Advertisment

ପୁଣି ଚମକିଲେ ନୀରଜ, ଭାରତ ପାଇଁ ଆଣିଲେ ସ୍ୱର୍ଣ୍ଣ

ଫିନଲ୍ୟାଣ୍ଡର ଟୁର୍କୁରେ ମଙ୍ଗଳବାର ଖେଳାଯାଇଥିବା ପାଭୋ ନୁର୍ମି କ୍ରୀଡ଼ାରେ ନୀରଜ ସ୍ୱର୍ଣ୍ଣ ପଦକ ଜିତିଛନ୍ତି।

ଅଦ୍ୟତନ ହୋଇଛି
Neeraj-Chopra

Neeraj-Chopra

Advertisment

ପୁଣି ଚମକିଲେ ସୁନା ପୁଅ ନୀରଜ ଚୋପ୍ରା। ଭାରତ ପାଇଁ ଆଣିଲେ ପୁଣି ଥରେ ସ୍ୱର୍ଣ୍ଣ। ଫିନଲ୍ୟାଣ୍ଡର ଟୁର୍କୁରେ ମଙ୍ଗଳବାର ଖେଳାଯାଇଥିବା ପାଭୋ ନୁର୍ମି କ୍ରୀଡ଼ାରେ ନୀରଜ ସ୍ୱର୍ଣ୍ଣ ପଦକ ଜିତି ପ୍ୟାରିସ୍ ଅଲିମ୍ପିକ୍ସ ପୂର୍ବରୁ ନିଜ ଆତ୍ମବିଶ୍ୱାସ ବଢ଼ାଇଛନ୍ତି।

Advertisment

ଅଲିମ୍ପିକ ତଥା ବିଶ୍ୱବିଜେତା ଜାଭଲିନ୍‌ ତାରକା ୨୬ ବର୍ଷୀୟ ନୀରଜ ଏକ ମାତ୍ର ଭାରତୀୟ ଭାବେ ଏହି ପ୍ରତିଯୋଗିତାରେ ଭାଗ ନେଇଥିଲେ। ତୃତୀୟ ପ୍ରୟାସରେ ୮୫.୯୭ ମିଟର୍ ଯାଏଁ ଜାଭଲିନ୍‌ ଥ୍ରୋ କରିଥିଲେ। ଏହା ତାଙ୍କୁ ଶୀର୍ଷରେ ରଖିଥିଲା।

ସେହିପରି ଫିନ୍‌ଲ୍ୟାଣ୍ଡର ଟୋନି କିରାନେନ୍ ୮୪.୧୯ ମିଟର୍ ଜାଭଲିନ୍‌ ଫିଙ୍ଗି ରୌପ୍ୟ ପଦକ ଜିତିଥିବାବେଳେ ତାଙ୍କ ଦେଶର ପ୍ରତିଦ୍ୱନ୍ଦ୍ୱି ତଥା ଗତ ବର୍ଷର ବିଜେତା ଓଲିଭର୍ ହେଲାଣ୍ଡର୍‌ ୮୩.୯୬ ମିନିଟ୍‌ ଜାଭଲିନ୍‌ ଥ୍ରୋ କରି ତୃତୀୟ ସ୍ଥାନରେ ରହିଛନ୍ତି।

Advertisment

ଭାରତୀୟ ଖେଳାଳି ନୀରଜ ଚୋପ୍ରା ୨୦୨୨ ମସିହାରେ ଜାଭେଲିନ୍ ୮୯.୩୦ ମିଟର ଫିଙ୍ଗି ରୌପ୍ୟ ପଦକ ଜିତିଥିଲେ। ଏହା ତାଙ୍କର ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ଥିଲା। ସେହି ବର୍ଷ ଡାଇମଣ୍ଡ ଲିଗର ଷ୍ଟକହୋମ ପର୍ଯ୍ୟାୟରେ ଜାଭେଲିନ୍ ୮୯.୯୪ ମିଟର ଯାଏ ଫିଙ୍ଗି ରେକର୍ଡ କରିଥିଲେ।

Neeraj Chopra Paavo Nurmi Games Gold Medal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe