Advertisment

ପ୍ୟାରିସ ଅଲିମ୍ପିକ୍ସ: ନୀରଜ ଚୋପ୍ରା ଜିତିଲେ ରୌପ୍ୟ ପଦକ

ପ୍ୟାରିସ ଅଲିମ୍ପିକ୍ସରେ ଭାରତକୁ ମିଳିଛି ପ୍ରଥମ ରୌପ୍ୟ ପଦକ। ଆଉ ଏହି ପଦକ ଜିତି ଦେଶ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି ନୀରଜ ଚୋପ୍ରା।

author-image
Niharika Rout
ଅଦ୍ୟତନ ହୋଇଛି
Niraj Chopra

Niraj Chopra

ପ୍ୟାରିସ ଅଲିମ୍ପିକ୍ସରେ ଭାରତକୁ ମିଳିଛି ପ୍ରଥମ ରୌପ୍ୟ ପଦକ। ଆଉ ଏହି ପଦକ ଜିତି ଦେଶ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି ନୀରଜ ଚୋପ୍ରା।

Advertisment

ପ୍ୟାରିସ ଅଲିମ୍ପିକ୍ସରେ ଭାରତ ପାଇଁ ପ୍ରଥମ ରୌପ୍ୟ ଜିତିଲେ ନୀରଜ ଚୋପ୍ରା। ଜାଭେଲିନ୍ ଥ୍ରୋ ଇଭେଣ୍ଟରେ ନୀରଜଙ୍କୁ ମିଳିଛି ରୌପ୍ୟ ପଦକ। ଜାତୀୟ ଥ୍ରୋରେ ୮୯.୪୫ ମିଟର ଫୋପାଡି ଜିତିଛନ୍ତି ସିଲଭର ମେଡାଲ।

ନୀରଜଙ୍କ ୬ଟି ଥ୍ରୋ ମଧ୍ୟରୁ ୪ଟି ଫାଉଲ୍ ହୋଇଥିଲା। ତେବେ ଦ୍ୱିତୀୟ ଥ୍ରୋରେ ଶ୍ରେଷ୍ଠ ପ୍ରଦର୍ଶନ ତାଙ୍କୁ ରୌପ୍ୟ ପଦକ ପାଇଁ ଦାବିଦାର କରିଥିଲା। ସେପଟେ ପାକିସ୍ତାନର ଅର୍ସଦ ନଦୀମ୍ ୯୨.୯୭ ମିଟର ଫୋପାଡି ସ୍ୱର୍ଣ୍ଣପଦକ ଜିତିଛନ୍ତି।

Advertisment

ଅଲିମ୍ପିକ୍ ଜାଭଲିନ୍ ଫାଇନାଲ୍ କିନ୍ତୁ ଭାରତ-ପାକିସ୍ତାନ ଲଢ଼େଇ ଭଳି ଦୃଶ୍ୟମାନ ହୋଇଥିଲା। ପାକିସ୍ତାନର ଅର୍ଶଦ ନଦୀମ ଅଲିମ୍ପିକ୍ ରେକର୍ଡ (୯୨.୯୭ ମିଟର) ସହ ସ୍ୱର୍ଣ୍ଣ ପଦକ ଜିତିନେଇଥିଲେ। ପଡ଼ୋଶୀ ପାକିସ୍ତାନର ଏହା ସର୍ବପ୍ରଥମ ଅଲିମ୍ପିକ୍ସ ବ୍ୟକ୍ତିଗତ ସ୍ୱର୍ଣ୍ଣ ପଦକ ହୋଇଛି। ପୂର୍ବରୁ କେବଳ ଦୁଇଟି କାଂସ୍ୟ ଜିତିଥିଲା ପାକିସ୍ତାନ। 

 Arshad Nadeem (centre), Neeraj Chopra and Anderson Peters.ଅଲିମ୍ପିକ୍ ଜାଭଲିନ୍ ଫାଇନାଲ୍‌ ମ୍ୟାଚରେ ସ୍ୱର୍ଣ୍ଣ ପଦକ ଜିତିଥିବା ଅର୍ସଦ ନଦୀମ(ସେଣ୍ଟର), ରୋପ୍ୟ ପଦକ ଜିତିଥିବା ନୀରଜ ଚୋପ୍ରା(ବାମ) ଓ ବ୍ରୋଞ୍ଜ ମେଡାଲ ଜିତିଥିବା ଆଣ୍ଡରସନ୍‌ ପିଟର୍ସ (ଡାହାଣ) ।

ଅଲମ୍ପିକ୍ସରେ ଦେଶ ପାଇଁ ରୌପ୍ୟ ପଦକ ଆଣି ଗର୍ବିତ କରିଥିବା ନୀରଜ ଚୋପ୍ରାଙ୍କ ପ୍ରତି ଛୁଟୁଛି ଶୁଭେଚ୍ଛାର ସୁଅ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୀରଜଙ୍କୁ ଶୁଭେଛା ଜଣାଇଛନ୍ତି। ଭବିଷ୍ୟତ ପିଢି ପାଇଁ ନୀରଜ ଆଦର୍ଶ ହୋଇ ରହିବେ ବୋଲି ମୋଦି କହିଛନ୍ତି।

ଏବେକାର ମେଡାଲକୁ ମିଶାଇ ଚତୁର୍ଥ ଭାରତୀୟ ଭାବେ ବ୍ୟକ୍ତିଗତ ଦୁଇଟି ଅଲିମ୍ପିକ୍ ମେଡାଲ ଜିତିବାରେ ରେକର୍ଡ କରିଛନ୍ତି ନୀରଜ। ଏହାପୂର୍ବରୁ ଟୋକିଓ ଅଲିମ୍ପିକ୍ସରେ ସେ ସ୍ୱର୍ଣ୍ଣପଦକ ଜିତିଥିଲେ ।

 ନୀରଜଙ୍କ ସଫଳତା ପାଇଁ ସାରା ଦେଶରେ ଉତ୍ସବର ମାହୋଲ। ବାଣ ଫୁଟାଇ, ମିଠା ବାଣ୍ଟି ଖୁସି ମନାଯାଉଛି। ନୀରଜଙ୍କ ଗାଁରେ ବି ହୋଇଛି ଜୋରଦାର ସେଲିବ୍ରେସନ। ସୁନା ନହେଲେ ନାହିଁ ରୂପା ବି କମ୍ ନୁହେଁ ବୋଲି କହିଛନ୍ତି ନୀରଜଙ୍କ ବାପା। ସେହିପରି ପୁଅ ପଦକ ଆଣି ସାରା ଦେଶକୁ ଗର୍ବିତ କରିଛି ବୋଲି ନୀରଜଙ୍କ ମା’ କହିଛନ୍ତି।

ପ୍ୟାରିସ ଅଲିମ୍ପିକ୍ସରେ ବର୍ତ୍ତମାନ ସୁଦ୍ଧା  ଭାରତ ୫ଟି ମେଡାଲ ଜିତିସାରିଛି। ଜାଭେଲିନରେ ନୀରଜ ଚୋପ୍ରା ରୌପ୍ୟ ଜିତିଥିବା ବେଳେ ୩ଟି ବ୍ରୋଞ୍ଜ ମେଡାଲ ଆସିଛି ସୁଟିଂରୁ। ଯେଉଁଥିରୁ ଦୁଇଟି ଜିତିଛନ୍ତି ମନୁ ଭାକର। ସୁଟିଂ ମିକ୍ସଡ ଇଭେଣ୍ଟରେ ମନୁଙ୍କ ସହ ସରବଜୋତ୍ ସିଂଙ୍କୁ ମିଳିଛି ବ୍ରୋଞ୍ଜ ପଦକ। ସେହିପରି ହକିରେ ଭାରତୀୟ ଦଳ ସ୍ପେନକୁ ମାତ୍ ଦେଇ ବ୍ରୋଞ୍ଜ ପଦକ ଜିତିଛି।

Olympics Paris Olympics 2024