Advertisment

କୋରିଆକୁ ୫-୧ରେ ହରାଇ ସେମିରେ ନେଦରଲ୍ୟାଣ୍ଡ୍ସ, ଶୁକ୍ରବାର ବେଲଜିୟମକୁ ଭେଟିବ

ସେମି ଫାଇନାଲରେ ଡଚ୍‌ ଟିମ୍‌ର ମୁକାବିଲା ଡିଫେଣ୍ଡିଂ ଚାମ୍ପିୟନ ବେଲଜିୟମ ସହ ହେବ।

author-image
Hemant Lenka
Hockey

Hockey

ଓଡ଼ିଶାରେ ଚାଲିଥିବା ହକି ବିଶ୍ୱକପର ସେମି ଫାଇନାଲ ଲାଇନ ଅପ୍‌ ଚୂଡ଼ାନ୍ତ ହୋଇଛି। ଶେଷ ଦଳ ଭାବେ ଆଜି କଳିଙ୍ଗ ଷ୍ଟାଡିୟମରେ ଏକତରଫା ବିଜୟ ସହ ନେଦରଲ୍ୟାଣ୍ଡ୍ସ ସେମତ ଫାଇନାଲରେ ପ୍ରବେଶ କରିଛି। ଦଳ ଆଜି ଦକ୍ଷିଣ କୋରିଆକୁ ୫-୧ରେ ହରାଇଛି। ସେମି ଫାଇନାଲରେ ଡଚ୍‌ ଟିମ୍‌ର ମୁକାବିଲା ଡିଫେଣ୍ଡିଂ ଚାମ୍ପିୟନ ବେଲଜିୟମ ସହ ହେବ। ସେହିପରି ଦ୍ୱିତୀୟ ସେମିରେ ଅଷ୍ଟ୍ରେଲିଆ ଓ ଜର୍ମାନୀ ମୁହିଁମୁହିଁ ହେବେ। ଜର୍ମାନୀ ଆଜି ଇଂଲଣ୍ଡକୁ ୪-୩ରେ ଶୁଟଆଉଟରେ ହରାଇ ସେମିରେ ପ୍ରବେଶ କରିଥିଲା।

Advertisment

କଳିଙ୍ଗ ଷ୍ଟାଡିୟମରେ ଖେଳାଯାଉଥିବା ନେଦରଲ୍ୟାଣ୍ଡ୍ସ ଓ କୋରିଆ ମୁକାବିଲାର ପ୍ରଥମ କ୍ୱାର୍ଟର ବେଶ ସଂଘର୍ଷପୂର୍ଣ୍ଣ ରହିଥିଲା। ଏହି କ୍ୱାର୍ଟରରେ ଡଚ୍‌ ଟିମ ଦବଦବା ଦେଖାଇଥିଲେ ମଧ୍ୟ କୌଣସି ଗୋଲ ସ୍କୋର କରିବାକୁ ସକ୍ଷମ ହୋଇ ନଥିଲା। ତେବେ ଦ୍ୱିତୀୟ କ୍ୱାର୍ଟରେ ଆଟାକିଂ ଖେଳ ଖେଳି ଡଚ୍‌ ଟିମର ଅଧିନାୟକ ବ୍ରିଙ୍କମାନ କୋରିଆର ଡି’ ମଧ୍ୟରେ ପ୍ରବେଶ କରିଥିଲେ। ଏହାପରେ ସେ କୋଏନ ବିଜେନଙ୍କୁ ପାସ୍‌ ଦେଇଥିଲେ। ସେ ଏହାକୁ ଚମତ୍କାର ଢଙ୍ଗରେ ଏହାକୁ ଗୋଲରେ ପରିଣତ କରି ଦଳକୁ ୧-୦ରେ ଆଗୁଆ କରି ଦେଇଥିଲେ। ହାଫ ଟାଇମ ସୁଦ୍ଧା ଡଚ୍‌ ଟିମ୍‌ ୧-୦ରେ ଆଗୁଆ ରହିଥିଲା।

ତୃତୀୟ କ୍ୱାର୍ଟରରେ ଡଚ୍‌ ଟିମ ଆହୁରି ଆକ୍ରମଣାତ୍ମକ ଖେଳ ଖେଳିଥିଲା। ପ୍ରଥମେ ବିଜେନ ପିସିରୁ ଦଳକୁ ମିଳିଥିବା ରିବାଉଣ୍ଡକୁ ଗୋଲ ପରିଣିତ କରି ଦଳକୁ ୨-୦ରେ ଆଗୁଆ କରି ଦେଇଥିଲେ। ଏହାପରେ ଜିପ ଜାନେସନଙ୍କ ସୁନ୍ଦର ପାସକୁ ଜଷ୍ଟେନ ବ୍ଲକ ଗୋଲରେ ପରିଣତ କରି ଲିଡ୍‌କୁ ୩-୦ କରିଥିଲେ। ବ୍ଲକଙ୍କ ହକି କ୍ୟାରିୟରରେ ଏହା ଡଚ୍‌ ପାଇଁ ଦ୍ୱିତୀୟ ଗୋଲ ଥିଲା। ଦଳ ପାଇଁ ୪ର୍ଥ ଗୋଲ ଷ୍ଟେଇଜନ ଭାନ ହେଇଜନିଙ୍ଗଜେନ ଦେଇଥିଲେ।

Advertisment

ତେବେ କୋରିଆ ୪-୦ରେ ପଛରେ ଥିଲେ ମଧ୍ୟ ୪ର୍ଥ କ୍ୱାର୍ଟରରେ ଆଟାକିଂ ଖେଳ ଦେଖାଇଥିଲା। ଦଳ ପାଇଁ ସେଓ ଇନୱ ଚମତ୍କାର ଫିଲ୍ଡ ଗୋଲ ଦେଇଥିଲେ। ପୂରା ଟୁର୍ଣ୍ଣାମେଣ୍ଟରେ ଏହା ଡଚ୍‌ ଟିମର ପ୍ରଥମ ଗୋଲ ଥିଲା। କାରଣ ଏଯାଏ କୌଣସି ଟିମ ଡଚ୍‌ ବିରୋଧରେ ଗୋଲ କରି ନଥିଲେ। ତେବେ ଏହାର କିଛି ମିନିଟ ପରେ ନେଦରଲ୍ୟାଣ୍ଡ୍ସ ପାଇଁ ଟେଉନ ବେଇନ୍ସ ୫ମ ଗୋଲ କରିଥିଲେ। ଏଥିସହ ନେଦରଲ୍ୟାଣ୍ଡ୍ସ ୫-୧ରେ ମ୍ୟାଚ୍‌ ଜିତି ସେମି ଟିକେଟ ହାତେଇଛି।

ଦଳ ଶୁକ୍ରବାର ସେମିରେ ବେଲଜିୟମକୁ ଭେଟିବ। ୨୦୧୮ ବିଶ୍ୱକପରେ ବେଲଜିୟମ ଫାଇନାଲ ମୁକାବିଲାରେ ନେଦରଲ୍ୟାଣ୍ଡ୍ସକୁ ହରାଇଥିଲା। ତେଣୁ ଏବେ ଡଚ୍‌ ଟିମ ପାଖରେ ଏହାର ପ୍ରତିଶୋଧ ନେବାର ସୁଯୋଗ ରହିଛି।

Hockey Indian Hockey World Cup Hockey Hockey World Cup Odisha Hockey Bhubaneswar Hockey