ପୁଣି ଗୋଟିଏ ଡାଇମଣ୍ଡ ଲିଗ୍‌ ଟାଇଟଲ ଜିତିଲେ ନୀରଜ ଚୋପ୍ରା

ନୀରଜ ୮୭.୬୬ ମିଟର ଦୂରତାକୁ ଜାଭେଲିନ ଫିଙ୍ଗ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଏଥିସହ ଡାଇମଣ୍ଡ ଲିଗ୍‌ ଫାଇନାଲ୍ସ ପାଇଁ ନିଜର ପଏଣ୍ଟକୁ ଅଧିକ ସୁଦୃଢ଼ କରିଛନ୍ତି। ଆହତ ସମସ୍ୟା ଯୋଗୁ ମାସେ କାଳ ପଡ଼ିଆରୁ ଦୂରରେ ଥିବା ନୀରଜ ଲାଉସେନ ଡାଇମଣ୍ଡକୁ କମବ୍ୟାକ୍‌ କରିଥିଲେ।

Neeraj Chopra

ନୀରଜ ଚୋପ୍ରା

Hemant Lenka
  • Published: Saturday, 01 July 2023
  • Updated: 01 July 2023, 10:01 AM IST

Sports

Latest News

ଅଲିମ୍ପିକ୍ସ ଚାମ୍ପିୟନ ତଥା ଭାରତର ଷ୍ଟାର ଜାଭେଲିନ ଖେଳାଳି ନୀରଜ ଚୋପ୍ରା ପୁଣି ଗୋଟିଏ ଡାଇମଣ୍ତ ଲିଗ୍‌ ଟାଇଟଲ ଜିତିଛନ୍ତି। ସେ ଚଳିତ ସିଜିନରେ କ୍ରମାଗତ ଦ୍ୱିତୀୟ ଥର ପାଇଁ ଏପରି ସଫଳତା ହାସଲ କରିଛନ୍ତି। ପୂର୍ବରୁ ଦୋହାରେ ନିଜର ଚମକ ଦେଖାଇଥିବା ନୀରଜ ଶୁକ୍ରବାର ଲାଉସେନ ଡାଇମଣ୍ଡ ଲିଗ୍‌ରେ ଚାମ୍ପିୟନ ହୋଇଛନ୍ତି।

Also Read

ଏହି ଚାମ୍ପିୟନଶିପ୍‌ର ୫ମ ଉଦ୍ୟମରେ ହିଁ ସେ ନିଜର ଶ୍ରେଷ୍ଠ ଦକ୍ଷତା ପ୍ରଦର୍ଶନ କରି ଚାମ୍ପିୟନ ହୋଇଛନ୍ତି। ନୀରଜ ନିଜର ଅଭିଯାଉ ଫାଉଲରୁ ଆରମ୍ଭ କରିଥିଲେ। ଏହାପରେ ସେ ୮୩.୫୨ ଓ ୮୫.୦୪ ମିଟର ଦୂରତାକୁ ଜାଭେଲିନ ଫିଙ୍ଗି ଥିଲେ। ନୀରଜଙ୍କ ୪ର୍ଥ ଉଦ୍ୟମ ମଧ୍ୟ ଫାଉଲ ହୋଇଥିଲା। ଲାଗୁଥିଲା ଆହତ ସମସ୍ୟାରୁ ଫେରିଥିବାରୁ ସେ ଲୟ ପାଇବାକୁ ସକ୍ଷମ ହେଉ ନାହାନ୍ତି।

କିନ୍ତୁ ୫ମ ଉଦ୍ୟମରେ ସେ ଜବରଦସ୍ତ ପ୍ରଦର୍ଶନ କରିଥିଲେ। ଜାଭେଲିନକୁ ୮୭.୬୬ ମିଟର ଦୂରତାକୁ ଫିଙ୍ଗି ସେ ପ୍ରଥମ ସ୍ଥାନକୁ ନିଶ୍ଚିତ କରିଥିଲେ। ୬ଷ୍ଠ ଉଦ୍ୟମରେ ସେ ୮୪.୧୫ ମିଟର ଦୂରତାକୁ ଜାଭେଲିନ ପକାଇଥିଲେ।

ଜର୍ମାନୀର ଜୁଲିଆନ ୱେବର ୮୭.୦୩ ମିଟର ଦୂରତାକୁ ଜାଭେଲିନ ଫିଙ୍ଗି ଦ୍ୱିତୀୟ ସ୍ଥାନ ଓ ଚେକ ଗଣରାଜ୍ୟର ଜାକୁବ ଭାଡେଜଚ ୮୬.୧୩ ମିଟର ଦୂରତାକୁ ଜାଭେଲିନ ଫିଙ୍ଗି ତୃତୀୟ ସ୍ଥାନରେ ରହିଛନ୍ତି।

ଗତବର୍ଷ ଅଗଷ୍ଟରେ ହୋଇଥିବା ଲାଉସେନ ଡାଇମଣ୍ଡ ଲିଗ୍‌ର ଟାଇଟଲ ମଧ୍ୟ ନୀରଜ ଜିତିଥିଲେ। ଚଳିତ ବର୍ଷ ସେ ପ୍ରଥମେ ଦୋହା ଡାଇମଣ୍ଡ ଲିଗ୍‌ରେ ଚାମ୍ପିୟନ ହୋଇଥିଲେ। ଏହାପରେ ଆହତ ସମସ୍ୟା ଯୋଗୁ ସେ ପଡ଼ିଆରୁ ଦୂରେଇ ରହିଥିଲେ। ଏବେ ସେ କମବ୍ୟାକ୍‌ କରିବା ସହ ଲାଉସେନ ଡାଇମଣ୍ଡ ଲିଗ୍‌ର ଟାଇଟଲ ଜିତିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story