Advertisment

କରୋନା ଉଜାଡ଼ିଦେଲା ସ୍ୱପ୍ନ, ତାରକା କ୍ରିକେଟରରୁ ଡେଲିଭରୀ ବୟ

ନୂଆଦିଲ୍ଲୀ: କରୋନା ଭାଇରସ୍ ମହାମାରୀ ଲୋକଙ୍କ ଦୈନନ୍ଦିନ ଜୀବନରେ ବହୁତ ପ୍ରଭାବ ପକାଇଛି। ଭ୍ୟାକସିନ୍ ନଆସିବା ଯାଏ ପ୍ରତିଟି ବ୍ୟକ୍ତି ଏହି ମହାମାରୀକୁ ନେଇ ଏବେବି ଚିନ୍ତାରେ ଅଛନ୍ତି। ବିଭିନ୍ନ ଦେଶର ସରକାର ଏହି ମହାମାରୀର ମୁକାବିଲା ପାଇଁ ଲକଡାଉନ୍ ଭଳି ବଡ଼ ପଦକ୍ଷେପ ଉଠାଇଛନ୍ତି, ଯାହାର ପ୍ରଭାବରେ ଅନେକ ଲୋକେ ନିଜର ଚାକିରି ମଧ୍ୟ ହରାଇଛନ୍ତି। ଏବେ କ୍ରିକେଟ୍ ଉପରେ ମଧ୍ୟ ଏହି ମହାମାରୀର ବିପୁଳ ପ୍ରଭାବ ପଡ଼ିଛି। ଅଷ୍ଟ୍ରେଲିଆ, ଇଂଲଣ୍ଡ ଓ ଭାରତ ଭଳି […]

ଅଦ୍ୟତନ ହୋଇଛି
କରୋନା ଉଜାଡ଼ିଦେଲା ସ୍ୱପ୍ନ, ତାରକା କ୍ରିକେଟରରୁ ଡେଲିଭରୀ ବୟ

van

Advertisment

ନୂଆଦିଲ୍ଲୀ: କରୋନା ଭାଇରସ୍ ମହାମାରୀ ଲୋକଙ୍କ ଦୈନନ୍ଦିନ ଜୀବନରେ ବହୁତ ପ୍ରଭାବ ପକାଇଛି। ଭ୍ୟାକସିନ୍ ନଆସିବା ଯାଏ ପ୍ରତିଟି ବ୍ୟକ୍ତି ଏହି ମହାମାରୀକୁ ନେଇ ଏବେବି ଚିନ୍ତାରେ ଅଛନ୍ତି। ବିଭିନ୍ନ ଦେଶର ସରକାର ଏହି ମହାମାରୀର ମୁକାବିଲା ପାଇଁ ଲକଡାଉନ୍ ଭଳି ବଡ଼ ପଦକ୍ଷେପ ଉଠାଇଛନ୍ତି, ଯାହାର ପ୍ରଭାବରେ ଅନେକ ଲୋକେ ନିଜର ଚାକିରି ମଧ୍ୟ ହରାଇଛନ୍ତି। ଏବେ କ୍ରିକେଟ୍ ଉପରେ ମଧ୍ୟ ଏହି ମହାମାରୀର ବିପୁଳ ପ୍ରଭାବ ପଡ଼ିଛି।

Advertisment

ଅଷ୍ଟ୍ରେଲିଆ, ଇଂଲଣ୍ଡ ଓ ଭାରତ ଭଳି ଦେଶର କ୍ରିକେଟରମାନଙ୍କୁ ଏହି ମହାମାରୀ ସମୟରେ ଆର୍ଥିକ ସମସ୍ୟାର ସାମ୍ନା କରିବାକୁ ପଡ଼ିନାହିଁ। ହେଲେ କିଛି ଛୋଟ ଟିମର କ୍ରିକେଟରଙ୍କ ପରିବାର କ୍ରିକେଟରୁ ହେଉଥିବା ଆୟରୁ ହିଁ ଚଳିଥାଏ। ଏବେ ସେହି ଦେଶର ଖେଳାଳିମାନେ କ୍ରିକେଟ୍ ନହେବା କାରଣରୁ ଅନ୍ୟ କାମ କରିବାକୁ ବାଧ୍ୟ ହେଉଛନ୍ତି।

https://twitter.com/paulvanmeekeren/status/1327982251804647427?s=20

ନେଦରଲ୍ୟାଣ୍ଡର ଜଣେ ଖେଳାଳି ଅଛନ୍ତି, ଯିଏ କରୋନା ଯୋଗୁ କ୍ରିକେଟ୍ ଠପ୍ ପଡିଯିବାରୁ ଡେଲିଭରୀ ବୟ ସାଜିବାକୁ ବାଧ୍ୟ ହୋଇଛନ୍ତି। ସେ ହେଉଛନ୍ତି ପଲ୍ ଭାନ୍ ମୀକିରେନ୍, ଯିଏ ବର୍ତ୍ତମାନ 'ଉବେର ଇଟ୍' ନାମକ କମ୍ପାନୀରେ ଡେଲିଭରୀ ବୟ ଭାବେ କାମ କରୁଛନ୍ତି।

Advertisment

ପଲ୍ ଏକ ଭାବବିହ୍ୱଳ ଟୁଇଟ୍ କରି ନିଜର ଏହି ସମସ୍ୟା ଶେଆର୍ କରିଛନ୍ତି। ସେ ଲେଖିଛନ୍ତି, 'ଶୀତରେ ଯେଉଁଠି କ୍ରିକେଟ୍ ଖେଳାଯିବା କଥା, ଆଜି ଏହା ବଦଳରେ ମୁଁ 'ଉବେର ଇଟ୍' ଡେଲିଭରୀ କରୁଛି। ଯେତେବେଳେ ପରିସ୍ଥିତି ଏଭଳି ବଦଳେ, ତାହା ଆମକୁ ବହୁତ ମଜା ଦେଇଥାଏ।

ସୂଚନାଯୋଗ୍ୟ, ନଭେମ୍ବର ୧୪ ତାରିଖରେ ଏମସିଜିରେ ଟି-୨୦ ୱାର୍ଲ୍ଡକପ୍ ଫାଇନାଲ୍ ମ୍ୟାଚ୍ ଖେଳାଯିବାର ଥିଲା। କରୋନା ଭାଇରସ୍ ଯୋଗୁ ଏହି ୱାର୍ଲ୍ଡ କପକୁ ସ୍ଥଗିତ କରାଯାଇଥିଲା। ଯଦି ଏହି ଟୁର୍ଣ୍ଣାମେଣ୍ଟ ସ୍ଥଗିତ ହୋଇନଥାନ୍ତା, ତାହେଲେ ନେଦରଲ୍ୟାଣ୍ଡ୍ ଟିମ୍ ୱାର୍ଲ୍ଡ କପ୍ ଖେଳିଥାନ୍ତା। ପଲ୍ ନେଦରଲ୍ୟାଣ୍ଡ ପକ୍ଷରୁ ୫ ଦିନିକିଆ ଓ ୪୧ ଟି-୨୦ ମ୍ୟାଚ୍ ଖେଳି ଯଥାକ୍ରମେ ୪ ଓ ୪୭ ୱିକେଟ୍ ଅକ୍ତିଆର କରିଛନ୍ତି। ସେ ମଧ୍ୟ କାଉଣ୍ଟି କ୍ରିକେଟରେ ସମରସେଟ୍ ପକ୍ଷରୁ ଖେଳନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe