Advertisment

ନୀଳମାଧବ ଦେଓ ପାଇବେ କମଳ ଗାଙ୍ଗୁଲି ସ୍ମାରକୀ କ୍ରୀଡ଼ା ପୁରସ୍କାର-୨୦୧୫

ଭୁବନେଶ୍ୱର: ଆଥଲେଟିକ୍ସ କୋଚ୍ ନୀଳ ମାଧବ ଦେଓ ୨୦୧୫ ବର୍ଷ ପାଇଁ କମଳ ଗାଙ୍ଗୁଲି କ୍ରୀଡା ପୁରସ୍କାର ପାଇବେ। ସେ ଶ୍ରାବଣୀ ନନ୍ଦ, ଅମିୟ ମଲ୍ଲିକଙ୍କ ଭଳି ବହୁ ଜାତୀୟ ଓ ଆନ୍ତର୍ଜାତିକ ସ୍ତରର ଆଥଲେଟ୍ ସୃଷ୍ଟି କରିଛନ୍ତି। ସେହିପରି ଅର୍ଜୁନ ପୁରସ୍କାର ବିଜେତା ତଥା ଭାରୋତ୍ତଳନକାରୀ ବିଜୟ ଶତପଥୀଙ୍କୁ ଲାଇଫଟାଇମ ଆଚିଭମେଣ୍ଟ ପୁରସ୍କାର ପ୍ରଦାନ କରାଯିବ। ସହିଦ ସ୍ପୋର୍ଟିଂ କ୍ଲବ୍ ପକ୍ଷରୁ ଏହି ପୁରସ୍କାର ଦିଆଯିବ। ଆଜି ଏକ ସାମ୍ୱାଦିକ ସମ୍ମିଳନୀରେ କ୍ଲବ୍ ପକ୍ଷରୁ ସୂଚନା […]

author-image
Rakesh Mallick
ନୀଳମାଧବ ଦେଓ ପାଇବେ କମଳ ଗାଙ୍ଗୁଲି ସ୍ମାରକୀ କ୍ରୀଡ଼ା ପୁରସ୍କାର-୨୦୧୫

sports

ଭୁବନେଶ୍ୱର: ଆଥଲେଟିକ୍ସ କୋଚ୍ ନୀଳ ମାଧବ ଦେଓ ୨୦୧୫ ବର୍ଷ ପାଇଁ କମଳ ଗାଙ୍ଗୁଲି କ୍ରୀଡା ପୁରସ୍କାର ପାଇବେ। ସେ ଶ୍ରାବଣୀ ନନ୍ଦ, ଅମିୟ ମଲ୍ଲିକଙ୍କ ଭଳି ବହୁ ଜାତୀୟ ଓ ଆନ୍ତର୍ଜାତିକ ସ୍ତରର ଆଥଲେଟ୍ ସୃଷ୍ଟି କରିଛନ୍ତି। ସେହିପରି ଅର୍ଜୁନ ପୁରସ୍କାର ବିଜେତା ତଥା ଭାରୋତ୍ତଳନକାରୀ ବିଜୟ ଶତପଥୀଙ୍କୁ ଲାଇଫଟାଇମ ଆଚିଭମେଣ୍ଟ ପୁରସ୍କାର ପ୍ରଦାନ କରାଯିବ। ସହିଦ ସ୍ପୋର୍ଟିଂ କ୍ଲବ୍ ପକ୍ଷରୁ ଏହି ପୁରସ୍କାର ଦିଆଯିବ। ଆଜି ଏକ ସାମ୍ୱାଦିକ ସମ୍ମିଳନୀରେ କ୍ଲବ୍ ପକ୍ଷରୁ ସୂଚନା ଦିଆଯାଇଛି।

Advertisment