Advertisment

'ତାଙ୍କୁ ଏତେ ଖୁସି ହେବାର କେବେ ଦେଖିନି'

ନୂଆଦିଲ୍ଲୀ: ଆଡିଲେଡରେ ଲଜ୍ଜାଜନକ ପରାଜୟ ପରେ ପରେ ମେଲବର୍ଣ୍ଣରେ ଧମାକାଦାର କମବ୍ୟାକ୍ କରିଛି ଟିମ୍ ଇଣ୍ଡିଆ। ଆଜିଙ୍କ୍ୟ ରାହାଣେଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ମେଲବର୍ଣ୍ଣରେ ଐତିହାସିକ ବିଜୟ ହାସଲ କରି ଚାରିମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜକୁ ବରାବର କରିନେଇଛି। ପ୍ରଥମ ଟେଷ୍ଟର ୨ୟ ଇନିଂସରେ ମାତ୍ର ୩୬ ରନ୍ କରିବା ପରେ ଭାରତ ୮ ୱିକେଟରେ ପରାସ୍ତ ହୋଇଥିଲା। ତେବେ ୨ୟ ଟେଷ୍ଟରେ ଭାରତ ବଦଲା ଦେବାରେ ସଫଳ ହୋଇଛି ଏବଂ ଏହି ମ୍ୟାଚକୁ ୮ ୱିକେଟରେ […]

ଅଦ୍ୟତନ ହୋଇଛି
'ତାଙ୍କୁ ଏତେ ଖୁସି ହେବାର କେବେ ଦେଖିନି'

ashwin

Advertisment

ନୂଆଦିଲ୍ଲୀ: ଆଡିଲେଡରେ ଲଜ୍ଜାଜନକ ପରାଜୟ ପରେ ପରେ ମେଲବର୍ଣ୍ଣରେ ଧମାକାଦାର କମବ୍ୟାକ୍ କରିଛି ଟିମ୍ ଇଣ୍ଡିଆ। ଆଜିଙ୍କ୍ୟ ରାହାଣେଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ମେଲବର୍ଣ୍ଣରେ ଐତିହାସିକ ବିଜୟ ହାସଲ କରି ଚାରିମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜକୁ ବରାବର କରିନେଇଛି। ପ୍ରଥମ ଟେଷ୍ଟର ୨ୟ ଇନିଂସରେ ମାତ୍ର ୩୬ ରନ୍ କରିବା ପରେ ଭାରତ ୮ ୱିକେଟରେ ପରାସ୍ତ ହୋଇଥିଲା। ତେବେ ୨ୟ ଟେଷ୍ଟରେ ଭାରତ ବଦଲା ଦେବାରେ ସଫଳ ହୋଇଛି ଏବଂ ଏହି ମ୍ୟାଚକୁ ୮ ୱିକେଟରେ ଜିତିନେଇଛି।

Advertisment

ଷ୍ଟାର୍ ଅଫ୍ ସ୍ପିନର୍ ରବିଚନ୍ଦ୍ରନ୍ ଅଶ୍ୱିନ୍ ଭାରତର ଏହି ବିଜୟରେ ପ୍ରମୁଖ ଭୂମିକା ତୁଲାଇଛନ୍ତି। ସେ ମେଲବର୍ଣ୍ଣ ଟେଷ୍ଟରେ ୫ ୱିକେଟ୍ ଅକ୍ତିଆର କରିଛନ୍ତି। ମେଲବର୍ଣ୍ଣରେ ମହାବିଜୟ ପରେ ଅଶ୍ୱିନଙ୍କ ପତ୍ନୀ ପ୍ରୀତି ପ୍ରତିକ୍ରିୟା ରଖିଛନ୍ତି। ବିଜୟ ପରେ ଅଶ୍ୱିନ୍ ସାଥୀ ଖେଳାଳି ରାହାଣେ, ରବୀନ୍ଦ୍ର ଜାଡେଜା, ଉମେଶ ଯାଦବ, ଚେତେଶ୍ୱର ପୂଜାରା ଓ ଯଶପ୍ରୀତ ବୁମ୍ରାଙ୍କ ସହ ନିଜର ଏକ ଫଟୋ ଶେଆର୍ କରି ଟିମକୁ ବିଜୟର ବଧେଇ ଦେଇଛନ୍ତି। ଅଶ୍ୱିନ୍ ମଧ୍ୟ ପ୍ରଥମ ଟେଷ୍ଟରେ ଡେବ୍ୟୁ କରିଥିବା ଶୁବମନ ଗିଲ୍ ଓ ମହମ୍ମଦ ସିରାଜଙ୍କୁ ପ୍ରଶଂସା କରିଛନ୍ତି। ତାଙ୍କର ଏହି ଟୁଇଟକୁ ପତ୍ନୀ ପ୍ରୀତି ରିଟୁଇଟ୍ କରିଛନ୍ତି।

https://twitter.com/prithinarayanan/status/1343866386292953088?s=20

ରିଟୁଇଟ୍ କରି ପ୍ରୀତି ଲେଖିଛନ୍ତି, ଅଶ୍ୱିନ୍ ଭାରତ ପକ୍ଷରୁ ବହୁତ ଟେଷ୍ଟ ଖେଳିଛନ୍ତି। ତେବେ ପ୍ରତିଟି ମ୍ୟାଚ୍ ଏବଂ ବିଶେଷକରି ଭାରତର ବିଜୟ ପରେ ମୁଁ ତାଙ୍କ (ଅଶ୍ୱିନ୍)ଙ୍କ ସହ କଥା ହୋଇଛି। କିନ୍ତୁ ଏହି ୧୦ ବର୍ଷ ଭିତରେ ମୁଁ ତାଙ୍କୁ ଏତେ ଖୁସି, ସନ୍ତୁଷ୍ଟ ଓ ହାଲୁକା ହେବାର କେବେ ଦେଖିନାହିଁ। କ'ଣ ମୁଁ କହିପାରିବି?

Advertisment

ମେଲବର୍ଣ୍ଣ ଟେଷ୍ଟ ଜିତିବା ପରେ ଭାରତ ଜାନୁଆରୀ ୭ ତାରିଖରୁ ସିଡନୀରେ ତୃତୀୟ ଟେଷ୍ଟ ଖେଳିବ। ଏହା ପରେ ସିରିଜର ଚତୁର୍ଥ ତଥା ଅନ୍ତିମ ଟେଷ୍ଟ ଜାନୁଆରୀ ୧୫ରୁ ୧୯ ତାରିଖ ପର୍ଯ୍ୟନ୍ତ ବ୍ରିସବେନରେ ଖେଳାଯିବ। ମେଲବର୍ଣ୍ଣ ବିଜୟ ସତ୍ତ୍ବେ ଦର୍ଶକଙ୍କୁ ତୃତୀୟ ଟେଷ୍ଟରେ ଭାରତୀୟ ଦଳରେ କିଛିଟା ପରିବର୍ତ୍ତନ ଦେଖିବାକୁ ମିଳିପାରେ। ସିଡନୀ ଟେଷ୍ଟରେ ରୋହିତ୍ ଶର୍ମାଙ୍କ ପ୍ରତ୍ୟାବର୍ତ୍ତନ ମଧ୍ୟ ହୋଇପାରେ।

Cricket
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe