Advertisment

ଫିଫା ବିଶ୍ୱକପ ୨୦୨୬: ମେକ୍ସିକୋ ସିଟିରେ ଉଦଘାଟନୀ, ନ୍ୟୁଜର୍ସିରେ ଫାଇନାଲ୍ ଫାଇଟ୍

୨୦୨୬ ଫିଫା ବିଶ୍ୱକପ ପାଇଁ କ୍ରୀଡ଼ାସୂଚୀ ଘୋଷଣା।

author-image
Debibandita Barick
ଅଦ୍ୟତନ ହୋଇଛି
Representative Image

Representative Image

୨୦୨୬ ଫିଫା ବିଶ୍ୱକପ ପାଇଁ କ୍ରୀଡ଼ାସୂଚୀ ଘୋଷଣା। ଏଥର ମେକ୍ସିକୋ ସିଟିରେ ଖେଳାଯିବ ଉଦଘାଟନୀ ମ୍ୟାଚ୍‌। ୨୦୨୬ ଜୁଲାଇ ୧୯ରେ ନ୍ୟୁଜର୍ସିରେ ହେବ ଫାଇନାଲ୍ ଫାଇଟ୍। ଏନେଇ ଫିଫା ଆୟୋଜକଙ୍କ ପକ୍ଷରୁ ଘୋଷଣା କରାଯାଇଛି।

Advertisment

ସୂଚନା ଅନୁସାରେ ୨୦୨୬ ଫିଫା ବିଶ୍ୱକପର ସହଆୟୋଜକ ଆମେରିକା, କାନାଡା, ମେକ୍ସିକୋର ବିଭିନ୍ନ ସହରରେ ଟୁର୍ଣ୍ଣାମେଣ୍ଟ ଖେଳାଯିବ। ମ୍ୟାଚ୍ ପାଇଁ ଏହି ୩ଟି ଦେଶର ୧୬ ସହରକୁ ବଛାଯାଇଛି। ଟୁର୍ଣ୍ଣାମେଣ୍ଟରେ ମୋଟ୍ ୪୮ଟି ଦଳ ଭାଗ ନେବେ ଏବଂ ସେମାନଙ୍କ ମଧ୍ୟରେ ମୋଟ ୧୦୪ଟି ମ୍ୟାଚ୍‌ ଖେଳାଯିବ। 

ଆଟଲାଣ୍ଟା ଏବଂ ଡାଲାସ୍ ସେମିଫାଇନାଲ ଆୟୋଜନ କରିବାକୁ ଥିବାବେଳେ କ୍ୱାର୍ଟର ଫାଇନାଲ ମ୍ୟାଚ୍ ଲସ୍ ଆଞ୍ଜେଲସ୍, କାନସାସ୍ ସିଟି, ମିଆମି ଏବଂ ବୋଷ୍ଟନରେ ଅନୁଷ୍ଠିତ ହେବ। ଜୁନ୍ ୧୧ରେ ମେକ୍ସିକୋ ସିଟିର ଆଇକନିକ୍ ଆଜଟେକା ଷ୍ଟାଡିୟମରେ ଉଦଘାଟନୀ ମ୍ୟାଚ୍ ସହ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବ। ସେହିପରି ୨୦୨୬ ଜୁଲାଇ ୧୯ରେ ନ୍ୟୁୟର୍କର ନ୍ୟୁଜର୍ସିର ମେଟଲାଇଫ୍ ଷ୍ଟାଡିୟମରେ ଫାଇନାଲ୍ ମୁକାବିଲା ହେବ। 

Advertisment

ପ୍ରକାଶ ଥାଉ କି, ପ୍ରତି ଚାରି ବର୍ଷରେ ଥରେ ଫିଫା ଫୁଟବଲ୍ ବିଶ୍ୱକପ୍ ଅନୁଷ୍ଠିତ ହୁଏ। ଶେଷ ଥର ପାଇଁ ୨୦୨୨ରେ ବିଶ୍ୱକପ୍ ଫାଇଟ୍ ହୋଇଥିଲା। ଏଥିରେ ଆର୍ଜେଣ୍ଟିନା ବିଶ୍ୱବିଜୟୀ ହୋଇଥିଲା। ୨୦୨୬ ଫିଫା ଟ୍ରଫି କିଏ ନେଉଛି ତା' ଉପରେ ସାହା ବିଶ୍ୱର ନଜର ରହିବ।  

Fifa World Cup FIFA Mexico City