Advertisment

ପ୍ରଥମଥର ପାଇଁ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ଜିତିଲେ ନୋଭାକ ଜୋକଭିଚ୍‌

୩୭ ବର୍ଷୀୟ ଜୋକଭିଚ୍‌ ଟେନିସ ଇତିହାସର ସବୁଠାରୁ ବୟସ୍କ ଖେଳାଳି ଭାବେ ଅଲିମ୍ପିକ୍ସରେ ଚାମ୍ପିୟନ ହେବାର ରେକର୍ଡ କରିଛନ୍ତି।

author-image
Hemant Lenka
Novak Djokovic

Novak Djokovic

ପ୍ୟାରିସ ଅଲିମ୍ପିକ୍ସରେ ନିଜର ଅଧା ରହି ଯାଇଥିବା ସ୍ୱପ୍ନକୁ ପୂରଣ କରିଛନ୍ତି ଷ୍ଟାର ଟେନିସ ତାରକା ନୋଭାକ ଜୋକଭିଚ୍‌। ସର୍ବିୟାର ଏହି ଟପ୍‌ ସିଡ୍‌ ଖେଳାଳି ପ୍ରଥମଥର ପାଇଁ କୌଣସି ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ଜିତିବାକୁ ସକ୍ଷମ ହୋଇଛନ୍ତି।

Advertisment

ଆଜି ପୁରୁଷ ଏକକ ଟେନିସ ଫାଇନାଲରେ ସେ ସ୍ପେନର କାର୍ଲୋସ ଆଲକରାଜଙ୍କୁ ୭-୬(୭-୩) ଓ ୭-୬(୭-୨)ରେ ହରାଇ ପ୍ୟାରିସ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଏଥିସହ ୩୭ ବର୍ଷୀୟ ଜୋକଭିଚ୍‌ ଟେନିସ ଇତିହାସର ସବୁଠାରୁ ବୟସ୍କ ଖେଳାଳି ଭାବେ ଅଲିମ୍ପିକ୍ସରେ ଚାମ୍ପିୟନ ହେବାର ରେକର୍ଡ କରିଛନ୍ତି। ସ୍ପେନର ତାରକା ତଥା ୱେମ୍ବଲଡନ ଚାମ୍ପିୟନ ଆଲକରାଜଙ୍କ ପାଖରେ ସର୍ବକନିଷ୍ଠ ଖେଳାଳି ଭାବେ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ଜିତିବାର ସୁଯୋଗ ହାତ ଛଡ଼ା କରିଛନ୍ତି। ତାଙ୍କୁ ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। 

ଦୀର୍ଘ ୨ ଘଣ୍ଟା ୫୦ ମିନିଟ ଧରି ଦୁଇ ଖେଳାଳି ପରସ୍ପର ସହ ଲଢ଼େଇ କରିଥିଲେ ହେଁ ଜୋକଭିଚ ଶେଷରେ ବାଜି ମାରି ନେଇଛନ୍ତି। ଉଭୟ ସେଟକୁ ସେ ଟ୍ରାଇ ବ୍ରେକରରେ ଜିତିଛନ୍ତି। ୱେମ୍ବଲଡନ ‍ଫାଇନାଲରେ ଆଲକରାଜ ଦମଦାର ଢଙ୍ଗରେ ଜୋକଭିଚଙ୍କୁ ହରାଇଥିଲେ। ଆଜି ସେ ଏହାର ମଧୁର ପ୍ରତିଶୋଧ ମଧ୍ୟ ନେଇଛନ୍ତି। 

Advertisment

୫ମ ଥର ପାଇଁ ଅଲିମ୍ପିକ୍ସରେ ନଜର ଆସିଥିବା ଜୋକଭିଚ୍‌ ଏଯାଏ କେବଳ ୨୦୦୮ ବେଜିଂ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତି ପାରିଥିଲେ। ୨୦୧୨ ଓ ୨୦୨୧ରେ ସେ ଯଥାକ୍ରମେ ଜୁଆନ ମାର୍ଟିନ ଡେଲ ପୋଟ୍ରୋ ଓ ପାବଲୋ କାରେନଥ ବୁଷ୍ଟାଙ୍କ ଠାରୁ ବ୍ରୋଞ୍ଜ ପଦକ ମ୍ୟାଚରେ ହାରିଥିଲେ। ୨୦୧୬ ରିଓ ଅଲିମ୍ପିକ୍ସରେ ଜୋକଭିଚ୍‌ଙ୍କୁ ପ୍ରଥମ ରାଉଣ୍ଡରେ ହିଁ ପୋଟ୍ରୋ ହରାଇ ଦେଇଥିଲେ। ହେଲେ ଏଥର ସେ ଇତିହାସ ବଦଳାଇଛନ୍ତି।

Novak Djokovic Olympics Paris Olympics 2024 Paris Olympics Olympics 2024