Advertisment

'ଲମ୍ବା ଚୁଟି ରଖିଥିବା ଧୋନି ଏତେ ସଫଳ ହେବେ ବୋଲି ଭାବିନଥିଲୁ'

ନୂଆଦିଲ୍ଲୀ: ଦୁନିଆର ଅନ୍ୟତମ ସଫଳ କ୍ୟାପଟେନ୍ ହେଉଛନ୍ତି ମହେନ୍ଦ୍ର ସିଂ ଧୋନି, ଯାହାଙ୍କ ନେତୃତ୍ୱରେ ଭାରତ ଟି-୨୦ ୱାର୍ଲ୍ଡ କପ୍, ୨୦୧୧ ଦିନିକିଆ ୱାର୍ଲ୍ଡ କପ୍ ଏବଂ ୨୦୧୩ରେ ଚାମ୍ପିୟନ୍ସ ଟ୍ରଫି ଜିତିଛି। ଏଥିସହ ଧୋନି ଦୁନିଆର ଏକମାତ୍ର କ୍ୟାପଟେନ୍ ଭାବେ ଆଇସିସିର ତିନୋଟି ଯାକ ଇଭେଣ୍ଟ ଜିତିବାର ବିଶ୍ୱ କୀର୍ତ୍ତିମାନ ମଧ୍ୟ କରିଛନ୍ତି। ଚଳିତ ବର୍ଷ ଅଗଷ୍ଟ ୧୫ ତାରିଖରେ କ୍ରିକେଟକୁ ଅଲବିଦା କହିଥିବା ଧୋନି ନିଜ କ୍ୟାରିୟରରେ ଏତେ ଉପଲବ୍ଧି ହାସଲ କରିବେ ବୋଲି […]

author-image
Ranjit Kumar Jena
'ଲମ୍ବା ଚୁଟି ରଖିଥିବା ଧୋନି ଏତେ ସଫଳ ହେବେ ବୋଲି ଭାବିନଥିଲୁ'

DHONI

ନୂଆଦିଲ୍ଲୀ: ଦୁନିଆର ଅନ୍ୟତମ ସଫଳ କ୍ୟାପଟେନ୍ ହେଉଛନ୍ତି ମହେନ୍ଦ୍ର ସିଂ ଧୋନି, ଯାହାଙ୍କ ନେତୃତ୍ୱରେ ଭାରତ ଟି-୨୦ ୱାର୍ଲ୍ଡ କପ୍, ୨୦୧୧ ଦିନିକିଆ ୱାର୍ଲ୍ଡ କପ୍ ଏବଂ ୨୦୧୩ରେ ଚାମ୍ପିୟନ୍ସ ଟ୍ରଫି ଜିତିଛି। ଏଥିସହ ଧୋନି ଦୁନିଆର ଏକମାତ୍ର କ୍ୟାପଟେନ୍ ଭାବେ ଆଇସିସିର ତିନୋଟି ଯାକ ଇଭେଣ୍ଟ ଜିତିବାର ବିଶ୍ୱ କୀର୍ତ୍ତିମାନ ମଧ୍ୟ କରିଛନ୍ତି।

Advertisment

ଚଳିତ ବର୍ଷ ଅଗଷ୍ଟ ୧୫ ତାରିଖରେ କ୍ରିକେଟକୁ ଅଲବିଦା କହିଥିବା ଧୋନି ନିଜ କ୍ୟାରିୟରରେ ଏତେ ଉପଲବ୍ଧି ହାସଲ କରିବେ ବୋଲି କେହି ଭାବିନଥିବେ। ଆଜି ଦିନରେ ଅର୍ଥାତ୍ ଡିସେମ୍ବର ୨୩ ତାରିଖରେ ଧୋନି ବାଂଲାଦେଶ ବିପକ୍ଷ ଦିନିକିଆ ଖେଳି ନିଜର ଅନ୍ତର୍ଜାତୀୟ କ୍ରିକେଟ୍ କ୍ୟାରିୟର ଆରମ୍ଭ କରିଥିଲେ। କିନ୍ତୁ ଧୋନିଙ୍କ ପାଇଁ ଅନ୍ତର୍ଜାତୀୟ ଡେବ୍ୟୁ ନୈରାଶ୍ୟଜନକ ଥିଲା। ନିଜର ପ୍ରଥମ ମ୍ୟାଚରେ ସପ୍ତମ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ଧୋନି ଖାତା ଖୋଲିବା ପୂର୍ବରୁ ରନଆଉଟ୍ ହୋଇଥିଲେ। ସେତେବେଳେ ସମସ୍ତଙ୍କୁ ଲାଗିଥିଲା ଯେ ଲମ୍ବା ଚୁଟି ରଖିଥିବା ଏହି ଖେଳାଳି ବେଶୀ ଦିନ ଧରି ତିଷ୍ଠି ପାରିବେନି। କିନ୍ତୁ ଧୋନିଙ୍କ ଉପରେ ବିଶ୍ୱାସ ଦେଖାଇଥିଲେ ତତ୍କାଳୀନ କ୍ୟାପଟେନ୍ ସୌରଭ ଗାଙ୍ଗୁଲି। ଗାଙ୍ଗୁଲି ହିଁ ଧୋନିଙ୍କୁ ବାରମ୍ବାର ଖେଳିବାକୁ ସୁଯୋଗ ଦେଇଥିଲେ। ଧୋନି ମଧ୍ୟ ଗାଙ୍ଗୁଲିଙ୍କ ଭରସା ଜିତିବା ସହ ଟିମ୍ ଇଣ୍ଡିଆ ପାଇଁ ପ୍ରଚୁର ରନ୍ କରିଥିଲେ।

WATCH: Aakash Chopra Reveals the Reason of MS Dhoni's Long Hair -  EssentiallySports

ନିକଟରେ ଟିମ୍ ଇଣ୍ଡିଆର ପୂର୍ବତନ ଖେଳାଳି ଏବଂ ଅନ୍ୟତମ ସଫଳ ଫିଲ୍ଡର୍ ମହମ୍ମଦ କୈଫ ଧୋନିଙ୍କୁ ନେଇ ବଡ଼ ବୟାନ ଦେଇଛନ୍ତି। କୈଫ୍ କହିଛନ୍ତି, ମୋ ସହ ବୀରେନ୍ଦ୍ର ସେହ୍ୱାଗ, ହରଭଜନ ସିଂହ ଓ ଜାହିର୍ ଖାନ୍ ବି ଭାବିନଥିଲେ ଯେ ଧୋନି ଟିମର ଏତେ ସଫଳ ନେତୃତ୍ୱ ନେବେ। ମୁଁ ଯେତେବେଳେ ଦୁଲୀପ ଟ୍ରଫିରେ ସେଣ୍ଟ୍ରାଲ୍ ଜୋନର କ୍ୟାପଟେନ୍ ଥିଲି, ସେତେବେଳେ ଧୋନିଙ୍କୁ ଦେଖିବାକୁ ପାଇଥିଲି। ଧୋନି ସେତେବେଳେ ଇଷ୍ଟଜୋନ୍ ପକ୍ଷରୁ ଖେଳୁଥିଲେ। ଧୋନି ସେହି ମ୍ୟାଚରେ କ୍ୟାପଟେନ୍ ନୁହେଁ ବରଂ ୱିକେଟକିପର ଭାବେ ଖେଳୁଥିଲେ। ଏହାବ୍ୟତୀତ ସେ ଇଣ୍ଡିଆ-ଏ ଟିମ୍ ସହ ମଧ୍ୟ ଗସ୍ତ କରିଛନ୍ତି।

Advertisment

Norbert Elekes on Twitter:

କୈଫ୍ ଆହୁରି କହିଛନ୍ତି, ଲକ୍ଷ୍ନୌରେ ମୋର ଜଣେ ବନ୍ଧୁ ଥିଲେ, ଯିଏ ମୋତେ ଧୋନିଙ୍କ କଥା କହିଥିଲେ। ମୋ ବନ୍ଧୁ ମୋତେ କହିଥିଲେ ଯେ ଏମିତି ଜଣେ ଖେଳାଳି ଅଛନ୍ତି ଯାହାଙ୍କର ଲମ୍ବା ବାଳ ଅଛି ଏବଂ ସେ ଯେଉଁଭଳି ଛକା ମାରୁଛନ୍ତି, ତାହା ପୂର୍ବରୁ କେବେ ଦେଖିନାହାନ୍ତି। ଆମେ ମଧ୍ୟ ସେତେବେଳେ ଖେଳୁଥିଲୁ। ମୋ ସହ ଜାହିର୍, ହରଭଜନ, ସେହ୍ୱାଗ ଭାବିନଥିଲେ ଯେ ଧୋନି ଏହିଭଳି ଭାବେ ଭାରତୀୟ ଦଳର ନେତୃତ୍ୱ ନେବେ ଏବଂ ଏତେ ସଫଳତା ମଧ୍ୟ ହାସଲ କରିବେ।

ସୂଚନାଯୋଗ୍ୟ, ଯେଉଁ ମ୍ୟାଚରେ ଧୋନି ଡେବ୍ୟୁ କରିଥିଲେ, ସେହି ମୁକାବିଲାରେ କୈଫ୍ ୧୧୧ ବଲରେ ୮୦ ରନର ଇନିଂସ୍ ଖେଳି ଭାରତକୁ  ବିଜୟୀ କରାଇଥିଲେ। ଏହି ଇନିଂସ୍ ପାଇଁ କୈଫଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ କରାଯାଇଥିଲା। କିନ୍ତୁ କୈଫଙ୍କ ତୁଳନାରେ ଧୋନି ଅଧିକ ସଫଳତା ଅର୍ଜନ କରିଛନ୍ତି।

Mohammad Kaif

ଧୋନି ଭାରତ ପକ୍ଷରୁ ୯୦ ଟେଷ୍ଟ, ୩୫୦ ଦିନିକିଆ ଓ ୯୮ ଟି-୨୦ ମ୍ୟାଚ୍ ଖେଳିଛନ୍ତି। ଟେଷ୍ଟ କ୍ରିକେଟରେ ସେ ୪୮୭୬ ରନ୍ କରିଛନ୍ତି, ଯେଉଁଥିରେ ୩୩ ଅର୍ଦ୍ଧଶତକ ଓ ୬ ଶତକ ମାରିଛନ୍ତି। ସେହିପରି ୭୩ ଅର୍ଦ୍ଧଶତକ ଓ ୧୦ ଶତକ ସହ ଧୋନି ଦିନିକିଆରେ ୧୦୭୭୩ ରନ୍ ଏବଂ ଟି-୨୦ରେ ୧୬୧୭ ରନ୍ କରିଛନ୍ତି।