୍ଣ ଜିତିଥିବା ନୀରଜ ଚୋପ୍ରା ଏବେ ଚର୍ଚ୍ଚାରେ। ସେ ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପର ଦୀର୍ଘ ୪୦ ବର୍ଷର ଇତିହାସରେ ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ଜିତି ରେକର୍ଡ କରିଛନ୍ତି।

Advertisment

ରବିବାର ରାତିରେ ଖେଳା ଯାଇଥିବା ଫାଇନାଲରେ ସେ ୮୮.୧୭ ମିଟର ଦୂରତାକୁ ଜାଭେଲିନ ଫିଙ୍ଗି ସ୍ୱର୍ଣ୍ଣିମ ଅଧ୍ୟାୟରେ ନିଜ ନାଁ ଲେଖିଛନ୍ତି। ପାକିସ୍ତାନର ଅର୍ଶଦ ନଦୀମ ଦ୍ୱିତୀୟ (୮୭.୮୨ ମିଟର) ଓ ଚେକ ଗଣରାଜ୍ୟର ଜ୍ୟାକୁବ ଭାଦେଚିଜ୍‌(୮୬.୬୭ ମିଟର) ତୃତୀୟ ସ୍ଥାନରେ ରହିଛନ୍ତି।

ବୁଦାପେଷ୍ଟରେ ସ୍ୱର୍ଣ୍ଣ ଜିତି ଭାରତକୁ ଗୌରବାନିତ କରିଥିବା ନୀରଜ ଚୋପ୍ରାଙ୍କୁ କାଲି ରାତିରୁ ହିଁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ତାଙ୍କର ଏକାଧିକ ଭିଡିଓ ଭାଇରାଲ ମଧ୍ୟ ହେଉଛି। ତେବେ ଭାରତକୁ ବିଶ୍ୱ ଦରବାରରେ ଗୌରବାନିତ କରିଥିବା ନୀରଜଙ୍କୁ ପୁରସ୍କାର ବାବଦରେ କେତେ ଟଙ୍କା ମିଳିଛି, ସେକଥା ଜାଣିବା ପାଇଁ ସମସ୍ତେ ଚାହୁଁଛନ୍ତି।

Advertisment

ଏହାର ତଥ୍ୟ ହେବେ ସାମ୍ନାକୁ ଆସିଛି। ନୀରଜ ପ୍ରଥମ ସ୍ଥାନରେ ରହିଥିବାରୁ ତାଙ୍କୁ ସ୍ୱର୍ଣ୍ଣ ପଦକ ସହ ୭୦ ହଜାର ଡଲାର ମିଳିଛି। ଏହା ଭାରତୀୟ ମୁଦ୍ରାରେ ପ୍ରାୟ ୫୮ ଲକ୍ଷ ଟଙ୍କା। ସେହିପରି ପାକିସ୍ତାନର ନଦୀମ ୩୫ ହଜାର ଡଲାର ବା ୨୯ ଲକ୍ଷ ଓ ଜ୍ୟାକୁବ ୨୨ ହଜାର ଡଲାର ବା ପ୍ରାୟ ୧୮ ଲକ୍ଷ ଟଙ୍କା ପାଇଛନ୍ତି।

ଜାଭେଲିନ ଥ୍ରୋ ଇଭେଣ୍ଟର ଟପ ୮ରେ ଆଉ ଦୁଇ ଭାରତୀୟ ରହିଛନ୍ତି। ସେମାନେ ହେଲେ ଓଡ଼ିଆ ପୁଅ କିଶୋର ଜେନା(୮୪.୭୭ ମିଟର) ଓ କର୍ଣ୍ଣାଟକାର ଡିପି ମନୁ (୮୪.୧୪ ମିଟର)। ଜେନା କ୍ୟାରିୟରର ଶ୍ରେଷ୍ଠ ଥ୍ରୋ ସହ ୫ମ ଓ ମନୁ ୬ଷ୍ଠ ସ୍ଥାନରେ ନିଜର ଅଭିଯାନ ଶେଷ କରିଛନ୍ତି। ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପର ଟପ୍‌ ୮ରେ କେବେ ହେଲେ ୩ ଜଣ ଭାରତୀୟ ନଥିଲେ। ପ୍ରଥମଥର ପାଇଁ ଏପରି ଘଟଣା ଘଟିଛି।

ଅନ୍ୟପକ୍ଷରେ ଓଡ଼ିଶାର ପ୍ରଥମ ଖେଳାଳି ଭାବେ ବିଶ୍ୱ ଆଥ୍‌ଲେଟିକ୍ସ ଚାମ୍ପିୟନଶିପରେ ଭାଗ ନେଇଥିଲେ କିଶୋର ଜେନା। ସେ ଫାଇନାଲ ରାଉଣ୍ଡକୁ ଉନ୍ନୀତ ହୋଇଥିଲେ। ସେ ପଦକ ଜିତି ପାରି ନଥିଲେ ମଧ୍ୟ ନିଜ ପ୍ରଦର୍ଶନରେ ସମସ୍ତଙ୍କ ହୃଦୟ ଜିତିବାକୁ ସକ୍ଷମ ହୋଇଥିଲେ।

ସେ ୮୪.୭୭ ମିଟର ଜାଭଲିନ ପିଙ୍ଗି ପଞ୍ଚମ ସ୍ଥାନରେ ରହିଥିଲେ। ଏହା କିଶୋର ଜେନାଙ୍କର ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ। ଏଥିପାଇଁ ଜାଭେଲିନ ଥ୍ରୋୟର କିଶୋର ଜେନାଙ୍କୁ ପୁରସ୍କାର ସ୍ୱରୂପ ରାଜ୍ୟ ସରକାର ୨୫ ଲକ୍ଷ ଟଙ୍କା ପ୍ରଦାନ କରିବେ ବୋଲି ଘୋଷଣା କରିଛନ୍ତି।

Neeraj Chopra World Athletics Championships
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe