ପ୍ୟାରିସ ଅଲିମ୍ପିକ୍ସରେ ଭାରତ ପାଇଁ ପ୍ରଥମ ରୌପ୍ୟ ଜିତିଲେ ନୀରଜ ଚୋପ୍ରା। ଜାଭେଲିନ୍ ଥ୍ରୋ ଇଭେଣ୍ଟରେ ନୀରଜଙ୍କୁ ମିଳିଛି ରୌପ୍ୟ ପଦକ। ଆଉ ଏହି ପଦକ ଜିତି ଦେଶ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି ନୀରଜ ଚୋପ୍ରା। ଦ୍ୱିତୀୟ ଥ୍ରୋରେ ସେ ୮୯.୪୫ ମିଟର ଜାଭଲିନ୍ ଫିଙ୍ଗି ଜିତିଛନ୍ତି ସିଲଭର ମେଡାଲ। ସେହିଭଳି ପାକିସ୍ତାନର ଅର୍ଶଦ୍ ନଦୀମ୍ ଅଲିମ୍ପିକ୍ ରେକର୍ଡ ୯୨.୯୭ ମିଟର ଜାଭଲିନ୍ ଫିଙ୍ଗି ସ୍ୱର୍ଣ୍ଣ ପଦକ ନିଜ ନାଁରେ କରିଛନ୍ତି । ରୌପ୍ୟ ପଦକ ଜିତିବା ପରେ ନୀରଜ ଚୋପ୍ରା କଣ କହିଥିଲେ ଶୁଣନ୍ତୁ ।