Advertisment

ଭାରତୀୟ କୁସ୍ତି ମହାସଂଘ ନିଲମ୍ବିତ, ସଞ୍ଜୟ ସିଂହଙ୍କ ପଦ ରଦ୍ଦ

ନୂଆ କୁସ୍ତିଯୋଦ୍ଧା ତଥା ବ୍ରିଜ ଭୂଷଣ ଶରଣ ସିଂହଙ୍କୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଭାରତ ସରକାରଙ୍କ କ୍ରୀଡ଼ା ମନ୍ତ୍ରଣାଳୟ ଏହି ବଡ ନିଷ୍ପତ୍ତି ନେଇଛି।

author-image
Madhupriya Mistry
ଅଦ୍ୟତନ ହୋଇଛି
indian wrestling association suspend

indian wrestling association suspend

ନିଲମ୍ବନ ହେଲା ଭାରତୀୟ କୁସ୍ତି ମହାସଂଘ। କୁସ୍ତି ମହାସଂଘର ନବ ନିର୍ବାଚିତ କାର୍ଯ୍ୟକାରିଣୀଙ୍କୁ ନିଲମ୍ବିତ କଲା କ୍ରୀଡା ମନ୍ତ୍ରଣାଳୟ। ନୂଆ କୁସ୍ତିଯୋଦ୍ଧା ତଥା ବ୍ରିଜ ଭୂଷଣ ଶରଣ ସିଂହଙ୍କୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଭାରତ ସରକାରଙ୍କ କ୍ରୀଡ଼ା ମନ୍ତ୍ରଣାଳୟ ଏହି ବଡ ନିଷ୍ପତ୍ତି ନେଇଛି। WFI ର ନୂତନ ସଂସ୍ଥାକୁ ସରକାର ସ୍ଥଗିତ ରଖିଛନ୍ତି। ଭାରତୀୟ ରେସଲିଂ ଆସୋସିଏସନର ନୂତନ ସଭାପତି ସଞ୍ଜୟ ସିଂହଙ୍କ ପଦକୁ ରଦ୍ଦ କରାଯିବା ସହ ତାଙ୍କ ପୂରା ଦଳକୁ ନିଲମ୍ବିତ କରାଯାଇଛି।

Advertisment

WFI ସଂସ୍ଥା ବିଦ୍ୟମାନ ନିୟମାବଳୀକୁ ସମ୍ପୂର୍ଣ୍ଣ ଅବମାନନା କରିଛି। ଜାତୀୟ ପ୍ରତିଯୋଗିତା ପାଇଁ ଘୋଷଣା ଶୀଘ୍ର ହୋଇଛି ଏବଂ ଉଚିତ ପ୍ରକ୍ରିୟା ପାଳନ କରାଯାଇ ନାହିଁ ବୋଲି କ୍ରୀଡା ମନ୍ତ୍ରଣାଳୟ ସରକାରୀ ଭାବେ ଘୋଷଣା କରିଛି। 

ନବ ନିର୍ବାଚିତ ସଂସ୍ଥାର ସଭାପତି ସଞ୍ଜୟ କୁମାର ସିଂହ ଜୁନିୟର ଜାତୀୟ ପ୍ରତିଯୋଗିତା ଚଳିତ ବର୍ଷ ଶେଷ ହେବା ପୂର୍ବରୁ ଆରମ୍ଭ ହେବ ବୋଲି ଡିସେମ୍ବର ୨୧ରେ ସେ ଘୋଷଣା କରିଥିଲେ। ଏହା ନିୟମ ବିରୁଦ୍ଧ।  ଅତି କମରେ ୧୫ ଦିନିଆ ବିଜ୍ଞପ୍ତି ଆବଶ୍ୟକ, ଯାହା ଦ୍ୱାରା କୁସ୍ତିଯୋଦ୍ଧାମାନେ ପ୍ରସ୍ତୁତ ହୋଇପାରିବେ ବୋଲି କ୍ରୀଡା ମନ୍ତ୍ରାଳୟ ନିଜ ପ୍ରେସ୍‌ ରିଲିଜ୍‌ରେ ଦର୍ଶାଇଛି।

Advertisment

ନୂତନ ଆସୋସିଏସନ ନିୟମ ବିରୋଧରେ ଆଗାମୀ ଟୁର୍ନାମେଣ୍ଟ ଏବଂ କାର୍ଯ୍ୟକ୍ରମ ଘୋଷଣା କରିଛି ବୋଲି କ୍ରୀଡା ମନ୍ତ୍ରାଳୟ ପକ୍ଷରୁ ଜାରି ଆଦେଶରେ କୁହାଯାଇଛି। ଏଥିସହ ବର୍ତ୍ତମାନଠାରୁ କୁସ୍ତି ମହାସଂଘ ଆଗାମୀ କୌଣସି ବି ନିଷ୍ପତ୍ତି ନେଇପାରିବ ନାହିଁ ବୋଲି କ୍ରୀଡାମନ୍ତ୍ରାଳୟ ପକ୍ଷରୁ ଆଦେଶ ଜାରି ହୋଇଛି। ଏହା ସହିତ କ୍ରୀଡ଼ା ମନ୍ତ୍ରଣାଳୟ ରେସଲିଂ ଆସୋସିଏସନର ଆଗାମୀ ସମସ୍ତ କାର୍ଯ୍ୟକ୍ରମକୁ ମଧ୍ୟ ବାତିଲ କରିଦେଇଛି।

ନନ୍ଦିନୀ ନଗର ଗୋଣ୍ଡାରେ ଅଣ୍ଡର -୧୫ ଏବଂ ଅଣ୍ଡର -୨୯ ଜାତୀୟ ଚାମ୍ପିୟନଶିପ ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଏହି ନିଷ୍ପତ୍ତିକୁ ସାକ୍ଷୀ ମଲ୍ଲିକ ସମେତ ଅନେକ ମହିଳା କୁସ୍ତିଯୋଦ୍ଧା ଏହା ଉପରେ ପ୍ରଶ୍ନ ଉଠାଇଥିଲେ। କ୍ରୀଡ଼ା ମନ୍ତ୍ରଣାଳୟ ଏହି ଆଦେଶରେ କହିଛନ୍ତି ଯେ ରେସଲିଂ ଆସୋସିଏସନ ବର୍ତ୍ତମାନଠାରୁ କୌଣସି ନିଷ୍ପତ୍ତି ନେଇପାରିବ ନାହିଁ।

ଅଲିମ୍ପିକ୍ ପଦକ ବିଜେତା ସାକ୍ଷୀ ମଲ୍ଲିଙ୍କ ରେସି୍‌ଲିଂରୁ ସନ୍ୟାଶ ନେବା ପରେ ଏବଂ ବଜରଙ୍ଗ ପୁନିଆ ନିଜ ପଦ୍ମଶ୍ରୀ ପୁରସ୍କାର ପରେ କ୍ରୀଡା ମନ୍ତ୍ରଣାଳୟ ଏହି ବଡ ନିଷ୍ପତ୍ତି ନେଇଛି।

Sanjay Singh Sports Ministry Wrestling Federation