Advertisment

ଦିନିକିଆ ରାଙ୍କିଙ୍ଗ: ୧ନଂ ସ୍ଥାନରୁ ହଟିଲା ନ୍ୟୁଜିଲ୍ୟାଣ୍ଡ, ଉଠିଲା ଟିମ ଇଣ୍ଡିଆ

ଦ୍ୱିତୀୟ ମ୍ୟାଚରେ ପରାସ୍ତ ହୋଇ ଭାରତ ବିପକ୍ଷ ଦିନିକିଆ ସିରିଜ ହାରିଥିବା ନ୍ୟୁଜିଲ୍ୟାଣ୍ଡ ଏବେ ଆଇସିସି ରାଙ୍କିଙ୍ଗରେ ମଧ୍ୟ ତଳକୁ ଖସିଛି।

New Zealand

New Zealand

Advertisment

ଭାରତ ବିପକ୍ଷ ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚ୍‌ରେ ନୈରାଶ୍ୟଜନକ ପ୍ରଦର୍ଶନ ନ୍ୟୁଜିଲ୍ୟାଣ୍ଡକୁ ମହଙ୍ଗା ପଡ଼ିଛି। ଦ୍ୱିତୀୟ ମ୍ୟାଚରେ ପରାସ୍ତ ହୋଇ ଭାରତ ବିପକ୍ଷ ଦିନିକିଆ ସିରିଜ ହାରିଥିବା ନ୍ୟୁଜିଲ୍ୟାଣ୍ଡ ଏବେ ଆଇସିସି ରାଙ୍କିଙ୍ଗରେ ମଧ୍ୟ ତଳକୁ ଖସିଛି। ଭାରତ ବିପକ୍ଷ ଦିନିକିଅର ସିରିଜ୍‌ ପୂର୍ବରୁ କ୍ୱିୱି ଟିମ୍‌ ରାଙ୍କିଙ୍ଗର ୧ନଂ ସ୍ଥାନରେ ଥିଲା।

Advertisment

ହେଲେ ଦ୍ୱିତୀୟ ଦିନିକିଆ ପରେ ଦଳ ୨ନଂ ସ୍ଥାନକୁ ଖସି ଯାଇଛି। ଇଂଲଣ୍ଡ ଏବେ ଦିନିକିଆ ରାଙ୍କିଙ୍ଗର ୧ନଂ ସ୍ଥାନରେ ପହଞ୍ଚି ଯାଇଛି। ଭାରତ ଗୋଟିଏ ସ୍ଥାନ ଉପରକୁ ଉଠି ୩ନଂ ସ୍ଥାନରେ ପହଞ୍ଚି ଯାଇଛି। ଉଭୟ ଇଂଲଣ୍ଡ, ନ୍ୟୁଜିଲ୍ୟାଣ୍ଡ ଓ ଭାରତର ପଏଣ୍ଟ ସଂଖ୍ୟା ୧୧୩ ରହିଛି। ଯଦି ଟିମ ଇଣ୍ଡିଆ ଶେଷ ଦିନିକିଆରେ ନ୍ୟୁଜିଲ୍ୟାଣ୍ଡକୁ ହରାଇ ଦେବ, ତା’ହେଲେ ଦଳ ଆଇସିସି ଦିନିକିଆ ରାଙ୍କିଙ୍ଗର ୧ନଂ ସ୍ଥାନ ଦଖଲ କରିବ।

ଭାରତ ବିପକ୍ଷ ଦିନିକିଆ ସିରିଜ ପୂର୍ବରୁ ନ୍ୟୁଜିଲ୍ୟାଣ୍ଡ ୧୧୫ ପଏଣ୍ଟ ସହ ୧ନଂ, ଇଂଲଣ୍ଡ ୧୧୩ ପଏଣ୍ଟର ସହ ୨ନଂ, ଅଷ୍ଟ୍ରେଲିଆ ୧୧୨ ପଏଣ୍ଟ ସହ ୩ନଂ ଓ ଭାରତ ୧୧୧ ପଏଣ୍ଟ ସହ ୪ନଂ ସ୍ଥାନରେ ଥିଲା।

Advertisment

ହେଲେ କ୍ରମାଗତ ୨ଟି ମ୍ୟାଚ ଭାରତ ଜିତିବାରୁ ୩ନଂ ସ୍ଥାନରେ ପହଞ୍ଚି ଯାଇଛି। ସେହିପରି ନ୍ୟୁଜିଲ୍ୟାଣ୍ଡ ୨ ପଏଣ୍ଟ ହରାଇଛି। ଅଷ୍ଟ୍ରେଲିଆ ଏବେ ୪ନଂ ସ୍ଥାନରେ ଥିବା ବେଳେ ପାକିସ୍ତାନ ୧୦୬ ପଏଣ୍ଟ ସହ ୫ମ ସ୍ଥାନରେ ରହିଛି।

Bcci Indian Cricket Team ICC
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe