Advertisment

ପୁଣି ସାନିଆ-ଶୋଏବଙ୍କ ଛାଡପତ୍ର ଚର୍ଚ୍ଚା

ପୁଣି ଥରେ ଚର୍ଚ୍ଚାରେ ଦୁଇ ଷ୍ଟାର୍ କ୍ରୀଡାବିତ ସାନିଆ ମିର୍ଜା ଏବଂ ଶୋଏବ ମଲିକଙ୍କ ବିବାହ ବିଚ୍ଛେଦ ଖବର। ବାୟୋ ବଦଳାଇ ହିଣ୍ଟ୍ସ ଦେଲେ ଶୋଏବ ମଲିକ।

Sania Mirza and Shoaib Malik

Sania Mirza and Shoaib Malik

Advertisment

ପୁଣି ଥରେ ଚର୍ଚ୍ଚାରେ ଦୁଇ ଷ୍ଟାର୍ କ୍ରୀଡାବିତଙ୍କ ବିବାହ ବିଚ୍ଛେଦ ଖବର। ଭାରତୀୟ ଟେନିସ୍ ତାରକା ସାନିଆ ମିର୍ଜା ଏବଂ ପାକିସ୍ତାନୀ କ୍ରିକେଟର ଶୋଏବ ମଲିକଙ୍କ ଛାଡପତ୍ର ହୋଇସାରିଥିବା ନେଇ ପୁଣି ଥରେ ଚର୍ଚ୍ଚା ଜୋର୍ ଧରିଛି। ଏଥର ଶୋଏବ ମଲିକ ନିଜେ ଏହି ଚର୍ଚ୍ଚାକୁ ଖୋରାଗ ଯୋଗାଇଛନ୍ତି। ଇନଷ୍ଟାଗ୍ରାମରେ ବାୟୋ ବଦଳାଇ ଶୋଏବ ଛାଡପତ୍ର ଚର୍ଚ୍ଚାକୁ ସତ ବୋଲି ସଙ୍କେତ ଦେଇଛନ୍ତି।  

Advertisment

ସାନିଆ ମିର୍ଜାଙ୍କ ସ୍ୱାମୀ ଶୋଏବ ମଲିକ ନିକଟରେ ଇନଷ୍ଟାଗ୍ରାମ ବାୟୋ ପରିବର୍ତ୍ତନ କରିଛନ୍ତି। ସେ ପୂର୍ବରୁ ବାୟୋରେ, ନିଜକୁ ଜଣେ "ସୁପରୱମେନ୍ ସାନିଆ ମିର୍ଜାଙ୍କ ସ୍ୱାମୀ" ବୋଲି ଉଲ୍ଲେଖ କରିଥିଲେ। ବର୍ତ୍ତମାନ ବାୟୋରୁ ଏହାକୁ ହଟାଇ ଦେଇଛନ୍ତି। କିଛିଦିନ ହେବ ଗଣମାଧ୍ୟମ ରିପୋର୍ଟରେ ମଧ୍ୟ ଉଭୟଙ୍କ ଛାଡପତ୍ର ହୋଇଯାଇଥିବା ନେଇ ଦାବି କରାଯାଉଥିଲା। ଶୋଏବ ଜଣେ ପାକିସ୍ତାନୀ ଅଭିନେତ୍ରୀ ଆୟେଶା ଉମରଙ୍କ ପ୍ରେମରେ ପଡିଥିବା ଚର୍ଚ୍ଚା ହେଉଥିଲା। ଏପରିକି ଶୋଏବ ଏବଂ ଆୟେଶାଙ୍କ ଫଟୋ ମଧ୍ୟ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହୋଇଥିଲା।

Shoaib Malik Instagram Bioଶୋଏବ ମଲିକଙ୍କ ଇନଷ୍ଟାଗ୍ରାମ ବାୟୋ

ଏହାପରେ ଭାଇରାଲ୍ ଫଟୋ ନେଇ ମୁହଁ ଖୋଲିଥିଲେ ଅଭିନେତ୍ରୀ ଆୟେଶା। ଏହି ଫଟୋଗୁଡିକ ଏକ ବିଜ୍ଞାପନ ସମୟର ବୋଲି ସେ ସ୍ପଷ୍ଟୀକରଣ ଦେଇଥିଲେ। କିନ୍ତୁ ଏନେଇ ଶୋଏବ କୌଣସି ପ୍ରତିକ୍ରିୟା ରଖିନଥିଲେ। ଏପରିକି ଛାଡପତ୍ର ନେଇ ମଧ୍ୟ ଶୋଏବ କିମ୍ବା ସାନିଆ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି। 2010 ରେ ଭାରତ ଏବଂ ପାକିସ୍ତାନର ଷ୍ଟାର୍ କ୍ରୀଡାବିତ ବିବାହ କରିଥିଲେ। କୁହାଯାଏ ଯେ ବିବାହ ପୂର୍ବରୁ ଉଭୟ ପ୍ରାୟ କିଛି ମାସ ପରସ୍ପରକୁ ଡେଟ କରିଥିଲେ। ଅକ୍ଟୋବର 30, 2018 ରେ ପିତା-ମାତା ହୋଇଥିଲେ ଉଭୟ। 2022ରୁ ଉଭୟ ଅଲଗା ରହୁଥିବା ନେଇ ଚର୍ଚ୍ଚା ହେଉଛି। 

Advertisment
Shoaib Malik Sania Mirza Shoaib-Sania Divorce
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe