କୋଲକାତା: ଭାରତ ପାକିସ୍ତାନ ମଧ୍ୟରେ ପୁଣି ଥରେ କ୍ରିକେଟ ସମ୍ପର୍କ ଯୋଡ଼ାଯିବାକୁ ଆରମ୍ଭ ହୋଇଛି ଉଦ୍ୟମ। କେନ୍ଦ୍ର ସରକାରଙ୍କଠାରୁ ଅନୁମତି ମିଳିଲେ ପୁଣି ଥରେ ମୁହାମୁହିଁ ହେବେ ଏହି ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦୀ। ଭାରତ ଗସ୍ତରେ ଥିବା ପାକିସ୍ତାନ କ୍ରିକେଟ ବୋର୍ଡ ଅଧ୍ୟକ୍ଷ ସହରିୟାର ଖାନ୍ ଗତକାଲି ସନ୍ଧ୍ୟାରେ ବିସିସିଆଇ ସଭାପତି ଜଗମୋହନ ଡାଲମିଆଙ୍କୁ ଭେଟିବା ପରେ ଏହି ସୂଚନା ଦେଇଛନ୍ତି। ତେବେ ନିରପେକ୍ଷ ସ୍ଥାନ ୟୂଏଇରେ ଏହି ସିରିଜ ହୋଇପାରେ ବୋଲି ଉଭୟ ପକ୍ଷ ସହମତି ହୋଇଛନ୍ତି। ସିରିଜ୍ରେ ୩ଟି ଟେଷ୍ଟ, ୫ଟି ଦିନିକିଆ ଏବଂ ଦୁଇଟି ଟି-ଟ୍ୱଣ୍ଟି ମୁକାବିଲା ହେବ। ଦୁଇ ଦେଶ ମଧ୍ୟରେ ହୋଇଥିବା ବୁଝାମଣା ପତ୍ର ଅନୁସାରେ ଆସନ୍ତ ୮ ବର୍ଷ ମଧ୍ୟରେ ଭାରତ ପାକିସ୍ତାନ ମଧ୍ୟରେ ୫ଟି ସିରିଜ ଖେଳାଯିବ ବୋଲି ପାକିସ୍ତନ କ୍ରିକେଟ ବୋର୍ଡ ଅଧ୍ୟକ୍ଷ ସହରିୟାର ଖାନ୍ ଓ ବିସିସିଆଇ ସଭାପତି ଜଗମୋହନ ଡାଲମିଆ ସୂଚନା ଦେଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ସମଲିଙ୍ଗୀ ବିବାହ: ବଡ଼ ନିଷ୍ପତ୍ତି ନେଲେ ସୁପ୍ରିମକୋର୍ଟ
ପୁନଃ ସମୀକ୍ଷା କରିବାକୁ ହୋଇଥିବା ଏକାଧିକ ଆବେଦନକୁ ମଧ୍ୟ ଆଜି ସର୍ବୋଚ୍ଚ ଅଦାଲତ ଅଗ୍ରାହ୍ୟ କରିଦେଇଛନ୍ତି। ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ଦେବାକୁ ୨୦୨୩ରେ ସର୍ବୋଚ୍ଚ ନ୍ୟାୟଳୟ ସଫା ସଫା ମନା କରିଦେଇଥିଲେ।
National
‘ଆମର ଅଧା କାହାଣୀ’ ଲେଖି ଝୁଲି ପଡ଼ିଲେ ଯୁବକ
୬ ମାସ ତଳେ କୋର୍ଟରେ ବାହା ହୋଇଥିଲେ। ତଥାପି ଝିଅ ଘର ଲୋକ ଶାନ୍ତିରେ ବଞ୍ଚିବାକୁ ଦେଲେନି। ସମୟକ୍ରମେ ଝିଅ ମଧ୍ୟ ବଦଳିଗଲା। ଶେଷରେ କୌଣସି ଉପାୟ ନ ପାଇ ଜଣେ ୨୫ ବର୍ଷୀୟ ଯୁବକ ଜୀବନ ହାରି ଦେଇଛନ୍ତି।
National
ଭୁଶୁଡ଼ିଲା ପ୍ଲାଣ୍ଟର ସିଲୋ: ୪ ଶ୍ରମିକ ମୃତ, ଚାପି ହୋଇ ରହିଛନ୍ତି ଅନେକ
ସିଲୋ ହେଉଛି ଲୁହାରେ ତିଆରି ହୋଇଥିବା ବିରାଟକାୟ ସିଲଣ୍ଡର ଆକୃତିର ଷ୍ଟ୍ରକଚର। ଇଟା ଭାଟିରେ ଲାଗୁଥିବା ଚିମିନି ଭଳି ଏହା ଦେଖିବାକୁ।
Crime
ଅଫିସ ପାର୍କିଂରେ ମହିଳା ସହକର୍ମୀଙ୍କୁ ବୀଭତ୍ସ ହତ୍ୟା: ସମସ୍ତେ ଦେଖିଲେ, କିନ୍ତୁ କିଛି କଲେନି
ଯୁବକ ଜଣଙ୍କ ପାର୍କିଂ ଲଟରେ ମହିଳାଙ୍କୁ ଆକ୍ରମଣ କରୁଥିବା ବେଳେ ସମସ୍ତେ ଏହାକୁ ଦେଖିଥିଲେ। କିନ୍ତୁ କେହି ବି ଯୁବକଙ୍କୁ ଅଟକାଇବାକୁ ଚେଷ୍ଟା ନ କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।
National
ଆପ୍ର ୫୮ରୁ ୩୨ ଓ ବିଜେପିର ୭ରୁ ୪ ବିଧାୟକଙ୍କ ନାଁରେ ରହିଛି ଗୁରୁତର ମାମଲା
ଦଳ ଦୃଷ୍ଟିରୁ ଦେଖିଲେ ଆପର ୫୮ ଜଣ ବିଧାୟକଙ୍କ ପାଖରେ ହାରାହାରି ୧୩.୩୯ କୋଟି ଟଙ୍କାର ସମ୍ପତ୍ତି ରହିଥିବାବେଳେ ବିଜେପିର ୭ ଜଣ ବିଧାୟକଙ୍କ ପାଖରେ ହାରାହାରି ୭ କୋଟି ୪୫ ଲକ୍ଷ ଟଙ୍କାର ସମ୍ପତ୍ତି ରହିଛି।