Advertisment

ନୀତୀଶ କୁମାର ଓ ରିଙ୍କୁ ସିଂହଙ୍କ ବିସ୍ଫୋରକ ବ୍ୟାଟିଂ: ବାଂଲାଦେଶକୁ ୨୨୨ ରନର ଟାର୍ଗେଟ

ନୀତୀଶ କୁମାରଙ୍କ ୩୪ ବଲରେ ୭୪ ଓ ରିଙ୍କୁ ସିଂହଙ୍କ ୨୯ ବଲରେ ୫୩ ରନ ବଳରେ ଭାରତୀୟ ଟିମ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ ହରାଇ ୨୨୧ ରନ କରିଛି।

Nitish Kumar

Nitish Kumar

Advertisment

ଦୁଇ ଯୁବ ତାରକାଙ୍କ ଦମରେ ବାଂଲାଦେଶକୁ ବିଶାଳ ଟାର୍ଗେଟ ଦେଇଛି ଟିମ ଇଣ୍ଡିଆ। ନୀତୀଶ କୁମାରଙ୍କ ୩୪ ବଲରେ ୭୪ ଓ ରିଙ୍କୁ ସିଂହଙ୍କ ୨୯ ବଲରେ ୫୩ ରନ ବଳରେ ଭାରତୀୟ ଟିମ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ ହରାଇ ୨୨୧ ରନ କରିଛି।

Advertisment

ଫଳରେ ୩ ଟିକିଆ ଟି-୨୦ ସିରିଜରେ ୦-୧ ପଛରେ ଥିବା ବାଂଲାଦେଶକୁ ୨୨୨ ରନର ଟାର୍ଗେଟ ମିଳିଛି। ଭାରତ ପକ୍ଷରୁ ଏହି ଦୁଇ ବ୍ୟାଟରଙ୍କ ବ୍ୟତୀତ ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ପୁଣି ଗୋଟିଏ ମିନି ବିସ୍ଫୋରକ ଇନିଂସ ଖେଳିଛନ୍ତି। ସେ ୧୯ ବଲରେ ୩୨ ରନର ଇନିଂସ ଖେଳିଛନ୍ତି।

ଦିଲ୍ଲୀରେ ଅନୁଷ୍ଠିତ ଦ୍ୱିତୀୟ ଟି-୨୦ରେ ଭାରତର ବିପକ୍ଷରେ ଟସ୍‌ ଜିତି ବାଂଲାଦେଶ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଦ୍ୱିତୀୟ ଓଭରରେ ଭାରତକୁ ପ୍ରଥମ ଝଟକା ଲାଗିଥିଲା। ସଞ୍ଜୁ ସାମସନ ୧୦ ରନ କରି ତସ୍କିନ ଅହମଦଙ୍କ ବଲରେ ଆଉଟ ହୋଇଥିଲେ। ଏହାପରେ ଅଭିଷେକ ଶର୍ମା ୧୫ ରନ କରି ହାସନ ସାକିବଙ୍କ ବଲରେ କ୍ଲିନବୋଲ୍ଡ ହୋଇଯାଇଥିଲେ। ଅଧିନାୟକ ସୂର୍ଯ୍ୟ କୁମାର ଯାଦବ ମଧ୍ୟ କେବଳ ୮ ରନ କରିବାକୁ ସକ୍ଷମ ହୋଇଥିଲେ। ଭାରତ ୪୧ ରନରେ ୩ ୱିକେଟ ହରାଇ ସଙ୍କଟରେ ପଡ଼ିଥିଲା।

Advertisment

ଏତିକି ବେଳେ ରିଙ୍କୁ ଓ ନୀତୀଶ କୁମାର ସ୍ଥିତି ସମ୍ଭାଳିଥିଲେ। ଉଭୟ କେବଳ ୱିକେଟ ବଞ୍ଚାଇ ନଥିଲେ ବରଂ ଦ୍ରୁତଗତିରେ ରନ ସଂଗ୍ରହ କରିଥିଲେ। ବିଶେଷ କରି ନୀତୀଶ କୁମାରଙ୍କ ବ୍ୟାଟରୁ ବଡ଼ ବଡ଼ ଶଟ ଦେଖିବାକୁ ମିଳିଥିଲା। ସେ ମାତ୍ର ୨୭ ବଲରେ ନିଜ ଟି-୨୦ କ୍ୟାରିୟରର ପ୍ରଥମ ଅର୍ଦ୍ଧଶତକ ହାସଲ କରିଥିଲେ।

ଅର୍ଦ୍ଧଶତକ ହାସଲ କରିବା ପରେ ସେ ଗିୟର ବଦଳାଇଥିଲେ। ରିଙ୍କୁ ମଧ୍ୟ ପଛରେ ପଡ଼ି ନଥିଲେ। ଉଭୟ ୪ର୍ଥ ୱିକେଟ ପାଇଁ ୧୦୮ ରନ ଯୋଡ଼ି ଭାରତର ସ୍କୋରକୁ ୧୪୯ରେ ପହଞ୍ଚାଇ ଦେଇଥିଲେ। ଏତିକି ବେଳେ ବଡ଼ ଶଟ ଖେଳିବାକୁ ଯାଇ ନୀତୀଶ କୁମାର ଆଉଟ ହୋଇଯାଇଥିଲେ। ସେ ତାଙ୍କ ୭୪ ରନର ଇନିଂସରେ ୭ଟି ଛକା ଓ ୪ଟି ଚୌକା ମାରିଛନ୍ତି।

ନୀତୀଶ କୁମାରଙ୍କ ପରେ ରିଙ୍କୁ ସିଂହ ଅର୍ଦ୍ଧଶତକ ହାସଲ କରିଥିଲେ। କିନ୍ତୁ ଏହାକୁ ସେ ବଡ଼ ସ୍କୋରରେ ପରିଣତ କରିପାରି ନଥିଲେ। ରିଙ୍କୁ ସିଂହ ୨୯ ବଲରେ ୫୩ ରନ କରି ପ୍ୟାଭିଲିୟନ ଫେରିଥିଲେ। ସେ ତାଙ୍କ ଇନିଂସରେ ୫ଟି ଚୌକା ଓ ୩ଟି ଛକା ମାରିଛନ୍ତି।

ରିୟାନ ପରାଗ ୬ ବଲରେ ୧୫ ଓ ପାଣ୍ଡ୍ୟା ୧୯ ବଲରେ ୩୨ ରନ କରିବାରୁ ଭାରତ ସ୍କୋର ୨୦୦ ପାର ହୋଇଥିଲା। ତେବେ ଶେଷ ଓଭରରେ ଦଳ ପାଣ୍ଡ୍ୟା ବରୁଣ ଚକ୍ରବର୍ତ୍ତୀ ଓ ଅର୍ଶଦୀପ ସିଂହଙ୍କୁ ହରାଇଥିଲା। 

ଅର୍ଶଦୀପ ସିଂହ ଶେଷ ଓଭରର ୪ ବଲରେ ଛକା ମାରି ଦଳୀୟ ସ୍କୋରକୁ ୨୨୦ରେ ପହଞ୍ଚାଇ ଦେଇଥିଲେ। କିନ୍ତୁ ପରବର୍ତ୍ତୀ ବଲରେ ସେ ଆଉଟ ହୋଇଯାଇଥିଲେ। ଶେଷ ବଲରେ ମୟଙ୍କ ଯାଦବ ୧ ରନ କରିବାରୁ ଭାରତର ସ୍କୋର ୨୨୧ରେ ପହଞ୍ଚିଥିଲା।

T20 Match T20 Cricket India Vs Bangladesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe