neeraj chopra & manu bhaker
ରିସ୍ତା ପକ୍କା,ଏଥର ବାଜିବ ଢୋଲ ବାଜା ଓ ଶେହନାଇ, ଦିଲୱାଲେ ନେଇଯିବେ ଦୁଲହନିଆ। ମନୁ ଭାକର ଓ ନୀରଜ ଚୋପ୍ରାଙ୍କୁ ନେଇ ସୋଶାଲ ମିଡିଆରେ ଏପରି କିଛି ଖବର ଏବେ ଭାଇରାଲ ହେବାରେ ଲାଗିଛି।
ଏହି ଖବରକୁ ଧୂଆଁ ଦେଉଛି ମନୁ ଭାକର ଓ ନୀରଜ ଚୋପ୍ରାଙ୍କ ସାକ୍ଷାତ ତଥା ନୀରଜ ଚୋପ୍ରା ଓ ମନୁ ଭାକରଙ୍କ ସାକ୍ଷାତ ଆଲୋଚନା। ଏହାର ଭିଡିଓ ଭାଇରାଲ ହେବା ପରେ ସୋଶାଲ ମିଡିଆ ୟୁଜର୍ସ ଲେଖୁଛନ୍ତି ଏଥର ମନୁଙ୍କ ହାତରେ ଲାଗିବ ମେହେନ୍ଦୀ, ଉଠିବ ଡୋଲି । ଆଉ ବର ସାଜିବେ ନୀରଜ ଚୋପ୍ରା।
ଏବେ ଏବେ ଅଲମ୍ପିକ ଶେଷ ହୋଇଥିବା ବେଳେ ଭାରତର ଜାଭେଲିନ୍ ଥ୍ରୋ ଷ୍ଟାର ଆଥଲେଟ୍ ନୀରଜ ଚୋପ୍ରା ଏବଂ ସୁଟର ମନୁ ଭାକର ମୁଖ୍ୟ ପ୍ରସଙ୍ଗରେ ଅଛନ୍ତି। ଉଭୟେ ପ୍ୟାରିସ ଅଲିମ୍ପିକ୍ସରେ ଭାରତ ପାଇଁ ଗୌରବ ଆଣିଥିଲେ। ବ୍ୟକ୍ତିଗତ ତଥା ମିଶ୍ରିତ ଇଭେଣ୍ଟରେ ମନୁ ବ୍ରୋଞ୍ଜ ପଦକ ଜିତିଥିବାବେଳେ ନୀରଜ ଏହି ଅଲିମ୍ପିକ୍ସରେ ଭାରତ ପାଇଁ ଏକମାତ୍ର ରୌପ୍ୟ ପଦକ ଜିତିଥିଲେ।
ପ୍ରକୃତରେ ପ୍ୟାରିସ୍ ଅଲିମ୍ପିକ୍ସରେ ଉତ୍କୃଷ୍ଟ ପ୍ରଦର୍ଶନ ସମେତ ଅନ୍ୟ କିଛି କାରଣରୁ ସୋସିଆଲ ମିଡିଆରେ ବର୍ତ୍ତମାନ ଦୁହେଁ ଚର୍ଚ୍ଚାରେ ଅଛନ୍ତି। ସୋଶାଲ ମିଡିଆରେ ଦୁଇଟି ଭିଡିଓ ଭାଇରାଲ ହେଉଥିବା ବେଳେ ଏହା ଚର୍ଚ୍ଚାକୁ ଖୋରାକ ଯୋଗାଉଛି। ଭାଇରାଲ ଭିଡିଓ ଉପରେ ପ୍ରଶଂସକମାନେ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି। ଏହି ଭିଡିଓ ପ୍ୟାରିସ୍ ଅଲିମ୍ପିକ୍ ଗେମ୍ସ ଗ୍ରାମରୁ ହୋଇଥିବା ଜଣାପଡିଛି |
ଗୋଟିଏ ଭିଡିଓରେ, ନୀରଜ ଚୋପ୍ରା ଏବଂ ମନୁ ଭାକର ଖେଳ ଗ୍ରାମରେ ପରସ୍ପର ସହ ଗୁପଚୁପ୍ରେ କଥାବାର୍ତ୍ତା ହେଉଥିବା ଦେଖିବାକୁ ମିଳୁଛି। ତେବେ ମିଡିଆ ନଜରକୁ ଆସିଯିବାରୁ ପରସ୍ପର ହସ ହସ ମୁହଁରେ ଉକ୍ତ ସ୍ଥାନ ଛାଡ଼ି ଚାଲି ଯାଉଥିବା ଦେଖିବାକୁ ମିଳୁଛି।
ଅନ୍ୟ ଭିଡିଓରେ ମନୁ ଭାକରଙ୍କ ମାତା ସୁମେଧା ଭାକର ଜାଭେଲିନ୍ ତାରକା ନୀରଜଙ୍କ ସହ କଥାବାର୍ତ୍ତା କରୁଛନ୍ତି। ସେହି ଭିଡିଓରେ ନୀରଜ ସୁମେଧା ଭାକରଙ୍କ ମୁଣ୍ଡରେ ହାତ ରଖି ପ୍ରତିଶ୍ରୁତି ଦେଉଥିବାର ନଜର ଆସିଛନ୍ତି।
ମନୁ ଭାକରଙ୍କ ମା’ଙ୍କ ସହ କଥାବାର୍ତ୍ତା କରୁଥିବା ନୀରଜଙ୍କ ଭିଡିଓ ଦେଖିବା ପରେ ଜଣେ ୟୁଜର ଏକ୍ସରେ ଲେଖିଛନ୍ତି, ରିସ୍ତା ପକ୍କା। ଅନ୍ୟ ଜଣେ ୟୁଜର ଲେଖିଛନ୍ତି, ମନୁ ଏବଂ ନୀରଜ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି।
ତେବେ ଏହି ସମ୍ପର୍କରୁ ପରସ୍ପରର ପରିବାରବର୍ଗ ଖଣ୍ଡନ କରିଛନ୍ତି। ନୀରଜଙ୍କ ଦାଦା ସୁରେନ୍ଦ୍ର ଚୋପ୍ରା କହିଛନ୍ତି, ଯେପରି ନୀରଜ ମେଡାଲ ଜିତିବା ସମ୍ପର୍କରେ ସମସ୍ତ ଦେଶବାସୀ ଅବଗତ ଅଛନ୍ତି, ସେମିତି ଯେବେ ନୀରଜର ବିବାହ ହେବ ତାହା ପୂର୍ବରୁ ଲୋକଙ୍କୁ ଏ ସମ୍ପର୍କରେ ସୂଚନା ଦିଆଯିବ । ନୀରଜ କେବେ ଓ କାହାକୁ ବିବାହ କରିବ ସେ ସମ୍ପର୍କରେ ଦେଶବାସୀ ନିହାତି ଜାଣିବେ।
ଅପରପକ୍ଷେ, ଏନେଇ ମନୁ ଭାକରଙ୍କ ପିତା ରାମ କିଶନ ଭାକର କହିଛନ୍ତି, ଏବେ ମୋ’ ଝିଅର ବିବାହ ବୟସ ହୋଇ ନାହିଁ। ସମସ୍ତ ଖେଳାଳୀ ଆମ ପୁଅଝିଅ ପରି। ତେଣୁ ଜଣେ ମା’ ନିଜ ପୁଅ ସହ କଥା ହେବାରେ କିଛି ଅସୁବିଧା ନାହିଁ। ମିଡିଆରେ ଏହାକୁ ଭୁଲ୍ ଭାବେ ଚିତ୍ରଣ କରାଯାଉଛି।
ସୂଚନାଯୋଗ୍ୟ, ଭାରତର ଡବଲ ଅଲିମ୍ପିକ୍ସ ପଦକ ବିଜେତା ନୀରଜ ଚୋପ୍ରାଙ୍କ ଘର ବାହୁଡ଼ା ବିଳମ୍ବ ହୋଇଛି। ପ୍ୟାରିସ ଅଲିମ୍ପିକ୍ସରୁ ନୀରଜ ଭାରତ ଆସିବା ପରିବର୍ତ୍ତେ ଜର୍ମାନୀ ଚାଲି ଯାଇଛନ୍ତି। ଦୀର୍ଘଦିନ ଧରି ଜଙ୍ଘରେ ଆହତ ଜନିତ ସମସ୍ୟା ଦେଇ ଗତି କରୁଥିବା ନୀରଜ ଜର୍ମାନୀରେ ଡାକ୍ତରଙ୍କ ପରାମର୍ଶ ଯାଇଛନ୍ତି। ଜର୍ମାନୀରେ ନୀରଜ ପ୍ରାୟ ଏକମାସ ଧରି ରହିବେ। ନିଜର ଆହତ ସମସ୍ୟା କେତେ ଗୁରୁତର ତା’ର ଯାଞ୍ଚ କରିବେ। ନୀରଜ ବେଶ କିଛି ଦିନ ହାର୍ନିଆ ସହ ସଂଘର୍ଷ କରୁଛନ୍ତି। ଏଥିପାଇଁ ସେ ଜଙ୍ଘରେ ମଧ୍ୟ ସମସ୍ୟା ଅନୁଭବ କରୁଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us