Advertisment

ଅଲିମ୍ପିକ୍ସକୁ ଯୋଗ୍ୟତା ଅର୍ଜନ କଲେ, ବିଶ୍ୱ ଚାମ୍ପିୟନଶିପର ଫାଇନାଲରେ ପ୍ରବେଶ କଲେ ନୀରଜ ଚୋପ୍ରା

୨୫ ବର୍ଷୀୟ ନୀରଜଙ୍କ ଯୋଗ୍ୟତା ପର୍ଯ୍ୟାୟ ରାଉଣ୍ଡ ମାତ୍ର କିଛି ମିନିଟ ପାଇଁ ଚାଲିଥିଲା। କାରଣ ପ୍ରଥମ ପ୍ରୟାସରେ ହିଁ ସେ ୮୮.୭୭ ମିଟର ଦୂରତାକୁ ଜାଭେଲିନ ଫିଙ୍ଗି ଯୋଗ୍ୟତା ଅର୍ଜନ କରିଥିଲେ।

author-image
Hemant Lenka
Neeraj Chopra

Neeraj Chopra

ଭାରତର ସୁନା ପୁଅ ନୀରଜ ଚୋପ୍ରା ପୁଣିଥରେ ସଫଳତା ହାସଲ କରିଛନ୍ତି। ସେ ୮୮.୭୭ ମିଟର ଦୂରତାକୁ ଜାଭେଲିନ ଫିଙ୍ଗ ଡବଲ ଖୁସି ଆଣି ଦେଇଛନ୍ତି। ଏହି ଥ୍ରୋ ପରେ ନୀରଜ ସିଧାସଳଖ ୨୦୨୪ ପ୍ୟାରିସ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ଏଥିସହ ବୁଡାପେଷ୍ଟରେ ଚାଲିଥିବା ବିଶ୍ୱ ଜାଭେଲିନ ଚାମ୍ପିୟନଶିପର ଫାଇନାଲ ଟିକେଟ ମଧ୍ୟ ହାତେଇଛନ୍ତି।

Advertisment

୨୫ ବର୍ଷୀୟ ନୀରଜଙ୍କ ଯୋଗ୍ୟତା ପର୍ଯ୍ୟାୟ ରାଉଣ୍ଡ ମାତ୍ର କିଛି ମିନିଟ ପାଇଁ ଚାଲିଥିଲା। କାରଣ ପ୍ରଥମ ପ୍ରୟାସରେ ହିଁ ସେ ୮୮.୭୭ ମିଟର ଦୂରତାକୁ ଜାଭେଲିନ ଫିଙ୍ଗି ଯୋଗ୍ୟତା ଅର୍ଜନ କରିଥିଲେ। ଏହା ଚଳିତ ସିଜିନରେ ନୀରଜଙ୍କ ସର୍ବଶ୍ରେଷ୍ଟ ଥ୍ରୋ ହୋଇଥିବା ବେଳେ କ୍ୟାରିୟରର ୪ର୍ଥ ସର୍ବୋତ୍ତମ ଥ୍ରୋ।

ସେ ଗ୍ରୁପ ଏ’ର ଯୋଗ୍ୟତା ପର୍ଯ୍ୟାୟ ରାଉଣ୍ତରେ ଲଢ଼େଇ କରୁଥିଲେ। ୨୦୨୪ ପ୍ୟାରିସ ଅଲିମ୍ପିକ୍ସକୁ ଯୋଗ୍ୟତା ଅର୍ଜନ ପାଇଁ ୮୫.୫୦ ମିଟର ଦୂରତା ଧାର୍ଯ୍ୟ କରାଯାଇଥିଲା। ଏହାକୁ ନୀରଜ ବେଶ ସହଜରେ ପାର୍‌ କରିବାକୁ ସକ୍ଷମ ହୋଇଛନ୍ତି।

Advertisment

ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ଜିତିଥିବା ନୀରଜଙ୍କ କ୍ୟାରିୟରର ଶ୍ରେଷ୍ଠ ଥ୍ରୋ ହେଲା ୮୯.୯୪ ମିଟର। ସେ ୨୦୨୨ ଜୁନ ୩୦ରେ ଷ୍ଟକହୋମ ଡାଇମଣ୍ତ ଲିଗରେ ଏପରି ପ୍ରଦର୍ଶନ କରିଥିଲେ। ନୀରଜ ୯୦ ମିଟର ପାର୍‌ କରିବା ଲକ୍ଷ୍ୟ ନେଇ ଏବେ ଅଭ୍ୟାସ ଜାରି ରଖିଛନ୍ତି।

Neeraj Chopra