Advertisment

ନିରାଶ କଲେ ନୀରଜ, ହୃଦୟ ଜିତିଲେ ସଚିନ ଯାଦବ

୨୦୧୮ ପରେ କୌଣସି ଜାଭେଲିନ ପ୍ରତିଯୋଗିତାରେ ନୀରଜ ବିନା ମେଡାଲରେ ନିଜର ଅଭିଯାନ ଶେଷ କରିଛନ୍ତି।

Neeraj

Neeraj

Advertisment

ଭାରତର ଷ୍ଟାର ଜାଭେଲିନ ଖେଳାଳି ନୀରଜ ଚୋପ୍ରା ସମସ୍ତଙ୍କୁ ନିରାଶ କରିଛନ୍ତି। ବିଶ୍ୱ ଦୌଡ଼କୁଦ ଚାମ୍ପିୟନଶିପ ୨୦୨୫ ଫାଇନାଲରେ ସେ ବିନା ପଦକରେ ନିଜର ଅଭିଯାନ ଶେଷ କରିଛନ୍ତି। ଜାପାନର ଟୋକିଓରେ ଆୟୋଜିତ ଫାଇନାଲରେ ନୀରଜ ଆରମ୍ଭରୁ ହିଁ ଲୟକୁ ଫେରିବାରେ ସକ୍ଷମ ହୋଇ ନଥିଲେ। ଶେଷରରେ ସେ ୮ମ ସ୍ଥାନରେ ରହି ଚାମ୍ପିୟନଶିପରୁ ବିଦାୟ ନେଇଛନ୍ତି।

Advertisment

ଡିଫେଣ୍ଡି ଚାମ୍ପିୟନ ନରୀଜ କେବଳ ୮୪.୦୩ ମିଟର ଦୂରତାକୁ ଜାଭେଲିନ ଫିଙ୍ଗିବାକୁ ସକ୍ଷମ ହୋଇଥିଲେ। ସେ ୫ଥର ଜାଭେଲିନ ପକାଇଥିଲେ ହେଁ ୮୫ ମିଟର ଦୂରତା ମଧ୍ୟ ଅତିକ୍ରମ କରି ପାରି ନଥିଲେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ୨୦୧୮ ପରେ କୌଣସି ଜାଭେଲିନ ପ୍ରତିଯୋଗିତାରେ ନୀରଜ ବିନା ମେଡାଲରେ ନିଜର ଅଭିଯାନ ଶେଷ କରିଛନ୍ତି। ୨୦୧୮ରୁ ଆଜି ଯାଏ ନୀରଜ ଯେଉଁ ଟୁର୍ଣ୍ଣାମେଣ୍ଟ ଖେଳିଥିଲେ, ସେଥିରେଳ ଅତିକମରେ ବ୍ରୋଞ୍ଜ ମଧ୍ୟ ଜିତିଥିଲେ। ହେଲେ ନୀରଜ ଆଜି ସଂଘର୍ଷ କରିବା ସହ ପଦକ ହାତେଇବାକୁ ସକ୍ଷମ ହୋଇ ନାହାନ୍ତି।

ଚାମ୍ପିୟନଶିପ ଫାଇନାଲରେ ନୀରଜଙ୍କ ଆଉ ଜଣେ ଭାରତୀୟ ସଚିନ ଯାଦବ ମଧ୍ୟ ଭାଗ ନେଇଥିଲେ। ସେ ଆରମ୍ଭରୁ ଦମଦାର ପ୍ରଦର୍ଶନ କରି ଏକଦା ତୃତୀୟ ସ୍ଥାନରେ ପହଞ୍ଚି ଯାଇଥିଲେ। ୫ଟି ଥ୍ରୋ ପରେ ନୀରଜ ଫାଇନାଲ ରାଉଣ୍ଡରୁ ୮ମ ସ୍ଥାନରେ ରହି ବିଦାୟ ନେଇଥିଲେ। କିନ୍ତୁ ୪ର୍ଥ ସ୍ଥାନରେ ଥିବା ୨୫ ବର୍ଷୀୟ ସଚିନ ଭାରତର ମେଡାଲ ଜିତିବା ଆଶା ବଜାୟୀ ରଖିଥିଲେ। ନୀରଜ ବିଦାୟ ନେବାରୁ ସମସ୍ତଙ୍କ ନଜର ସଚିନଙ୍କ ଉପରେ ରହିଥିଲା।

Advertisment

ସେ ନିଜର ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ କରି ୮୬.୨୭ ମିଟର ଦୂରତାକୁ ଜାଭେଲିନ ଫିଙ୍ଗି ସମସ୍ତଙ୍କ ହୃଦୟ ଜିତି ପାରିଛନ୍ତି।  ପଦକ ଜିତି ନଥିଲେ ମଧ୍ୟ ସଚିନ ନିଜର ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ କରି ଭାରତୀୟ ଜାଭେଲିନରେ ନୂଆ ସମ୍ଭାବନା ସୃଷ୍ଟି କରିଛନ୍ତି।

ଅନ୍ୟପକ୍ଷରେ ଚାମ୍ପିୟନଶିପ ଫାଇନାଲରେ ପାକିସ୍ତାନର ଅର୍ଶଦ ନଦୀମ ମଧ୍ୟ ଭାଗ ନେଇଥିଲେ। ଲାଗୁଥିଲା ସେ ନୀରଜ ଓ ସଚିନଙ୍କୁ ଟକ୍କର ଦେବେ। ଅଲିମ୍ପିକ୍ସରେ ନୀରଜଙ୍କୁ ହରାଇ ନଦୀମ ସ୍ୱର୍ଣ୍ଣ ଜିତି ଥିବାରୁ ତାଙ୍କ ଉପରେ ସମସ୍ତଙ୍କ ନଜର ଥିଲା। କିନ୍ତୁ ସେ ୧୦ ନମ୍ବର ସ୍ଥାନରେ ରହିଛନ୍ତି। ନଦୀମ ମାତ୍ର ୮୨.୭୫ ମିଟର ଦୂରତାକୁ ଜାଭେଲିନ ଫିଙ୍ଗିବାକୁ ସକ୍ଷମ ହୋଇଛନ୍ତି।

ଏହି ଲଢ଼େଇରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ଟ୍ରିନାଡର କେଶରୋନ ୱାଲକଟ୍ଟ। ସେ ସିଜିନ ବେଷ୍ଟ ୮୮.୧୬ ମିଟର ଦୂରତାକୁ ଜାଭେଲିନ ଫିଙ୍ଗି ଏପରି ସଫଳତା ପାଇଛନ୍ତି। ୱାଲକଟ୍ଟ ୨୦୧୨ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ଏହା ପରଠାରୁ ସେ ଆଉ ପଦକ ଜିତି ପାରି ନଥିଲେ। ଦୀର୍ଘ ୧୩ ବର୍ଷ ପରେ ସେ ବିଶ୍ୱ ଦୌଡ଼କୁଦ ଚାମ୍ପିୟନଶିପରେ ଚାମ୍ପିୟନ ହୋଇଛନ୍ତି। ଏପରି ସଫଳତା ପରେ କାନ୍ଦି ପକାଇଛନ୍ତି ୩୨ ବର୍ଷୀ ୱାଲକଟ୍ଟ।

୮୭.୩୮ ମିଟର ଥ୍ରୋ ସହ ଗ୍ରେନାଡାର ଆଣ୍ଡରସନ ପିଟର ଦ୍ୱିତୀୟ ସ୍ଥାନ ଓ ଆମେରିକାର କରଟିସ ଥମ୍ପସନ ୮୬.୬୭ ମିଟର ଥ୍ରୋ ସହ ତୃତୀୟ ସ୍ଥାନରେ ରହିଛନ୍ତି।

Neeraj Chopra Javelin Throw
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe