Advertisment

ନିଷ୍ପତ୍ତି ଅପେକ୍ଷାରେ ଭାରତ-ପାକିସ୍ତାନ ଦ୍ୱିପାକ୍ଷିକ କ୍ରିକେଟ ସିରିଜ୍

କୋଲକାତା: ଭାରତ ପାକିସ୍ତାନ ମଧ୍ୟରେ ପୁଣି ଥରେ କ୍ରିକେଟ ସମ୍ପର୍କ ଯୋଡ଼ାଯିବାକୁ ଆରମ୍ଭ ହୋଇଛି ଉଦ୍ୟମ। କେନ୍ଦ୍ର ସରକାରଙ୍କଠାରୁ ଅନୁମତି ମିଳିଲେ ପୁଣି ଥରେ ମୁହାମୁହିଁ ହେବେ ଏହି ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦୀ। ଭାରତ ଗସ୍ତରେ ଥିବା ପାକିସ୍ତାନ କ୍ରିକେଟ ବୋର୍ଡ ଅଧ୍ୟକ୍ଷ ସହରିୟାର ଖାନ୍ ଗତକାଲି ସନ୍ଧ୍ୟାରେ ବିସିସିଆଇ ସଭାପତି ଜଗମୋହନ ଡାଲମିଆଙ୍କୁ ଭେଟିବା ପରେ ଏହି ସୂଚନା ଦେଇଛନ୍ତି। ତେବେ ନିରପେକ୍ଷ ସ୍ଥାନ ୟୂଏଇରେ ଏହି ସିରିଜ ହୋଇପାରେ ବୋଲି ଉଭୟ ପକ୍ଷ ସହମତି […]

ନିଷ୍ପତ୍ତି ଅପେକ୍ଷାରେ ଭାରତ-ପାକିସ୍ତାନ ଦ୍ୱିପାକ୍ଷିକ କ୍ରିକେଟ ସିରିଜ୍

India-vs-pakistan

Advertisment

କୋଲକାତା: ଭାରତ ପାକିସ୍ତାନ ମଧ୍ୟରେ ପୁଣି ଥରେ କ୍ରିକେଟ ସମ୍ପର୍କ ଯୋଡ଼ାଯିବାକୁ ଆରମ୍ଭ ହୋଇଛି ଉଦ୍ୟମ। କେନ୍ଦ୍ର ସରକାରଙ୍କଠାରୁ ଅନୁମତି ମିଳିଲେ ପୁଣି ଥରେ ମୁହାମୁହିଁ ହେବେ ଏହି ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦୀ। ଭାରତ ଗସ୍ତରେ ଥିବା ପାକିସ୍ତାନ କ୍ରିକେଟ ବୋର୍ଡ ଅଧ୍ୟକ୍ଷ ସହରିୟାର ଖାନ୍ ଗତକାଲି ସନ୍ଧ୍ୟାରେ ବିସିସିଆଇ ସଭାପତି ଜଗମୋହନ ଡାଲମିଆଙ୍କୁ ଭେଟିବା ପରେ ଏହି ସୂଚନା ଦେଇଛନ୍ତି। ତେବେ ନିରପେକ୍ଷ ସ୍ଥାନ ୟୂଏଇରେ ଏହି ସିରିଜ ହୋଇପାରେ ବୋଲି ଉଭୟ ପକ୍ଷ ସହମତି ହୋଇଛନ୍ତି। ସିରିଜ୍ରେ ୩ଟି ଟେଷ୍ଟ, ୫ଟି ଦିନିକିଆ ଏବଂ ଦୁଇଟି ଟି-ଟ୍ୱଣ୍ଟି ମୁକାବିଲା ହେବ।  ଦୁଇ ଦେଶ ମଧ୍ୟରେ ହୋଇଥିବା ବୁଝାମଣା ପତ୍ର ଅନୁସାରେ  ଆସନ୍ତ ୮ ବର୍ଷ ମଧ୍ୟରେ ଭାରତ ପାକିସ୍ତାନ ମଧ୍ୟରେ ୫ଟି ସିରିଜ ଖେଳାଯିବ ବୋଲି ପାକିସ୍ତନ କ୍ରିକେଟ ବୋର୍ଡ ଅଧ୍ୟକ୍ଷ ସହରିୟାର ଖାନ୍ ଓ ବିସିସିଆଇ ସଭାପତି ଜଗମୋହନ ଡାଲମିଆ ସୂଚନା ଦେଇଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe