Advertisment

'ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି'ର ସଦସ୍ୟ ହେଲେ ନୀତା ଅମ୍ବାନୀ

୨୦୧୬ରେ ରିଓ ଡି ଜେନେରିଓ ଅଲିମ୍ପିକ ଗେମ୍ସରେ ପ୍ରଥମ ଥର ପାଇଁ ନୀତା ଅମ୍ବାନୀ ଆଇଓସି ସଦସ୍ୟ ଭାବରେ ନିର୍ବାଚିତ ହୋଇଥିଲେ।

Nita

Nita

Advertisment

ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି ପୁଣି ଥରେ ନୀତା ଅମ୍ବାନୀଙ୍କ ଉପରେ ବିଶ୍ୱାସ ପ୍ରକଟ କରିଛି। ସେ ସର୍ବସମ୍ମତି କ୍ରମେ ଆଇଓସିର ସଦସ୍ୟ ଭାବରେ ନିର୍ବାଚିତ ହୋଇଛନ୍ତି। ଆଇଓସିର ମୋଟ ୯୩ ଜଣ ସଦସ୍ୟ ଭୋଟ ଦେଇଥିଲେ। ସମସ୍ତା ୯୩ ଭୋଟ୍ ନୀତା ଅମ୍ବାନୀଙ୍କ ସପକ୍ଷରେ ରହିଛି। 

Advertisment

୨୦୧୬ରେ ରିଓ ଡି ଜେନେରିଓ ଅଲିମ୍ପିକ ଗେମ୍ସରେ ପ୍ରଥମ ଥର ପାଇଁ ନୀତା ଅମ୍ବାନୀ ଆଇଓସି ସଦସ୍ୟ ଭାବରେ ନିର୍ବାଚିତ ହୋଇଥିଲେ। ସେ ରିଲାଏନ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷା ଅଟନ୍ତି। ଦୁଇ ଦିନ ପରେ ପ୍ୟାରିସରେ ଅଲିମ୍ପିକ୍ସ ଆରମ୍ଭ ହେଉଥିବା ବେଳେ ନୀତା ପୁଣି ଏହାର କମିଟି ସଦସ୍ୟ ଭାବେ ନିର୍ବାଚିତ ହୋଇଛନ୍ତ। 

ପୁନଃ ନିର୍ବାଚିତ ହେବା ନେଇ ​​ନୀତା ଅମ୍ବାନୀ କହିଛନ୍ତି, ‘ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟିର ସଦସ୍ୟ ଭାବରେ ପୁନଃ ନିର୍ବାଚିତ ହୋଇଥିବାରୁ ମୁଁ ଅତ୍ୟନ୍ତ ସମ୍ମାନୀତ ମନେକରୁଛି। ମୁଁ କମିଟିର ସଭାପତି ବାକ ଓ ଆଇଓସିରେ ଥିବା ମୋର ସମସ୍ତ ସହକର୍ମୀଙ୍କୁ ମୋ ଉପରେ ବିଶ୍ୱାସ ଏବଂ ଭରସା ରଖିଥିବାରୁ ଧନ୍ୟବାଦ ଜଣାଉଛି।

Advertisment

ଏହି ପୁନଃ ନିର୍ବାଚନ କେବଳ ମୋ ପାଇଁ ଏକ ବ୍ୟକ୍ତିଗତ ମାଇଲଖୁଣ୍ଟ ନୁହେଁ, ବରଂ ବିଶ୍ୱ କ୍ରୀଡ଼ା କ୍ଷେତ୍ରରେ ଭାରତର ବଢୁଥିବା ପ୍ରଭାବକୁ ମଧ୍ୟ ଦର୍ଶାଉଛି। ମୁଁ ପ୍ରତିଟି ଭାରତୀୟଙ୍କ ସହିତ ଏହି ଖୁସି ଓ ଗର୍ବର ମୁହୂର୍ତ୍ତ ବାଣ୍ଟିବା ସହ ଭାରତ ଓ ସାରା ଦୁନିଆରେ ଅଲିମ୍ପିକ ବିପ୍ଳବକୁ ଆହୁରି ମଜଭୁତ କରିବା ପାଇଁ ତତ୍ପର ରହିଛି। 

ସୂଚନାଯୋଗ୍ୟ ଯେ ନୀତା ଅମ୍ବାନୀଙ୍କ ନେତୃତ୍ୱରେ ଭାରତ ୪୦ ବର୍ଷ ଅପେକ୍ଷା ପରେ ଆଇଓସିର ବାର୍ଷିକ ବୈଠକ ଆୟୋଜନ କରିଥିଲା। ୨୦୨୩ ମସିହାରେ ମୁମ୍ବାଇର ଜିଓ ୱାର୍ଲ୍ଡ ସେଣ୍ଟରରେ ଏହା ସଫଳତାର ସହିତ ଆୟୋଜିତ କରାଯାଇଥିଲା।

ପ୍ରଥମ ଥର ପାଇଁ ନୀତା ଅମ୍ବାନୀଙ୍କ ନେତୃତ୍ୱରେ ଅଲିମ୍ପିକ୍ସରେ ଇଣ୍ଡିଆ ହାଉସ୍ ନିର୍ମାଣ କରାଯାଇଛି । ଯାହା ପ୍ୟାରିସ୍ ଅଲିମ୍ପିକ୍ସରେ ଭାରତୀୟ ଖେଳାଳି, ସମର୍ଥକ ଏବଂ ଦର୍ଶକଙ୍କ ପାଇଁ ଭାରତଠାରୁ ଦୂରରେ ଥିବା ଘର ପରି ହୋଇଛି। 

Paris Olympics 2024 Nita Ambani Paris Olympic Paris Olympics
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe