Advertisment

କରୋନା ପାଇଁ ଅଲିମ୍ପିକ୍ସ ସ୍ଥଗିତ ରହିବ କି?

ଟୋକିଓ: ସାରା ବିଶ୍ୱରେ ଭୟ ସୃଷ୍ଟି କରିଥିବା କରୋନା ଭାଇରସ ଯୋଗୁ ଜାପାନର ଟୋକିଓରେ ଅନୁଷ୍ଠିତ ହେବାକୁ ଥିବା ଅଲିମ୍ପିକ୍ସ ଆୟୋଜନକୁ ନେଇ ଅନିଶ୍ଚିତତା ଦେଖାଦେଇଛି। ଅଲିମ୍ପିକ୍ସକୁ ସ୍ଥଗିତ ରଖାଯିବା କି ନାହିଁ, ତା’ ଉପରେ ମଧ୍ୟ ପ୍ରଶ୍ନ ଉଠିଛି। ତେବେ ଅଲିମ୍ପିକ୍ସର ଆୟୋଜନ କରୁଥିବା ଟୋକିଓ ୨୦୨୦ କମିଟି ବଡ଼ ବୟାନ ଦେଇଛି। ବର୍ତ୍ତମାନ ସ୍ଥିତିରେ ଅଲିମ୍ପିକ୍ସ ଆୟୋଜନ ଉପରେ ମତ ଦେବା ଠିକ ହେବ ନାହିଁ ବୋଲି କମିଟି ପକ୍ଷରୁ କୁହାଯାଇଛି। କରୋନା ଭାଇରସ […]

ଅଦ୍ୟତନ ହୋଇଛି
କରୋନା ପାଇଁ ଅଲିମ୍ପିକ୍ସ ସ୍ଥଗିତ ରହିବ କି?

e

Advertisment

ଟୋକିଓ: ସାରା ବିଶ୍ୱରେ ଭୟ ସୃଷ୍ଟି କରିଥିବା କରୋନା ଭାଇରସ ଯୋଗୁ ଜାପାନର ଟୋକିଓରେ ଅନୁଷ୍ଠିତ ହେବାକୁ ଥିବା ଅଲିମ୍ପିକ୍ସ ଆୟୋଜନକୁ ନେଇ ଅନିଶ୍ଚିତତା ଦେଖାଦେଇଛି। ଅଲିମ୍ପିକ୍ସକୁ ସ୍ଥଗିତ ରଖାଯିବା କି ନାହିଁ, ତା’ ଉପରେ ମଧ୍ୟ ପ୍ରଶ୍ନ ଉଠିଛି।

Advertisment

ତେବେ ଅଲିମ୍ପିକ୍ସର ଆୟୋଜନ କରୁଥିବା ଟୋକିଓ ୨୦୨୦ କମିଟି ବଡ଼ ବୟାନ ଦେଇଛି। ବର୍ତ୍ତମାନ ସ୍ଥିତିରେ ଅଲିମ୍ପିକ୍ସ ଆୟୋଜନ ଉପରେ ମତ ଦେବା ଠିକ ହେବ ନାହିଁ ବୋଲି କମିଟି ପକ୍ଷରୁ କୁହାଯାଇଛି।

କରୋନା ଭାଇରସ ଥମିବା ପର୍ଯ୍ୟନ୍ତ ଅଲିମ୍ପିକ୍ସକୁ ସ୍ଥଗିତ ରଖିବା ଦରକାର ବୋଲି ଦାବି କରି ନରୱେର ଅଲିମ୍ପିକ୍ସ କମିଟି ଚିଠି ଲେଖିଥିଲା। ଏହାର ଜବାବରେ କମିଟି ପକ୍ଷରୁ କୁହାଯାଇଛି ଯେ ଅନ୍ତର୍ଜାତୀୟ ଅଲିମ୍ପିକ୍ସ କମିଟି(ଆଇଓସି) ଏହା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନେବ। ଆମେ ଜୁଲାଇରେ ଇଭେଣ୍ଟର ଆୟୋଜନ କରିବା ପାଇଁ ପ୍ରସ୍ତୁତି ଜାରି ରଖିଛୁ।

Advertisment

ଏବେଠାରୁ ଆମେ ଅଲିମ୍ପିକ୍ସ ସ୍ଥଗିତ ରଖିବା ଉପରେ କୌଣସି ନିଷ୍ପତ୍ତି ନେଇପାରିବୁ ନାହିଁ। ଆମକୁ ଆଇଓସି ଏଯାଏ ଇଭେଣ୍ଟ ସ୍ଥଗିତ ରଖିବା ପାଇଁ କୌଣସି ନିର୍ଦ୍ଦେଶ ଦେଇନାହିଁ। ତେଣୁ ପୂର୍ବ କାର୍ଯ୍ୟ ସୂଚୀ ଅନୁସାରେ ଆମେ କାର୍ଯ୍ୟକ୍ରମ ଜାରି ରଖିଛୁ।”

ନରୱେ ପୂର୍ବରୁ କଲୋମ୍ବିଆ ଓ ସ୍ଲୋଭେନିଆ ପକ୍ଷରୁ ମଧ୍ୟ ସମାନ ଦାବି ଉପସ୍ଥାପନ କରାଯାଇଥିଲା। କରୋନାକୁ ଦୃଷ୍ଟିରେ ରଖି ସ୍ପୋର୍ଟସ ଲିଗ ଓ ଅଲିମ୍ପିକ୍ସ ଟ୍ରାଏଲ ଇଭେଣ୍ଟକୁ ସାରା ବିଶ୍ୱରେ ବାତିଲ କରାଯାଇଥିଲା। ତେବେ ଆଇଓସି ପୂର୍ବଭଳି ଜୁଲାଇ ୨୪ରେ ଆରମ୍ଭ ହେବାକୁ ଥିବା ଅଲିମ୍ପିକ୍ସ ଉପରେ ଏଯାଏ କୌଣସି ନିଷ୍ପତ୍ତି ନେଇନାହିଁ। ଅନ୍ୟପକ୍ଷରେ ଅଲିମ୍ପିକ୍ସ ପାଇଁ ଆରମ୍ଭ ହୋଇଥିବା ମଶାଲ ଯାତ୍ରା ଇତି ମଧ୍ୟରେ ଜାପାନରେ ପହଞ୍ଚି ଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe