Advertisment

ପ୍ୟାରିସରେ ଇତିହାସ ରଚିଲେ ନୀତେଶ କୁମାର, ଭାରତ ପାଇଁ ଜିତିଲେ ସ୍ୱର୍ଣ୍ଣ

ସ୍ୱର୍ଣ୍ଣ ପଦକ ଜିତିବା ପାଇଁ ତାଙ୍କୁ ୭୯ ମିନିଟ ଧରି ଲଢ଼େଇ କରିବାକୁ ପଡ଼ିଥିଲା। ଶେଷରେ ସେ ୨-୧ରେ ମ୍ୟାଚ୍‌ ସହ ପାରା ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ଜିତିଛନ୍ତି।

ଅଦ୍ୟତନ ହୋଇଛି
Nitish Kumar

Nitish Kumar

Advertisment

ପ୍ୟାରିସ ପାରା ଅଲିମ୍ପିକ୍ସରେ ଇତିହାସ ରଚିଛନ୍ତି ଭାରତର ନୀତେଶ କୁମାର। ସେ ଆଜି ଦେଶ ପାଇଁ ଜିତିଛନ୍ତି ସ୍ୱର୍ଣ୍ଣ ପଦକ। ଭାରତର ଏହି ଷ୍ଟାର ପାରା ଶଟଲର ପ୍ରଥମଥର ପାଇଁ କୌଣସି ଅଲିମ୍ପିକ୍ସରେ ପଦକ ଜିତିବାକୁ ସକ୍ଷମ ହୋଇଛନ୍ତି।

Advertisment

ଆଜି ସେ ପୁରୁଷ ଏକକ ବ୍ୟାଡମିଣ୍ଟନର ଏସଏଲ ୩ ବର୍ଗରେ ସ୍ୱର୍ଣ୍ଣ ଜିତିଛନ୍ତି। ନୀତେଶ କୁମାର ଗ୍ରେଟ ବ୍ରିଟେନର ଡାନିଏଲ ବେଥଲେଙ୍କ ସହ କଡ଼ା ସଂଘର୍ଷ କରି ଏହି ସଫଳତା ପାଇଛନ୍ତି। ଓଡ଼ିଶାର ପ୍ରମୋଦ ଭଗତଙ୍କୁ ଦେଖି ଏସଏଲ ୩ ବର୍ଗରେ ଖେଳିବା ଆରମ୍ଭ କରିଥିବା ନୀତେଶ କୁମାର ୨୦୧୬ରେ ପ୍ରଥମଥର ପାଇଁ ବ୍ୟାଡମିଣ୍ଟନ କୋର୍ଟକୁ ଓହ୍ଲାଇଥିଲେ। ସେ ସିଙ୍ଗ କୋର୍ଟରେ ଖେଳିବା ସହ ସମସ୍ତଙ୍କୁ ନିଜର ଜଲୱା ଦେଖାଇଥିଲେ। 

ଆଜି ସ୍ୱର୍ଣ୍ଣ ପଦକ ଜିତିବା ପାଇଁ ତାଙ୍କୁ ୭୯ ମିନିଟ ଧରି ଲଢ଼େଇ କରିବାକୁ ପଡ଼ିଥିଲା। ଶେଷରେ ସେ ୨-୧ରେ ମ୍ୟାଚ୍‌ ସହ ପାରା ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ଜିତିଛନ୍ତି। ନୀତେଶ କୁମାର ପ୍ରଥମ ସେଟକୁ ୨୧-୧୨ରେ ଜିତି ନେଇଥିଲେ। ଏହି ସେଟଟି ୩୧ ମିନିଟ ଧରି ଚାଲିଥିଲା।

Advertisment

ଦ୍ୱିତୀୟ ସେଟରେ ଡାନିଏଲ କମବ୍ୟାକ କରି ୧୮-୨୧ରେ ନୀତେଶ ଙ୍କୁ ହରାଇ ଦେଇଥିଲେ। ସ୍ଥିତି ୧-୧ ହୋଇଯିବାରୁ ମ୍ୟାଚ୍‌ ନିର୍ଣ୍ଣାୟକ ସେଟକୁ ଯାଇଥିଲା। ଏହି ସେଟରେ ଡାନିଏଲ ପ୍ରଥମ ହାଫରେ ନୀତେଶ କୁମାରଙ୍କ ଉପରେ ଚାପ ପକାଇ ଥିଲେ। ହେଲେ ମିଡ ଟାଇମ ବ୍ରେକ ପରେ ନୀତେଶ କୁମାର କମବ୍ୟାକ କରିଥିଲେ। ସେ ଏହି ସେଟକୁ ୨୩-୨୧ରେ ଜିତି ସ୍ୱର୍ଣ୍ଣ ପଦକ କବଜା କରିଛନ୍ତି। ତୃତୀୟ ସେଟଟି ୨୩ ମିନିଟ ଧରି ଚାଲିଥିଲା।

ନୀତେଶ କୁମାର ସ୍ୱର୍ଣ୍ଣ ଜିତିବାରୁ ପ୍ୟାରିସ ପାରା ଅଲିମ୍ପିକ୍ସରେ ଭାରତର ପଦକ ସଂଖ୍ୟା ୯କୁ ବୃଦ୍ଧି ପାଇଛି। ସେହିପରି ଚଳିତ ପାରା ଅଲିମ୍ପିକ୍ସରେ ଏହା ଭାରତର ଦ୍ୱିତୀୟ ସ୍ୱର୍ଣ୍ଣ। ନୀତେଶ କୁମାରଙ୍କ ପୂର୍ବରୁ ୧୦ ମିଟର ଏୟାର ରାଇଫଲ(ଏସଏଚ୍‌ ୧)ରେ ଅବନୀ ଲେଖାର ଦେଶ ପାଇଁ ସ୍ୱର୍ଣ୍ଣିମ ସଫଳତା ଆଣିଥିଲେ।

Paris Paralympics Paris Paralympics 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe