Advertisment

ନୀରଜଙ୍କୁ କଡ଼ା ଟକ୍କର ଦେଲେ ଓଡ଼ିଆ ପୁଅ କିଶୋର ଜେନା, ଭାରତକୁ ସ୍ୱର୍ଣ୍ଣ ଓ ରୌପ୍ୟ

ଭାରତର ସୁନା ପୁଅ ନୀରଜ ଚୋପ୍ରାଙ୍କୁ ଆଜି କିଶୋର କଡ଼ା ଟକ୍କର ଦେଇଥିଲେ। ଏକଦା ସେ ନରୀଜଙ୍କୁ ପଛରେ ପକାଇ ୧ନଂ ସ୍ଥାନକୁ ଚାଲି ଯାଇଥିଲେ।

ଅଦ୍ୟତନ ହୋଇଛି
Asian Games

Asian Games

Advertisment

ଚାଇନାରେ ଚମକିଛନ୍ତି ଓଡ଼ିଆ ପୁଅ କିଶୋର ଜେନା। ସେ ସମସ୍ତଙ୍କୁ ଜଳକା କରି ପୁରୁଷ ଜାଭେଲିନରେ ଜିତିଛନ୍ତି ରୌପ୍ୟ ପଦକ। ସେ ସ୍ୱର୍ଣ୍ଣରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ହେଁ ନିଜ ଜାଭେଲିନ କ୍ୟାରିୟରର ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି। ଏସିଆନ ଗେମ୍ସରେ ସେ କ୍ୟାରିୟର ବେଷ୍ଟ ଥ୍ରୋ ୮୭.୫୪ ମିଟର ଦୂରତାକୁ ଜାଭେଲିନ ‍ଫିଙ୍ଗିଛନ୍ତି। 

Advertisment

ଭାରତର ସୁନା ପୁଅ ନୀରଜ ଚୋପ୍ରାଙ୍କୁ ଆଜି କିଶୋର କଡ଼ା ଟକ୍କର ଦେଇଥିଲେ। ଏକଦା ସେ ନରୀଜଙ୍କୁ ପଛରେ ପକାଇ ୧ନଂ ସ୍ଥାନକୁ ଚାଲି ଯାଇଥିଲେ। କିନ୍ତୁ ୪ର୍ଥ ପ୍ରୟାସରେ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ଜିତିଥିବା ନୀରଜ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ। ସେ ୮୮.୮୮ ମିଟର ଦୂରତାକୁ ଜାଭେଲିନ ଫିଙ୍ଗି ପୁଣିଥରେ ଏସିଆନ ଗେମ୍ସରେ ସ୍ୱର୍ଣ୍ଣ ପଦକ ଏକ ପ୍ରକାରର ନିଶ୍ଚିତ କରିଥିଲେ। ଭାରତକୁ ପୁରୁଷ ଜାଭେଲିନରେ ଥ୍ରୋରେ ଉଭୟ ସୁନା ଓ ରୁପା ପଦକ ମିଳିଛି।  

ପୂରା ଦେଶ ନୀରଜଙ୍କ ଠାରୁ ଏସିଆନ ଗେମ୍ସରେ ସ୍ୱର୍ଣ୍ଣ ପଦକ ଅପେକ୍ଷାରେ ଥିଲା। କିନ୍ତୁ ପୁରୀ ଜିଲ୍ଲାର କିଶୋର ଜେନା ତୃତୀୟ ପ୍ରାୟସରେ ସବୁ କିଛି ଓଲଟପାଲଟ କରି ଦେଇଥିଲେ। ସେ ୮୬.୭୭ ମିଟର ଦୂରତାକୁ ଜାଭେଲିନ ଫିଙ୍ଗି  ନୀରଜ ଚୋପ୍ରାଙ୍କୁ ଦ୍ୱିତୀୟ ସ୍ଥାନକୁ ଠେଲି ଦେଇଥିଲେ।

Advertisment

ନୀରଜଙ୍କ ତୃତୀୟ ଥ୍ରୋ ଫାଉଲ ହୋଇଥିଲା। ତେବେ ୪ର୍ଥ  ଥ୍ରୋରେ ନୀରଜ ସବୁ ବଳ ଲଗାଇ ୮୮.୮୮ ମିଟର ଦୂରତାକୁ ଜାଭେଲିନ ଫିଙ୍ଗି ଥିଲେ ଓ କିଶୋରଙ୍କୁ ଦ୍ୱିତୀୟକୁ ଠେଲି ଦେଇଥିଲେ। 

କିଶୋର ତାଙ୍କ ୪ର୍ଥ ପ୍ରୟାସରେ କ୍ୟାରିୟରର ବେଷ୍ଟ ଥ୍ରୋ ୮୭.୫୪ ମିଟର ଦୂରତାକୁ ଜାଭେଲିନ ଫିଙ୍ଗିଥିଲେ। କିନ୍ତୁ ନୀରଜଙ୍କୁ ଅତିକ୍ରମ କରିବା ତାଙ୍କ ପକ୍ଷରେ ସମ୍ଭବ ହୋଇ ନଥିଲା। କିଶୋର ନିଜର ପ୍ରଦର୍ଶନ ମାଧ୍ୟମରେ ସମସ୍ତଙ୍କ ହୃଦୟ ଜିତିବାକୁ ସକ୍ଷମ ହୋଇଛନ୍ତି। କିଶୋରଙ୍କ ୫ମ ଓ ୬ଷ୍ଠ ପ୍ରୟାସ ଫାଉଲ ହୋଇଥିଲା। ତଥାପି କିଶୋର ୨୦୨୪ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। 

କିଶୋର ରାଜ୍ୟର ପ୍ରଥମ ଆଥଲେଟ ଭାବେ ଏହାପୂର୍ବରୂ ବିଶ୍ୱ ଆଥ୍‌ଲେଟିକ୍ସ ଚାମ୍ପିୟନଶିପରେ ଭାଗ ନେଇଥିଲେ। ସେ ଫାଇନାଲ ରାଉଣ୍ଡକୁ ଉନ୍ନୀତ ହୋଇଥିଲେ। ସେଠାରେ ସେ ପଦକ ଜିତି ପାରି ନଥିଲେ ମଧ୍ୟ କାହାକୁ ନିରାଶ କରି ନଥିଲେ। ତାଙ୍କ ପ୍ରଦର୍ଶନ ବେଶ୍‌ ଭଲ ଥିଲା। ସେ ୮୪.୭୭ ମିଟର ଜାଭେଲିନ ପିଙ୍ଗି ୫ମ ସ୍ଥାନରେ ରହିଥିଲେ। ଏହା କିଶୋର ଜେନାଙ୍କର ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ଥିଲା।  ଏବେ ସେ ଏସିଆନ ଗେମ୍ସରେ ନିଜର ଦମ ଦେଖାଇ ୮୭.୫୪ ମିଟର ଦୂରତାକୁ ଜାଭେଲିନ ଫିଙ୍ଗି ରୌପ୍ୟ ପଦକ ଜିତିଛନ୍ତି।

ଆଜି ନୀରଜ ଚୋପ୍ରା ପ୍ରଥମେ ଜାଭେଲିନ ୮୭ ମିଟର ଦୂରତାକୁ ମାରିଥିଲେ ମଧ୍ୟ ଟେକ୍ନିକାଲ ତ୍ରୁଟି କାରଣରୁ ଏହାକୁ ଗଣତି କରାଯାଇ ନଥିଲା। ତେଣୁ ସେ ପୁଣି ଆରମ୍ଭରୁ ଥ୍ରୋ ମାରିଥିଲେ। ପ୍ରଥମ ପ୍ରାୟସରେ ସେ ମାତ୍ର ୮୨.୩୮ ମିଟର ଦୂରତାକୁ ଜାଭେଲିନ ଫିଙ୍ଗି ଥିଲେ। ବ୍ୟକ୍ତିଗତ ସ୍ତରରେ ଏହା ତାଙ୍କର ଦୁର୍ବଳ ପ୍ରଦର୍ଶନ ଥିଲା। ତଥାପି ତାଙ୍କ ଠାରୁ ଅଧିକ ଦୂରକୁ ଆଉ କେହି ପ୍ରଥମ ପ୍ରୟାସରେ ଜାଭେଲିନ ଫିଙ୍ଗି ପାରି ନଥିଲେ। ତାଙ୍କୁ ଓଡ଼ିଶାର କିଶୋର ଜେନା ହିଁ ଟକ୍କର ଦେଇଥିଲେ। କିଶୋର ତାଙ୍କର ପ୍ରଥମ ପ୍ରୟାସରେ ୮୧.୨୬ ଦୂରତାକୁ ଜାଭେଲିନ ଫିଙ୍ଗି ଥିଲେ।

ଦ୍ୱିତୀୟ ପ୍ରୟାସରେ ନୀରଜ ୮୪.୪୯ ମିଟର ଦୂରତାକୁ ଜାଭେଲିନ ଫିଙ୍ଗି ଥିଲେ। ତେବେ କିଶୋରଙ୍କ ଦ୍ୱିତୀୟ ପ୍ରୟାସକୁ ନେଇ ବେଶ ବିବାଦ ଦେଖାଯାଇଥିଲା। ସେ ଜାଭେଲିନ ଠିକ ଭାବେ ଫିଙ୍ଗିଥିଲେ ମଧ୍ୟ ଲାଇନ ଅମ୍ପାୟାର ଏହାକୁ ଫାଉଲ ଘୋଷଣା କରିଥିଲେ। କିନ୍ତୁ କିଶୋରଙ୍କ ପାଇଁ ନୀରଜ ଚୋପ୍ରା ଲଢ଼େଇ କରିଥିଲେ। ଶେଷରେ ଭିଡିଓ ଫୁଟେଜର ସମୀକ୍ଷା କରାଯାଇଥିଲା। ଏହାପରେ କିଶୋରଙ୍କ ଦ୍ୱିତୀୟ ଥ୍ରୋକୁ ବୈଧ ଘୋଷଣା କରାଯାଇଥିଲା। ଏହି ପ୍ରାୟସରେ ସେ ୭୯.୭୬ ମିଟର ଦୂରତାକୁ ଜାଭେଲିନ ଫିଙ୍ଗି ଥିଲେ।

Neeraj Chopra • KISHORE JENA Asian Games Asian Games Update 19th Asian Games
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe