Advertisment

ବିଶ୍ୱ ବକ୍ସିଂ ଚାମ୍ପିୟନଶିପ୍‌ରେ ଭାରତ ପାଇଁ ସ୍ୱର୍ଣ୍ଣ ଜିତିଲେ ନିତୁ

୪୮ କେଜି ବର୍ଗର ଲଢ଼େଇରେ ନିତୁ ମଙ୍ଗୋଲିଆର ବକ୍ସର ଲୁଟସୈଖାନଙ୍କୁ ୫-୦ରେ ପରାସ୍ତ କରି ବିଜୟ ବାନା ଉଡ଼ାଇଛନ୍ତି।

ଅଦ୍ୟତନ ହୋଇଛି
Nitu

Nitu

Advertisment

ଭାରତ ପାଇଁ ଇତିହାସ ରଚିଛନ୍ତି ୨୨ ବର୍ଷୀୟ ନିତୁ ଘନଘାସ। ସେ ମହିଳା ବିଶ୍ୱ ବକ୍ସିଂ ଚାମ୍ପିୟଶିପରେ ଦେଶ ପାଇଁ ସ୍ୱର୍ଣ୍ଣ ପଦ ଜିତିଛନ୍ତି। ୪୮ କେଜି ବର୍ଗର ଲଢ଼େଇରେ ନିତୁ ମଙ୍ଗୋଲିଆର ବକ୍ସର ଲୁଟସୈଖାନଙ୍କୁ ୫-୦ରେ ପରାସ୍ତ କରି ବିଜୟ ବାନା ଉଡ଼ାଇଛନ୍ତି।

Advertisment

ନୂଆଦିଲ୍ଲୀର ଆଇଜି ଷ୍ଟାଡିୟମର ବକ୍ସିଂ ରିଗିଂରେ ନିତୁ ଲଢ଼େଇ କରୁଥିବା ବେଳେ ପୂରା ଦର୍ଶନ ତାଙ୍କ ସମର୍ଥନ କରିଥିଲେ। ସେ ମଧ୍ୟ କାହାକୁ ନିରାଶ ନକରି ତାଙ୍କ କ୍ୟାରିୟରେ ପ୍ରଥମଥର ପାଇଁ ବିଶ୍ୱ ବକ୍ସିଂ ଚାମ୍ପିୟନଶିପରେ ଚାମ୍ପିୟନ ହୋଇଛନ୍ତି।

ମ୍ୟାଚ୍ ଆରମ୍ଭରୁ ଦୁଇ ଫାଇଟର ଆଟାକିଂ ଖେଳ ଦେଖାଇଥିଲେ। କିନ୍ତୁ ଭାରତର ନିତୁ ସୁଯୋଗ ଦେଖି କାଉଣ୍ଟର ପଞ୍ଚ ମାରିଥିଲେ। ଫଳରେ ସେ ପ୍ରଥମ ରାଉଣ୍ଡକୁ ୫-୦ରେ କବଜା କରିଥିଲେ। ଦ୍ୱିତୀୟ ରାଉଣ୍ଡରେ ମଙ୍ଗୋଲିଆ ବକ୍ସର କିନ୍ତୁ ନିତୁକୁ କଡ଼ା ଚ୍ୟାଲେଞ୍ଜ ଦେଇଥିଲେ। ତଥାପି ନିତକୁ ୩-୨ର ଆଡଭାନଟେଜ ହାସଲ କରିଥିଲେ। ନିର୍ଣ୍ଣାୟକ ରାଉଣ୍ଡରେ ନିତୁ ତାଙ୍କ ଜଲୱା ଦେଖାଇ ମ୍ୟାଚ୍‌ ସହ ସ୍ୱର୍ଣ୍ଣ ପଦକ ନିଜ ନାଁରେ କରିଛନ୍ତି।

Advertisment

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ମଧ୍ୟ ସ୍ୱର୍ଣ୍ଣ ଜିତିଥିବା ନିତୁ ଏବେ ଇତିହାସ ପୃଷ୍ଠାରେ ନିଜ ନାଁ ଲେଖିଛନ୍ତି। ସେ ୬ଷ୍ଠ ଭାରତୀୟ (ଉଭୟ ପୁରୁଷ ଓ ମହିଳା ବର୍ଗ) ଭାବେ ବିଶ୍ୱ ଚାମ୍ପିୟନଶିପରେ ସ୍ୱର୍ଣ୍ଣ ଜିତିବାକୁ ସକ୍ଷମ ହୋଇଛନ୍ତି। ଏହାକୁ ମିଶାଇ ଭାରତ ୧୧ ଥର ମହିଳା ବିଶ୍ୱ ବକ୍ସିଂ ଚାମ୍ପିୟନଶିପ ସ୍ୱର୍ଣ୍ଣ ପଦକ ଜିତି ନେଇଛି। ଏହି ୧୧ଟି ସ୍ୱର୍ଣ୍ଣ ପଦରୁ କିମ୍ବଦନ୍ତୀ ବକ୍ସର ମ୍ୟାରିକମ ୬ଟି ଜିତିଛନ୍ତି।

ସେ ୨୦୦୨, ୨୦୦୫, ୨୦୦୬, ୨୦୦୮,୨୦୧୦ ଓ ୨୦୧୮ ବିଶ୍ୱ ବକ୍ସିଂ ଚାମ୍ପିୟନଶିପରେ ସ୍ୱର୍ଣ୍ଣ ଜିତିଥିଲେ। ତାଙ୍କ ବ୍ୟତୀତ ସରିତା ଦେବୀ(୨୦୦୬), ଜେନୀ ଆରଏଲ( ୨୦୦୬), ଲେଖା କେସି(୨୦୦୬) ଓ ନିଖତ ଜରୀନ(୨୦୨୨) ବିଶ୍ୱ ବକ୍ସିଂ ଚାମ୍ପିୟନଶିପର ବିଭିନ୍ନ ବର୍ଗରେ ସ୍ୱର୍ଣ୍ଣ ଜିତିଛନ୍ତି। ଏବେ ଏହି ତାଲିକାରେ ନିତୁ ଯୋଡ଼ି ହୋଇଯାଇଛନ୍ତି। 

ସ୍ୱର୍ଣ୍ଣ ଜିତିବା ପରେ ନିତୁଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ସେହିପରି ନିତୁ ମଧ୍ୟ କିମ୍ବଦନ୍ତୀ ବକ୍ସର ବିଜେନ୍ଦ୍ର ସିଂହଙ୍କ ସହ ରିଗିଂରୁ ଓହ୍ଲାଇ ଫଟୋ ଉଠାଇଛନ୍ତି। 

Boxing
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe